No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ଗ୍ରାମ ଖ୍ରୀଷ୍ଟୀୟାନ ସାହିରେ ତହସିଲଦାର ଓ ପୋଲିସ କୁ ଆକ୍ରମଣ କରିଥିବା ଅଭିଯୋଗରେ ଜଣେ ଗିରଫ l ଶୁକ୍ରବାର ରାତ୍ର କୋବିଡ଼ ନିୟମ ନ ମାନି ଭୋଜି ଭାତ ସହ ବିରାଟ ପଟୁଆରରେ ଅତସବାଜି ଫୁଟାଇ ବାହାଘର କରୁଥିବା ଖବର ପାଇ ଉଦୟଗିରି ତହସିଲଦାର ଏବଂ ପୋଲିସ ଅତର୍କିତ ଚଡାଉ କରିଥିଲେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l
ଏହା ପରେ ବିଦ୍ୟୁତ କଟି ଜିବାରୁ ପଟୁଆର କରି ବାହାଘର ପ୍ରୋସେସନରେ ସମୃକ୍ତ ଥିବା ଲୋକେ ତହସିଲଦାର ଏବଂ ପୋଲିସ କୁ ଆକ୍ରମଣ କରି ଗୁରୁତର କରିଥିଲେ । ପୋଲିସ ଏବଂ ତହସିଲଦାର ଙ୍କ ଆକ୍ରମଣ ରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ ଉଦୟଗିରି ପୋଲିସ ଗାଁ ରେ ଚଡାଉ କରିବାରୁ ଗତ ଦୁଇ ଦିନ ହେଲା ଗ୍ରାମରେ ପୁରୁଷ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ପୋଲିସ ଗ୍ରାମର ଜାନୁଏଲ ବୀର ଯିଏ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ କରି କେସ ୫୮/୨୧ରୁଜୁ କରି ଅଧିକ ତଦନ୍ତ ଜାରୀ ରହିଥିବା କହିଛି ପୋଲିସ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result