No Result
View All Result
ଓଡ଼ିଶା ତାଜା ଖବର (୦୩ ମଇ ସୋମବାର ) ଜଗନ୍ନାଥପ୍ରସାଦ :- ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗାଁ ନିକଟ କାଜୁଜଙ୍ଗଲ ମଧ୍ୟରେ ହୋଇଥିବା ଡବଲ ମର୍ଡର ଘଟଣା ର ପର୍ଦା ଫ୍ଲାସ ହୋଇଛି l ନିଜ ସମ୍ପର୍କୀୟ ମାନେ କରିଛନ୍ତି ହତ୍ୟା I ନିଜ ନାତୁଣୀ ଜ୍ୱାଇଁ ଏବଂ ତାହାରି ସାଙ୍ଗ ମିଶି ନିର୍ମମ ଭାବେ ଏକ ଧାରୁଆ ଅସ୍ତ୍ର ଅର୍ଥାତ ଏକ ଶାବଳରେ ମାରି ହତ୍ୟା କରିଛନ୍ତି I ଅପରାଧୀ ମାନେ ହେଲେ ଆସିକା ଥାନା ବଜ୍ରକୋଟ ଗାଁ ର ଭାସ୍କର ପାତ୍ର ଏବଂ ପୋଲସରା ଥାନା କଳମ୍ବ ଗ୍ରାମର ପ୍ରକାଶ ପାତ୍ର I ଭାସ୍କର ପାତ୍ର ର ସ୍ତ୍ରୀ ହେଉଛନ୍ତି ମୃତ ଭୀମ ପ୍ରଧାନ ଙ୍କ ନିଜ ନାତୁଣୀ I ନାତୁଣୀ ର ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ଭୀମ ପ୍ରଧାନ କିଛି ଯଡ଼ି ବୁଟି ଔଷଧ ଦିଅନ୍ତି I କିନ୍ତୁ ନାତୁଣୀ ର ସ୍ଵାସ୍ତ୍ୟ ରେ କିଛି ପରିବର୍ତ୍ତନ ଆସିଲାନାହିଁ I ଏହାକୁ ପ୍ରତିବାଦ କରି ନାତୁଣୀ ଜୋଇଁ ଏବଂ ତାର ସାଙ୍ଗ ପ୍ରକାଶ ଆସି ଭୀମ ନିକଟକୁ ପୂର୍ବଦିନ ରାତି ରେ ଆସି ତାଙ୍କ ନିକଟରେ ରହିଥିଲେ I
ନାତୁଣୀ ବିଷୟ କଣ କରିବା ପଚାରିଥଲା ଭାସ୍କର ଙ୍କୁ I ଏହିବିଷୟ କୁ ନେଇ ଅନେକ ଯୁକ୍ତି ହୋଇଥିଲା ପରେ ଅଜା ସହିତ ହାତାହାତି ହୋଇଥିଲେ I ଶେଷରେ ଅଜା ଆଇ ଉଭୟ ଙ୍କ ସହ ଖୁବ ଧସ୍ତା ଧସ୍ତୀ ହୋଇଥିଲେ I ଭାସ୍କର ଗୋଟିଏ ଶାବଳ ମାଧ୍ୟମରେ ଉଭୟଙ୍କୁ ମୁଣ୍ଡକୁ ପ୍ରହାର କରିଥିଲା l ପ୍ରଥମେ ଅଜା ଭୀମଙ୍କୁ ହତ୍ୟା କରିଥିଲେ ପରେ ହତ୍ୟା ପ୍ରମାଣ ଲୁଚାଇବାକୁ ନେଇ ଆଇ ଶିଶୁଳା ଙ୍କୁ ମଧ୍ୟ ହତ୍ୟା କରି ଚମ୍ପଟ ମାରିଥିଲେ l ପୋଲିସ କୁ ଅପରାଧୀ ମାନଙ୍କୁ ଧରିବାରେ ବହୁ କଷ୍ଟ କରି ଉଦ୍ୟମ କରିବାକୁ ପଡିଥିଲା l ବିଭିନ୍ନ ସୂତ୍ରରୁ ପୋଲିସ ଗୁପ୍ତ ଖବର ନେଇ ଅପରାଧୀ ମାନଙ୍କୁ ଧରି, ଘଟଣା ସ୍ଥଳକୁ ଯାଇ ସମ୍ପୂର୍ଣ ବିଷୟ କୁ ବୁଝିପାରିଥିଲା l ଅପରାଧୀମାନେ ଘଟଣା ବିଷୟରେ ସବୁ ବିଷୟ କହିଥିଲେ ଏବଂ ହତ୍ୟା ସ୍ୱୀକାର କରିଥିଲେ |ସେମାନଙ୍କ ଠାରୁ ବ୍ୟବହୃତ ଶାବଳ ଏବଂ ଗୋଟିଏ ମୋବଇଲ ଜବତ କରିଛି l ଆଜି ଜଗନ୍ନାଥ ପ୍ରସାଦ ଥାନାରେ ଭଞ୍ଜନଗର ଏସ୍ ଡି ପି ଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଦିଲୀପ କୁମାର ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ହତ୍ୟା ଘଟଣା ର ସମ୍ପୂର୍ଣ ବିବରଣୀ ପ୍ରକାଶ କରିଛନ୍ତି | ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result