No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ହିଞ୍ଜିଳିକାଟୁ :- ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିର ବିକାଶ ଉପରେ ଗୁରୁତ୍ବ ଦେଇଥିବାରୁ ହିଞ୍ଜିଳବାସୀ ମୁଖ୍ୟମନ୍ତ୍ରୀଙ୍କୁ ୫ ହିଞ୍ଜିଳି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ଏଥି ସହ ନବୀନ ପଟ୍ଟନାୟକ ୫ଥର ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଗୈାରବ ଅର୍ଜନ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଧାରା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ୪ ଏପ୍ରିଲ ୨୦୧୮ରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସି ଆଗରୁ ବହୁ ପ୍ରକଳ୍ପର ଶୁଭ ଦେଇଥିଲେ ।ସେଥିମଧ୍ୟରୁ ଗତ ୧୧ ଫେବୃଆରୀ ଦିନ ପ୍ରାୟ ୨୮ କୋିଟି ଟଙ୍କା ବ୍ୟୟରେ ୧୪ ଗୋଟି ନବ ନିର୍ମିତ ପ୍ରକଳ୍ପକୁ ଭିସି ମାଧ୍ୟମରେ ଲୋକାର୍ପିତ କରିଥିଲେ । ଉକ୍ତ ପ୍ରକଳ୍ପ ମଧ୍ୟରୁ ହିଞ୍ଜିଳିକାଟୁ ପୈାରାଞ୍ଚଳ ଆରଏମସି ପରିଷରରେ ୧କୋଟି ୧୩ ଲକ୍ଷ ୧୨ ହଜାର ଟଙ୍କା ବ୍ୟୟରେ ଅତ୍ୟାଧୁନିକ ମାଛ ,ମାସଂ ବଜାରର ଶୁଭ ଉଦଘାଟନ କରିଥିଲେ । ପରିତାପର ବିଷୟ ଅତ୍ୟାଧୁନିକ ଆମିଷ ବଜାର ଉଦଘାଟନର ଦୁଇମାସ ହେବାକୁ ବସିଲାଣି ମାତ୍ର ତାହା କାର୍ଯ୍ୟକ୍ଷମ ହେଉନଥବାରୁ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
ପୈାର ପରିଷଦ ପକ୍ଷରୁ ଉଛେଦ ହୋଇଥିବା ଆମିଷ ବ୍ୟବସାୟୀ ମାନଙ୍କୁୁ ଅଗ୍ରାଧିକାର ଭିତିରେ ଦୋକାନ ଗୃହ ବଣ୍ଟନ ପାଇଁ ଆବେଦନ ନମନ୍ତେ ପ୍ରଚାର ପ୍ରସାର କରାଯାଇଥିଲା । କିଛି ବେପାରୀ ଆବେଦନ କରି ଟଙ୍କା ମଧ୍ୟ ପୈଠ କରିଛନ୍ତି ।ଅଧିକାଶଂ ଟଙ୍କା ନବାନ୍ଧି ବିନା ମୁଲ୍ୟରେ ଆମିଷ ବଜାର ପରିସରରେ ନିର୍ମିତ ଦୋକାନ ଗୃହକୁ ନେବା ପାଇଁ ଅଡ଼ିବସିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ମାସଂ ବେପାରୀ ମାନଙ୍କ ସହ ଯୋଗା ଯୋଗ କରିବା ପରେ ମଟନ ଳ ଦୋକାନ ପଛ ପଟ ରହିଯାଉଛି ଓ ପାଣିର ସୁବିଧା ନଥିବା କହି ଆଳ ଦେଖାଉଛନ୍ତି । ପ୍ରକାଶ ଥାଉ କି, ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଗତ ୨୯ ଅଗଷ୍ଟ ୨୦୧୬ ରେ ହିଞ୍ଜିଳ ପୋଲିସି ପ୍ରସାଶନ ଓ ସେତେବେଳର ଏନ ଏ ସି ପ୍ରସାଶନ ପକ୍ଷରୁ ସ୍ଥାନୀୟ ପୌରାଞ୍ଚଳର ପରିବା ବଜାର, ଜେଏମଏଫସି ନ୍ୟାୟାଳୟ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ଓ ଥାନା ନିକଟସ୍ଥ ଅଞ୍ଚଳରେ ରହିଥିବା ବହୁ ଆମିଷ ବ୍ୟବସାୟୀଙ୍କୁ ସଂପୃକ୍ତ ସ୍ଥାନରୁ ଉଚ୍ଛେଦ କରାଯାଇ ଆମିଷ ବ୍ୟବସାୟୀ ମାନଙ୍କୁ ସ୍ଥାନୀୟ ଆର ଏମ ସି ପରିଷରରେ ତରବରିଆ ଭାବେ ସ୍ତାନାନ୍ତର କରାଯାଇଥିଲା । ଫଳରେ ସେଠାରେ ଦୁର୍ଗନ୍ଧ ସହ ଆବର୍ଜନା ପରିବେଶରେ ଆମିଷ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ହୋଇଛି ।
ପ୍ରସାଶନ ପକ୍ଷରୁ କୈାଣସୀ ପ୍ରକାର ସୁବିଧା ଯୋଗାଇ ଦିଆଯାଉନଥିବା ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଖୋଲା ଜାଗାରେ ମାସଂ କାଟିବା ନେଇ ତିବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଆମିଷ ବଜାର କେବଳ ଲୋକ ଦେଖାଣିଆ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଆମିଷ ବେପାରୀ ମାନେ ମାଛ କାତି,ପୁଟା ହାଡ଼,ଚମଡ଼ା ଆଦି ପ୍ବାର୍ଶ୍ବରେ ଥିବା ମେଡ଼ିକଲ ରାସ୍ତାରେ କେନାଲ ମଧ୍ୟର୍ରେରେ ଫୋପାଡ଼ିି ଦେଉଛନ୍ତି ଫଳରେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ରୋଗୀ, ଜନସାଧାରଣ ଓ ଶିକ୍ଷାର୍ଥୀ ମାନେ ଯାତାୟାତ ସମୟରେ ନାକରେ ରୁମାଲ ଦେଇ ଯାଉଥିବା ଜଣାପଡ଼ିଛି । ଏପରିକି ବହୁ ସମୟରେ ଉକ୍ତ ରାସ୍ତା ଦେଇ ୧୦୮ ଆମ୍ବୁଲାନ୍ସ ଯାତାୟତ କରୁଥିବା ବେଳେ ଆମିଷ କିଣିବାକୁ ଆସୁଥିବା ଗ୍ରାହକଙ୍କ ଗାଡି ମୋଟର ରହି ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାର ନଜିର ରହିଛି । ପୈାର ପରିଷଦ ପକ୍ଷରୁ ସଂପୃକ୍ତ ସ୍ଥାନରୁ ଆମିଷ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇ ନିର୍ମିତ ଆଧୁନିକ ଆମିଷ ବଜାର ପରିସରକୁ ସ୍ଥାନାନ୍ତରିତ କରିବାକୁ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result