No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) ହିଞ୍ଜିଳିକାଟୁ :-ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ଵରେ କାୟା ବିସ୍ତାର କରିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବଂ ପ୍ରସାଶନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି । କରୋନାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣା ଲାଗୁ କରାଯାଇଛି । କରୋନା ୧ ଭଳି ୨କୁ ମାତ ଦେବା ନିମନ୍ତେ ସଚେତନତା କରାଯିବା ସହ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ସାନିଟାଇଜର ବ୍ୟବହାର ସହ ସମସ୍ତ କୋଭିଡ୍ ନିୟମ ପାଳନ ମୁଳମନ୍ତ୍ର ଅଟୋ । କରୋନା କଟକଣାକୁ କିଛି କୋହଳ କରାଯାଇଥିବାବେଳେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତ୍ବ ରକ୍ଷା କରିବା ସକାଶେ ଗୁରୁତ୍ବ ପ୍ରଦାନ କରାଯାଇଛି ।
ଏଭଳି ସମୟରେ ଗୂରୁବାର ସକାଳ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ନିକଟରେ ଥିବା ପାତ୍ର ଇଲୋକ୍ଟ୍ରୋନିକ୍ସ ଦୋକାନ ଖୋଲି ଗ୍ରାହକଙ୍କ ଭିଡ଼ କରିଥିଲେ । ଦୋକାନ ସମ୍ମୁଖରେ ଗ୍ରାହକଙ୍କ ଭିଡ଼ ସହିତ ସାମାଜିକ ଦୂରତ୍ବ ରକ୍ଷା କରାଯାଇ ନଥିବା ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ନିକଟରେ ଖବର ପହଞ୍ଚିଥିଲା । ଖବର ପାଇ ଥାନା ଅଧିକାରୀ ଅଭିମନ୍ୟୁ ଦାସ ସଂପୃକ୍ତ ଈଲୋକ୍ଟ୍ରନିକ୍ସ ଦୋକାନରେ ପହଞ୍ଚି ଦୋକାନ କୁ ସିଲ୍ କରିଥିଲେ । ଆଗାମୀ ଦିନରେ ପଞ୍ଚସୂତ୍ରୀ ନିୟମ ପାଳନ କରୁନଥିବା ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟଙ୍କୁ ପୁଲିସ ଓ ପୈାର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।
( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result