No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) କଟକ :- କଟକ ଦାସସାହି ରେ ଜନ୍ମିତ ସୌମ୍ୟକାନ୍ତ ଦାସ ପିଲା ଦିନୁ ଶ୍ରୀମା ଶ୍ରୀ ଅରବିନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜ ଜୀବନ ଯାତ୍ରା ଆରମ୍ଭ କରିଥିଲେ।ମାନବ ସେବା ମାଧବ ସେବା ଏହା ତାଙ୍କର ବ୍ରତ ଥିଲା ଏହାକୁ ଆଧାର କରି ସୋମ୍ୟକାନ୍ତ ଓରଫ ଟୁଟୁନ ଦୁଃଖୀ ରଙ୍କି ଙ୍କ ସେବା କରି ଆସନ୍ତି।ଶିକ୍ଷା ଗତ ଯୋଗ୍ୟତା ରେ ଜଣେ ଇଞ୍ଜିନିୟର ହେଲେ ବି ଚାକିରୀ ପ୍ରତି ତାଙ୍କର ଆଗ୍ରହ ନଥିଲା ନିଜେ ସ୍ୱାବବଲମ୍ବୀ ହୋଇ ଯାହା ଅର୍ଥ ରୋଜଗାର କରନ୍ତି ତାହା ର କିଛି ଭାଗ ପ୍ରତି ମାସର ସଂକ୍ରାନ୍ତି ରେ ଗରିବ ଦିନ ହୀନ ଙ୍କୁ ଖାଦ୍ୟ ବଣ୍ଟନ କରିଥାନ୍ତି ।
କରୋନା ମହାମାରୀ ସମୟରେ ଅସହାୟ ବସ୍ତି ଲୋକଙ୍କ ପାଖକୁ ଟୁଟୁନ ଯାଇ ସେମାନଙ୍କ ଦୁଃଖ ରେ ଭାଗିଦାର ହୋଇ କରୋନା ସମ୍ପର୍କରେ ସଚେତନତା କରେଇବା ସହ ବସ୍ତି ବାସିନ୍ଦା ଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ ଏହି ବଣ୍ଟନ ରେ ଦାସସାହି ଯୁବକ ସଂଘ ର କର୍ମକର୍ତ୍ତା ସହଯୋଗ କରିଥିଲେ।ସେହିପରି ସଟଡାଉନସମୟରେ ବୁଲା କୁକୁର ,ଗାଈ ,ପାଗଳ ଲୋକ ମାନଙ୍କୁ ଟୁଟୁନ ଶୁଖିଲା ଖାଦ୍ୟ ବଣ୍ଟନ କରିଥାନ୍ତି।ତାଙ୍କର ଆଦର୍ଶ ରେ ଅନୁପ୍ରାଣିତ ହୋଇ ତାଙ୍କର ଧର୍ମ ପତ୍ନୀ ତପସ୍ୱନୀ ଦାସ (ପିଙ୍କ)ସୁଦୂର ବାଙ୍ଗାଲୋର ରେ ମଧ୍ୟ ଅନୁରୂପ କାର୍ଯ୍ୟ କରୁଥିବା ବିଶେଷ ସୂତ୍ର ରୁ ପ୍ରକାଶ ।(ରିପୋର୍ଟ ଗୌତମ ମିଶ୍ର)
No Result
View All Result