No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଏପ୍ରିଲ ମଙ୍ଗଳବାର ) ହିଞ୍ଜିଳିକାଟୁ :- ବୁଧବାର ହିଞ୍ଜିଳିକାଟୁ ଥାନା ଅଧୀନରେ ୨୧ଟି ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ମେରୁ ସଂକ୍ରାନ୍ତି ବନ୍ଦ କରିବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ପରିସରରେ ଦଣ୍ଡନାଚ ଯାତ୍ରା କମିଟି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ବାବଧାନରେ ଆୟୋଜିତ ବୈଠକରେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡିଓ ପ୍ରସନ୍ନ କୁମାର ପାତ୍ର, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ବୁଧବାର ଅନୁଷ୍ଠିତ ହେବାକୁ ଥିବା ମେରୁ ପର୍ବକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ହିଞ୍ଜିଳିକାଟୁ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଉପସ୍ଥିତ ଦଣ୍ଡନାଚ କମିଟି ମାନଙ୍କୁ ଅନୁରୋଧ କରାଯାଇଛି । ଏହାକୁ ଅବମାନନା କଲେ ସଂପୃକ୍ତ ଦଣ୍ଡନାଚ କମିଟି ବିରୋଧରେ ଥାନାରେ ମାମଲା ରୁଜୁ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଓ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ମେରୁ ଯାତ୍ରା ସମ୍ପୁର୍ଣ୍ଣ ବନ୍ଦ କରିବା ସହ ଧର୍ମାନୁଷ୍ଠାନ, ପାର୍କ, ଖେଳ ପଡିଆକୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ବନ୍ଦ ରହିବ ବୋଲି ପରାମର୍ଶ ଦିଆଯାଇଛି । ଉକ୍ତ ବୈଠକରେ ସ୍ଥାନୀୟ ପୌରାଞ୍ଚଳ ହିଞ୍ଜିଳିର ୨ଟି ଦଣ୍ଡ, ସ୍ଥାନୀୟ ଥାନା ଦୁର୍ବନ୍ଧର ୩ଟି ଦଣ୍ଡ, କଞ୍ଚୁରୁର ୨ଟି , ଖଣ୍ଡରା, ପିତଳ, କୋଳିଦାସପୁର, ଆଲପୁର, ଲକ୍ଷ୍ମୀପୁର, ବୁରୁପୋଡା, ସାରୁର ୨ଟି ଦଣ୍ଡ, ପୋଚିଲିମା, ସମରଝୋଳ, ମକରଝୋଳ, ବେଲଗାଁ, ରାଳବ, ଚୈତନ୍ୟପଡା ପ୍ରଭୃତି ଗ୍ରାମର ଦଣ୍ଡନାଚ କମିଟି ଉପସ୍ଥିତ ଥିଲେ । ଥାନା ଏସଆଇ ମମତା ସାମନ୍ତରାୟ, ପ୍ରଦୀପ୍ତ ଦାଶ, ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ବେହେରା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result