No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଏପ୍ରିଲ ସୋମବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ହିଞ୍ଜିଳିକାଟୁ ଗାୟତ୍ରୀ ପରିବାର ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଅଖିଳ ବିଶ୍ୱ ଗାୟତ୍ରୀ ପରିବାର, ଶାନ୍ତିକୁଞ୍ଜ, ହରିଦ୍ଵାରରେ ଆରମ୍ଭ କରାଯାଇଥିବା ‘ଆପନା ଦ୍ବାର ପହଞ୍ଚା ହରିଦ୍ଵାର’ କାର୍ଯ୍ୟକ୍ରମକୁ ସ୍ଥାନୀୟ ବ୍ଳକର ବହୁ ଗ୍ରାମରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଛି ।ଗତ ଜାନୁଆରୀ ୧୪ ତାରିଖ ଠାରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଳକର ନନ୍ଦିକ, ଆଲପୁର, କୋଳିଦାସପୁର, ଅନ୍ତରିଗାଁ, ବାଳକୃଷ୍ଣପୁର, ହରିପୁର, ଗିରିଆ ନାରାୟଣପୁର ପ୍ରଭୃତି ଗ୍ରାମର ୨ ଶହରୁ ଉର୍ଦ୍ଧ୍ବ ପରିବାରଙ୍କ ଘରେ ଗଙ୍ଗାଜଳ ସ୍ଥାପନ କରି ହରିଦ୍ଵାର କୁମ୍ଭମେଳାରେ ଭିଡ କରାଇବାରେ ସହାୟକ ହୋଇଛନ୍ତି ।
ଏଥି ସହିତ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର, ହାତକୁ ବାରମ୍ବାର ସାବୁନ କିମ୍ବା ହ୍ୟାଣ୍ଡଓ୍ବାସରେ ଧୋଇବା ସହିତ ସାନିଟାଇଜର ବ୍ୟବହାର କରିବା ପାଇଁ ଅନୁରୋଧ କରାଯାଇଥିଲା । ଗାୟତ୍ରୀ ପରିବାର ଦକ୍ଷିଣ ଓଡ଼ିଶା ସବ ଜୋନ ସଂଯୋଜକ ଡଃ. ବୃନ୍ଦାବନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଅଶୋକ କୁମାର ମହାନ୍ତି, ଶିବରାମ ବେହେରା, ସିମାଞ୍ଚଳ, ବାସୁଦେବ, ସୁନିଳ, ଅଜୟ, ରାମଚନ୍ଦ୍ରଙ୍କ ସମେତ ଗାୟତ୍ରୀ ପରିବାରର ବହୁ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଗାୟତ୍ରୀ ପରିବାରର ଏଭଳି କାର୍ଯ୍ୟକ୍ରମକୁ ଗ୍ରାମବାସୀ ଶୁଭେଚ୍ଛା ଜଣାଇଛନ୍ତି । (ରିପୋର୍ଟ-ଶୁସାନ୍ତ ପ୍ରଧାନ )
No Result
View All Result