No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ଭୁବନେଶ୍ୱର :- ଗୋଦ୍ରେଜ୍ ଗ୍ରୁପ୍ର ସଂସ୍ଥା ତଥା ଭାରତର ଅଗ୍ରଣୀ ନିରାପତ୍ତା ସମାଧାନ ପ୍ରଦାନକାରୀ ଗୋଦ୍ରେଜ୍ ସିକ୍ୟୁରିଟି ସଲୁୃ୍ୟସନ୍ସ ପକ୍ଷରୁ ଆଇସିଆଇସିଆଇ ବ୍ୟାଙ୍କ ସହଯୋଗିତାରେ ଭାରତର ଗହଣା ଗୋଷ୍ଠୀମାନଙ୍କ ଲାଗି ଏକ ଆର୍ଥିକ ସହାୟତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଗହଣା କ୍ଷେତ୍ରକୁ ଏଭଳି ସୁବିଧା ପ୍ରଦାନ କରିବାରେ ଜିଏସ୍ଏସ୍ ହେଉଛି ଭାରତରେ ପ୍ରଥମ ବ୍ରାଣ୍ଡ୍ । ଏହି ଆର୍ଥିକ କାର୍ଯ୍ୟକ୍ରମ ହେଉଛି ଗୋଦ୍ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସର ରିଟେଲ୍ ଗହଣା ସଂସ୍ଥାକୁ ପ୍ରଦାନ କରାଯାଉଥିବା ଏକ ସ୍ୱତନ୍ତ୍ର ଋଣ ସୁବିଧା । ଏହା ଗହଣା ଷ୍ଟୋର୍ଗୁଡ଼ିକୁ ଟର୍ଚ ଆଣ୍ଡ୍ ଟୁଲ୍ ପ୍ରତିରୋଧୀ ସେଫ୍ରେ ନିବେଶ କରିବା ଲାଗି ଉତ୍ସାହିତ କରିବ ଫଳରେ ସେମାନଙ୍କ ମୂଲ୍ୟବାନ ଗହଣା, ନଗଦ ରାଶି ଓ କାଗଜପତ୍ରର ସୁରକ୍ଷା ହୋଇପାରିବ । ଯଦିଓ ଏଭଳି ସେଫ୍ରେ ନିବେଶ କରିବା ଏକ ବ୍ୟୟବହୁଳ ବ୍ୟାପାର କିନ୍ତୁ ଗହଣା ଷ୍ଟୋର୍ଗୁଡ଼ିକ ଏନେଇ ଜିଏସ୍ଏସ୍ର ଚ୍ୟାନେଲ୍ ପାର୍ଟନର୍ଙ୍କ ସହ ଯୋଗାଯୋଗ କରିପାରିବେ । ଇଏମ୍ଆଇରେ ସେଫ୍ ନେଇପାରିବେ ଏବଂ ଏକକାଳୀନ ବଡ଼ ଧରଣର ଖର୍ଚ୍ଚରୁ ମୁକ୍ତି ପାଇପାରିବେ । ଗୋଦ୍ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସର ସ୍ଥାନୀୟ ଚ୍ୟାନେଲ୍ ପାର୍ଟନର୍ମାନଙ୍କ ଜରିଆରେ ପ୍ରତିଷ୍ଠିତ ଗହଣା ଷ୍ଟୋର୍ଗୁଡ଼ିକ ମଧ୍ୟ ଏହି ସୁବିଧା ପାଇପାରିବେ ।

ସେମାନଙ୍କୁ ପାର୍ଟନର୍ମାନେ ସିଧାସଳଖ ଆଇସିଆଇସିଆଇ ବ୍ୟାଙ୍କରେ ପହଂଚାଇଦେବେ । ଏହି ଋଣ ପାଇଁ ବାର୍ଷିକ ସୁଧ ହେଉଛି ୧୬% ଓ ୧.୫%ର କମ୍ ପ୍ରୋସେସିଂ ଫି’ ରହିବ । ଋଣ ପରିମାଣ ସର୍ବନିମ୍ନ ୧ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଆଯାଇପାରିବ । ଏହି ସହଯୋଗିତା ସମ୍ପର୍କରେ ଶ୍ରୀଯୁକ୍ତ ପୁସ୍କର ଗୋଖଲେ, ଉପସଭାପତି, ଗୋଦ୍ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ କହିଛନ୍ତି ଯେ, “ନିରାପତ୍ତା ସମାଧାନକୁ ଗ୍ରହଣ କରିବା ଏବଂ ସେଥିରେ ଉନ୍ନତି ଆଣିବା ଲାଗି ଭାରତର ଜୁଏଲର୍ସମାନଙ୍କ ସହିତ ଗୋଦ୍ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ସର୍ବଦା ସହଯୋଗିତା ସ୍ଥାପନ କରିଛି । ଭାରତରେ ଜେମ୍ ଓ ଜୁଏଲାରି କ୍ଷେତ୍ର ହେଉଛି ସର୍ବାଧିକ ରାଜସ୍ୱ ସଂଗ୍ରହ କରୁଥିବା କ୍ଷେତ୍ର ଏବଂ ଚୋରି ଓ ଡକାୟତି ପାଇଁ ସେଠାରେ ଅଧିକ ବିପଦ ରହିଛି । ଜୁଏଲରମାନଙ୍କ ସହ ଜଡ଼ିତ ରହି କାମ କରିଥିବାରୁ ଆମେ ନିରାପତ୍ତା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଦରକାର ହେଉଛି ପୁଞ୍ଜିନିବେଶ ଯାହା ଏଭଳି କଠିନ ସମୟରେ ବେଶ ଆହ୍ୱାନପୂର୍ଣ୍ଣ ବୋଲି ଆମେ ଭଲ ଭାବେ ବୁଝିଛୁ । ଏହା ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ କାରଣ ସୁନା ମୂଲ୍ୟରେ ବୃଦ୍ଧି ସହିତ ବର୍ଦ୍ଧିତ ମୂଲ୍ୟଯୁକ୍ତ ଗହଣାକୁ ସୁରକ୍ଷିତ ଭାବେ ସଂରକ୍ଷିତ ରଖାଯାଇପାରିବ ।’’
No Result
View All Result