No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର ) ହିଞ୍ଜିଳିକାଟୁ :- ସ୍ୱଚ୍ଛ ଭାରତ ମିଶନ ସହ ସୁସ୍ଥ ଓଡ଼ିଶା,ସ୍ୱଚ୍ଛ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି।ତୃଣମୂଳ ସ୍ତରରେ ଗ୍ରାମ୍ୟ ପରିମଳ ଓ ସ୍ୱଚ୍ଛତା ବ୍ୟବସ୍ଥା ଉପରେ ଏକ ସକାରାତ୍ମକ ତଥା ଉତ୍ତମ ପରିବେଶ ସୃଷ୍ଟି ହୋଇ ସାଧାରଣ ଜନ ଜୀବନ ଯେପରି ସରସ ସୁନ୍ଦର ହୋଇ ପାରିବ ସେଥିପ୍ରତି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି।ଏହା ସହିତ ଜିଲ୍ଲାକୁ ଏକ ସ୍ୱଚ୍ଛ ଗଞ୍ଜାମ,ସୁନ୍ଦର ଗଞ୍ଜାମ ରୂପେ ଗଢି ତୋଳିବା ସହ କୋଭିଡ ମୁକାବିଲା କ୍ଷେତ୍ରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱାରୋପ କରିଛନ୍ତି।

ଯୋଜନାର ଆଭିମୁଖ୍ୟ ସାକାର କରିବା ପାଇଁ ବ୍ଳକ ପ୍ରଶାସନ ଓ ପଞ୍ଚାୟତ ସହ ଜନ ପ୍ରତିନିଧି ଓ ମିଶନ ଶକ୍ତି ସହ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରି କେବଳ ସମସ୍ତଙ୍କ ସହଯୋଗିତା ଓ ସହଭାଗିତାରେ ଏହା ସମ୍ଭବ ବୋଲି କହିଛନ୍ତି।ସଚେତନତା ସୃଷ୍ଟି ଉପରେ ମତ ପ୍ରକାଶ କରି ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବହୁ ସମୟରେ ପଞ୍ଚାୟତ ଗସ୍ତ କରି ଉତ୍ସାହିତ ଓ ପୁରସ୍କୃତ କରିଛନ୍ତି।ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ପଞ୍ଚାୟତ ସମିତି ପକ୍ଷରୁ ମଙ୍ଗଳବାର ରାଳବ ପଞ୍ଚାୟତ ସମେତ ବହୁ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ପ୍ଲାଷ୍ଟିକ ମୁକ୍ତ,ପରିମଳ ଓ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ବ୍ଳକ ର ଜଳ ଯୋଗାଣ ଓ ପରିମଳ ବିଭାଗ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମବାସୀ,ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ରାଲିରେ ସାମିଲ ହୋଇଥିଲେ।ପ୍ଲାଷ୍ଟିକ ମୁକ୍ତ, ପରିମଳ ଓ କୋଭିଡ ମହାମାରୀ ମୁକାବିଲା ସମ୍ପର୍କରେ ପ୍ଲାକାର୍ଡ ପ୍ରଦର୍ଶିତ କରି ସାହି ସାହି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। କାର୍ଯ୍ୟକ୍ରମରେ ପିଇଓ ସୁଶାନ୍ତ କୁମାର ପାତ୍ର,ଗନ୍ତାୟତ ଦଳାଇ, ସରପଞ୍ଚ ଜାଗିଲି ଦାସ,ବିଏଫଟି ବୃନ୍ଦାବନ ଗୌଡ଼, ସୁବାସ ରାଉତ,ସ୍ୱପ୍ନା ପ୍ରଧାନ ସୁବ୍ରତ ଦଳାଇ,ଅରୁଣ ବରଡ଼ ଙ୍କ ସମେତ ମିଶନ ଶକ୍ତିର ମା ମାନେ ଅଂଶ ଗ୍ରହଣ କରିଥିଲେ।
ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବ୍ଳକର ୨୧ ଟି ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା । ଏହି ଜନ ହିତକାରୀ କାର୍ଯ୍ୟକ୍ରମରେ କିଛି ପଞ୍ଚାୟତରେ ସମ୍ପୃକ୍ତ ପଞ୍ଚାୟତର ଅଙ୍ଗନବାଡି କର୍ମୀମାନେ ସହଯୋଗ କରିଥିଲେ।ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ବ୍ଳକ ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି କିଛି ଅଙ୍ଗନବାଡି କରି କାର୍ଯ୍ୟକ୍ରମରେ ଆଦୌ ସହଯୋଗ କରି ନ ଥିଲେ। ( ରିପୋର୍ଟ :ଶୁସାନ୍ତ ପ୍ରଧାନ )
No Result
View All Result