No Result
View All Result

ଓଡ଼ିଶା ତାଜା ନ୍ୟୁଜ ( ୧୩ ଅପ୍ରେଲ ମଙ୍ଗଳବାର) କଳାହାଣ୍ଡି : – ପ୍ରେସ ଏସୋସିଏସନ ନର୍ଲା ଆନୁକୂଲ୍ୟରେ ଶୃଙ୍ଖଳିତ ସାମ୍ବାଦିକ ସଭାର ଆୟୋଜନ ନର୍ଲା କଲେଜ ଛକସ୍ଥିତ ଏଆରଟେଲ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି। ସଭା ପୂର୍ବରୁ ନର୍ଲା ପ୍ରେସ ଏସୋସିଏସନର ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନେ ଏକାଠି ହୋଇ ସାମ୍ବାଦିକଙ୍କ ବିଭିନ୍ନ ଅସୁବିଧା ଓ ସୁରକ୍ଷା ପାଇଁ ନର୍ଲା ଥାନା ଏସ.ଆଇ ବଂଶୀଧର ସାମଲଙ୍କୁ ଏକ ଦାବିପତ୍ର ଶୋଭାଯାତ୍ରାରେ ଯାଇ ପ୍ରଦାନ କରିଥିଲେ। ଏହା ପରେ ଶୃଙ୍ଖଳିତ ସାମ୍ବାଦିକ ସଭାରେ ଓଜେୟୁର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଭାତ ଦାଶଙ୍କ ସ୍ମୃତି ଚାରଣ କରି ନିରବ ପ୍ରାର୍ଥନା କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଓଜେୟୁ ରାଜ୍ୟ ସଂଘ ସାଧାରଣ ସମ୍ପାଦକ ଶଶିଭୂଷଣ ପ୍ରହରାଜ ଯୋଗଦେଇ ସାମ୍ବାଦିକତାର ପରିଚୟ, ସୁରକ୍ଷା, ଶୃଙ୍ଖଳିତ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରିଥିଲେ।ଅନ୍ୟତମ ଅତିଥି ରୂପେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ ଯୋଗଦାନ କରି ସାମ୍ବାଦିକଙ୍କ କାର୍ଯ୍ୟପନ୍ଥା ଉପରେ ମାର୍ଗଦର୍ଶନ ଦେଇ ନୂତନ ପ୍ରେସ ଏସୋସିଏସନର ପ୍ରଶଂସା କରିଥିଲେ।ସଭାରେ ବରିଷ୍ଠ ସାମ୍ବାଦିକ ତଥା ନର୍ଲା ସମାଜ ପ୍ରତିନିଧି ମନୋଜ କୁମାର ଷଡଙ୍ଗୀ ସଭା ପରିଚାଳନା କରିଥିଲେ।

ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର ସଂଗଠନର ଏକତା ଉପରେ ଧ୍ୟାନ ଆକର୍ଷଣ କରିଥିଲେ।, ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସେନାପତି, ଭିକାରୀ ଗଉଡ, ତ୍ରିଲୋଚନ ଗଉଡ, ପ୍ରଦୀପ କୁମାର ଗଉଡ,ସଞ୍ଜିବ ଦାସ,ସୁମିତ କୁମାର ଶର୍ମା, ଗଣେଶ ଭୋଇ, ସରୋଜ ସାହୁ,ପାୟାଧର ସାହୁ ଓ ନର୍ଲା ନିର୍ବାଚନ ମଣ୍ଡଳୀରୁ ଅନେକ ସାମ୍ବାଦିକ ବନ୍ଧୁ ଯୋଗଦାନ କରି ଶୃଙ୍ଖଳିତ ସାମ୍ବାଦିକ ଉପରେ ସୁଚିନ୍ତିତ ମତାମତମାନ ରଖିଥିଲେ। ନର୍ଲା ପ୍ରେସ ଆସୋସିଏସନର ଆଗାମୀ କାର୍ଯ୍ୟକ୍ରମ ଓ ରୂପରେଖ ଉପରେ ବିସ୍ତୃତ ଆଲୋଚନା ପରେ ସଭା ଶେଷରେ ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସେନାପତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result