No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମଇ ମଙ୍ଗଳବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ କୋଭିଡ ନିୟମ ଉଲଘଂନରେ ୫ ଦୋକାନୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ପୈ।ର ପ୍ରଶାସନ ପକ୍ଷରୁ ସହରର ବଜରଙ୍ଗ ଟିଭି ଦୋକାନ,ଭାରତ ସାଇକେଲ ଷ୍ଟୋର, ମାଁ ସନ୍ତୋଷିନୀ ସାଇକେଲ ଷ୍ଟୋର, କ୍ରିଷ୍ଣା ସାଇକେଲ ଷ୍ଟୋର ଦୋକାନକୁ ସିଲ୍ କରାଯାଇଛି ।

ଏହି ଦୋକାନୀ ଗୁଡ଼ିକ କୋଭିଡ ନିୟମ ଉଲଘଂନ କରି ଦୋକାନ ଖୋଲିଥିବାରୁ ସିଲ୍ କରାଯାଇଛି ବୋଲି ଏନ୍ଏସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଜଣାଇଛନ୍ତି। ଚଢ଼ାଉ ସମୟରେ ଶ୍ରୀ ପଟ୍ଟନାୟକଙ୍କ ସହ ଓଆର ଏସ ତାଲିମ ନେଉଥିବା ଅଧିକାରୀ ଅର୍ଜୁନ ମାଝୀ,ସିଏମ ଏମ୍ୟୁ ମ୍ୟାନେଜର ଏବଂ ଏନ ଏସି କର୍ମଚାରୀ ସାମିଲ ଥିଲେ।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

No Result
View All Result