• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଫେରିଲା ନାଇଟ୍ କର୍ଫ୍ୟୁ : ଚିନ୍ତାରେ ବ୍ୟବସାୟୀ

Proprietor Abhimanyu Maharana by Proprietor Abhimanyu Maharana
April 19, 2021
in ଓଡ଼ିଶା, କରୋନା
0
ହିଞ୍ଜିଳିରେ ରାତ୍ରୀ କାଳୀନ କର୍ଫ୍ୟୁ ଲାଗୁ ମାନିବା ସପକ୍ଷରେ ପ୍ରଶାସନର କଡା ଆଭିମୁଖ୍ୟ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ହିଞ୍ଜିଳିକାଟୁ :-  ଗତବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ପ୍ରାୟ ୯ମାସ ଧରି ଲକଡ଼ାଉନ, ସଡଟଡ଼ାଉନ, ୧୪୪ ଜନତାକର୍ଫ୍ୟୁ, ସପ୍ତାହନ୍ତ ସଡଟଡ଼ାଉନ ଲାଗି ରହିଥିଲା । ଯେତେ ଦିନ ଦୋକାନ ବଜାର ଖୋଲା ରହୁଥିଲା ତା’ ଠାୁ ଅଧିକ ସମୟ ପାଇଁ ଦୋକାନ ବଜାର ବନ୍ଦ ରହୁଥିଲା । କରୋନାର ପ୍ରକୋପ ଗତ ସେପ୍ଟମ୍ବର ମାସ ଠାରୁ କମିବା ପରେ ଜୀବନଯାତ୍ରା ସହିତ ବେପାର ବଣିଜ କିଛି ମାତ୍ରାରେ ଆସ୍ତେ ଆସ୍ତେ ସ୍ୱଭାବିକ ହେବାରେ ଲାଗିଥିଲା । ଗତବର୍ଷ ମହାମାରୀ କରୋନା ଯୋଗୁଁ ବ୍ୟବସାୟ ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ପୂର୍ବରୁ ସଂଚିତ ଅର୍ଥ ସାଙ୍ଗକୁ କିଛି ଧାର ଉଧାର କରି କଷ୍ଟେମଷ୍ଟେ ଚଳି ଆସିଥିଲେ ବ୍ୟବସାୟୀ ପରିବାର । ପୂର୍ବରୁ କରିଥିବା କରଜ ବର୍ତମାନ ସୁଦ୍ଧା ପରିଶୋଧ କରିପାରିନଥିବା ବେଳେ ପୁଣି ଥରେ ଆଉ ଏକ ଦୁର୍ଯୋଗ ଆସି ପଂହଚିଛି । ଚଳିତ ମାର୍ଚ୍ଚ ମାସରେ ପୁଣିଥରେ କରୋନା ଦ୍ୱିତୀୟ ଲହରୀ ଆତଙ୍କ ସୃଷ୍ଟି କରିଛି । ଏହାକୁ ପ୍ରତିହିତ କରିବା ସକାଶେ ସରକାର ଓ ପ୍ରଶାସନ ପକ୍ଷରୁ ଜନ ସଚେତନତା କରାଯାଉଥିଲେ ମଧ୍ୟ କିିଛି ଅମାନିଆ ସଂକ୍ରମଣ ବୃଦ୍ଧିରେ ସହାୟକ ହୋଇଛନ୍ତି । ଏପରିକି ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାମାରୀ କରୋନାର ଦ୍ୱିତୀୟ ଲହରୀ କ୍ଷିପ୍ର ଗତିରେ ବ୍ୟାପୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସମେତ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ କଟକଣାକୁ କଡ଼ାକଡ଼ି ପାଳନ କରିବା ସକାଶେ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଗତ କିଛି ଦିନ ହେଲା ସହରାଂଚଳ ଗୁଡ଼ିକରେ ରାତ୍ର ୯ ଟା ଠାରୁ ପରଦିନ ସକାଳେ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ନାଇଟ କର୍ଫ୍ୟୁ ଘୋଷଣା ପରେ ପୁଣି ଥରେ ଚିନ୍ତାରେ ପଡ଼ି ଯାଇଛନ୍ତି ବ୍ୟବସାୟୀ । ବିଶେଷ କରି ସନ୍ଧ୍ୟା ସମୟରେ ନିଜ ନିଜର ବ୍ୟବସାୟ ଆରମ୍ଭ କରୁଥିବା ଚଟାପଟ୍ ଓ ଫାଷ୍ଟଫୁଡ଼ ବ୍ୟବସାୟୀ ମାନେ ବେଶ ଚିନ୍ତାରେ ପଡ଼ି ଯାଇଛନ୍ତି । ସଂପୃକ୍ତ ବ୍ୟବସାୟୀ ମାନେ ସନ୍ଧ୍ୟା ୬ ଟାରୁ ରାତ୍ର ପ୍ରାୟ ସାଢେ ୧୦ ଟା ପର୍ଯ୍ୟନ୍ତ ବ୍ୟବସାୟ କରି ଯାହା କିଛି ଉପାର୍ଜନ କରଥାନ୍ତି, ସେଥିରେ ସେମାନଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି । ପୂର୍ବ ବଷଁ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ପ୍ରାୟ ୯ମାସ ଧରି ବ୍ୟବସାୟ ବନ୍ଦ ରହିଥିଲା । ୯ମାସ ଧରି କଟକଣା ଲାଗି ରହିଥିବା ଯୋଗୁଁ ସେମାନଙ୍କ ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା ।

ଧିରେ ଧିରେ ବ୍ୟବସାୟ କିଛିଟା ଜୋର ଧରିବା ବେଳକୁ ପୁଣିଥରେ କରୋନାର ଦ୍ୱିତୀୟ ଲହରୀ ଆତଙ୍କ ସୃଷ୍ଟି କରିଛି । ଯଦ୍ୱାର ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହେବାକୁ ବସିଛି ନାଇଟ୍ କର୍ଫ୍ୟୁ । ବର୍ତମାନ ପରିସ୍ଥିତିରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ଯୋଗୁଁ ସନ୍ଧ୍ୟା ୬ଟା କିମ୍ବା ସାଢେ ୬ଟା ନହେଲେ ବ୍ୟବସାୟ ଆରମ୍ଭ ହେଉନି । ମାତ୍ର ୨ଘଂଟା ବ୍ୟବସାୟ ହୋଇଥିବ କି ନାହିଁ ରାତି ପ୍ରାୟ ୮ଟା ଓ ସାଢେ ୮ଟାରେ ପୁଲିସ ଗାଡ଼ି ସାଇରନ ମାରି ଦୋକାନ ବଜାର ବନ୍ଦ କରିବା ପାଇଁ ସର୍ତକ କରାଇ ଫେରିବ । ରାତି ୯ଟା ପୂର୍ବରୁ ଦୋକାନ ବଜାର ବନ୍ଦ ନକଲେ ପୁଲିସ ପ୍ରହାର ଖାଇବା ହିଁ ସାର ହେବ । ପୁଲିସ ଲାଠି ମାଡ଼ ଭୟରେ ରାତି ସାଢେ ୮ଟାରୁ ହିଁ ଦୋକାନ ବନ୍ଦ କରିବାକୁ ପଡ଼ିଥାଏ । ଏଭଳି ସମୟରେ ଯାହା କିଛି ବିକ୍ରି ହୋଇନଥାଏ, ତାହାକୁ ଘରକୁ ଧରି ଫେରିବାକୁ ପଡ଼ିଥାଏ ବିଭିନ୍ନ କିସମର ଠେଲାଗାଡ଼ି ବେପାରୀଙ୍କୁ । ଚାହା ଦୋକାନ ଠାରୁ ଆରମ୍ଭ କରି ଫାଷ୍ଟଫୁଡ଼, ଚଟାପଟ ପାମ୍ପୁଡ଼, ଘୁଗୁନି ଚାଟ୍‌, ପକୁଡ଼ି ସେଂଟର ସମସ୍ତେ ଏହାକୁ ନେଇ ଚିନ୍ତାରେ । ସନ୍ଧ୍ୟା ସମୟରେ ବହୁ ଯୁବ ସମାଜ ମନଫୂର୍ତି କରିବା ସକାଶେ ବଜାର ବୁଲିବା ସହ ଜିଭର ଲାଳସା ଓ କିଛିଟା ଭୋକ ମେଂଟାିବା ପାଇଁ ଫାଷ୍ଟଫୁଡ଼ ସେଂଟର ମୁହାଁ ହେଉଥିଲେ । ବର୍ତମାନ ପରିସ୍ଥିତିରେ କରୋନା ସଂକ୍ରମଣ ଭୟ ସାଙ୍ଗକୁ ନାଇଟ କର୍ଫ୍ୟୁରେ ପୁଲିସ ଭୟ । ଏଭଳି ପରିସ୍ଥିତିରେ ବହୁ ଠେଲାଗାଡ଼ି ବ୍ୟବସାୟୀ ଆଶାନୁରୁପକ ବ୍ୟବସାୟ ହେଉନଥିବା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି । ଏ ନେଇ ସେମାନେ ଯାହା କୁହନ୍ତି .. ସୁବାଷ ଚନ୍ଦ୍ର ସାହୁ, ଚାହା ଦୋକାନୀ  ପ୍ରାୟତଃ ସବୁ ଦିନେ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଲୋକମାନେ ଚାହା ପିଇବାକୁ ଆସନ୍ତି । ବିଶେଷ କରି ଗ୍ରୀଷ୍ମପ୍ରବାହ ଯୋଗୁଁ ପ୍ରତ୍ୟହ ଭୋର ୩ଟାରୁ ସକାଳ ୯ଟା ଏବଂ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଲୋକମାନେ ଚାହା ପିଇବାକୂୁ ଆସିଥାନ୍ତି । କରୋନା ସଂକ୍ରମଣକୁ ପ୍ରତିହିତ କରିବା ସକାଶେ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ନାଇଟ୍ କର୍ଫ୍ୟୁ ଘୋଷଣା ପରେ ଆଶାତୀତ ବ୍ୟବସାୟ ହେଉନାହିଁ । ସୁବାଷ ଗଉଡ଼, ଫାଷ୍ଟଫୁଡ଼ ଦୋକାନୀ : ଲୋକମାନେ ସାଧାରଣତଃ ସନ୍ଧ୍ୟା ସାଢେ ୬ରୁ ଫାଷ୍ଟଫୁଡ଼ ଖାଇବାକୁ ଆସିଥାନ୍ତି ।

ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ବ୍ୟବସାୟ ଜୋର ଧରିଥାଏ । ମହାମାରୀ କରୋନା ସଂକ୍ରମଣ ଯୋଗୁଁ ବହୁ ଲୋକ ଆମିଷ ଖାଇବାକୁ ଆଗ୍ରହ ପ୍ରକାଶ କରୁନଥିବା ବେଳେ ଅନ୍ୟପଟେ ରାତି ସାଢେ ୮ଟାରୁ ପୁଲିସ ପ୍ରଶାସନ ଭୟରେ ଦୋକାନ ବନ୍ଦ କରିବାକୁ ପଡ଼ିଥାଏ । ପୂର୍ବରୁ ଦୈନିକ ୩ ହଜାର ଟଙ୍କା ବ୍ୟବସାୟ ହେଉଥିବା ବେଳେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଦୈନିକ ୭ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ ହେଉଛି । ଘରଭଡ଼ା ସାଙ୍ଗକୁ କର୍ମଚାରୀ ମାନଙ୍କ ଦରମା ଦେବା କଷ୍ଟକର ହୋଇପଡ଼ୁଛି । ତ୍ରିନାଥ ଭୂୟାଁ, ଗୁପଚୁପ ବ୍ୟବସାୟୀ : ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଜମୁଥିଲା । ଗୁପଚୁପ ଖାଇବା ପାଇଁ ପିଲା ଠାରୁ ଆରମ୍ଭ କରି ବୟସ୍କ, ଯୁବ ସମାଜ ଏପରିକି ଝିଅ, ବୋହୁ ମାନେ ଗୁପଚୁପ ଖାଇବା ପାଇଁ ପ୍ରତ୍ୟହ ଆସିଥାନ୍ତି । ବର୍ତମାନ କରୋନା ଭୟ ଓ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବାରୁ ବ୍ୟବସାୟ ମାନ୍ଦା ରହିବା ସହ ଖଟପାଣି ଯୋଗୁଁ ଥଣ୍ଡା, କାଶ, ଜ୍ୱରର ଭୟ ରହିଛି, ଏଥଇ ସହ କରୋନା ଭୟ ଯୋଗୁଁ ବ୍ୟବସାୟ ପୂର୍ବଠାରୁ ପ୍ରାୟ ୧୦ଗୁଣା କମିଛି ପ୍ରମୋଦ କୁମାର ସାହୁ, ଚାଟ୍ ବ୍ୟବସାୟୀ : ପୂର୍ବରୁ ପ୍ରାୟ ୯ମାସ ଦୋକ।।ନ ବନ୍ଦ ରହିଥିଲା, ବର୍ତମାନ ନାଇଟ କର୍ଫ୍ୟୁ ଘୋଷଣଶ ପରେ ବ୍ୟବସାୟୀ ବହୁତ କମିଯାଇଛି । ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଛି । ନାଇଟ କର୍ଫ୍ୟୁରେ ଆମ ଭଳି ବ୍ୟବସାୟୀ ମାନେ ପରିବାର ଚଳାଇବା ମୁସ୍କିଲ ହୋଇପଡ଼ିଛି ।    ( ରିପୋର୍ଟ : ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟାକ୍ଷା ରିସର୍ଟ ର ଶିଳାନ୍ୟାସ କଲେ ଉପ ମୁଖ୍ୟମନ୍ତ୍ରୀ

April 26, 2026
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version