No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଚ୍ଛା ଗ୍ରାମରେ ଚଳିତ ମାସ ୧୮ତାରିଖ ଏକ ବାଲ୍ୟ ବିବାହ ହେବାକୁ ଯାଉଥିବା ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟରତ “ସଖୀ ୱାନ ଷ୍ଟୋପ” କେନ୍ଦ୍ରର ଦୃଷ୍ଟିକୁ ଆସିଥିଲା l ଏହାର ସତ୍ୟ ସତ୍ୟା ଜାଣିବା ଓ ବାଲ୍ୟ ବିବାହ ବନ୍ଦକରିବାକୁ ନେଇ ସଚେତନତା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ର ସହାୟତାରେ ଆଜି ଗୋଟାଏ ଟିମଘଟଣା ସ୍ଥଳକୁ ଯାଇଥିଲେ l ବାଲ୍ୟ ବିବାହ କରିବାକୁ ଯାଉଥିବା ଝିଅର ଜନ୍ମ ପ୍ରମାଣ ପତ୍ର ମାଗି ଯାଞ୍ଚ କରିଥିଲେ l ତା ଝିଅର ବାପା ମାଆ ଙ୍କୁ ଡାକି ବୁଝା ଶୁଝା କରିଥିଲେ ଏବଂ କମ ବୟସରେ ଝିଅ ବିବାହ କଲେ କଣ କଣ କୁ ପ୍ରଭାବ ତାରି ଉପରେ ଉଭୟଙ୍କ ସହ ଆଲୋଚନା କରିଥିଲେ l
ଆସନ୍ତା ଦିନରେ ଝିଅ ଙ୍କୁ ଶିଶୁ ମଙ୍ଗଳ ସମିତି ଗଜପତିରେ ଉପସ୍ଥାପନ କରିବେ ବୋଲି ବାପା ମାଆ ପ୍ରତିଶୃତି ଦେଇଥିଲେ l ଉକ୍ତ ଟିମରେ ଶିଶୁମଙ୍ଗଳ ସମିତି ରଅଧକ୍ଷ ପ୍ରମୋଦ ରାଉଳ, ସଦସ୍ୟା ଶ୍ରୀମତି ଅଳକା ସାହୁ, ସଖୀ ୱାନ ଷ୍ଟପ କେନ୍ଦ୍ରର ପ୍ରସାସିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜୟ ପ୍ରକାଶ ବାଡତ୍ୟା, ସୁପରଭାଇଜର ଶ୍ରୀମତି ରଜେଶ୍ୱରି ପାତ୍ର, ପ୍ରଭା ଚାଇଲ୍ଡ ଲାଇନ ର ଏ. ମୀନାକ୍ଷୀ ସମେତ ସେହି ଗ୍ରାମର ଅଙ୍ଗନୱାଡି କର୍ମୀ , ସ୍ଵାସ୍ଥ୍ୟ କର୍ମୀ ବୈଠକରେ ଉପସ୍ଥିତ ରହି ବାଲ୍ୟ ବିବାହ କୁ ବନ୍ଦ କରିଥଲେ l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result