No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ହିଞ୍ଜିଳିକାଟୁ :- କରୋନାର ଦ୍ୱିତୀୟ ଲହରୀର ଗମ୍ଭୀରତାକୁ ନେଇ ସାଧାରଣଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସଚେତନତା, ବିଭିନ୍ନ କରୋନା କଟକଣାକୁ ଯାଞ୍ଚ ଏବଂ ନିୟମ କଡାକଡି କରିବାକୁ ୧୦ଦିନିଆ ସ୍ୱତନ୍ତ୍ର ଅଭିଯାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି ଠାରୁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ବୁଧବାର ଠାରୁ ଆରମ୍ଭ କରାଯାଇ ହିଞ୍ଜିଳି ଥାନାର ସମସ୍ତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଦ୍ୱାରା ସାଧାରଣଙ୍କୁ ସମ୍ପୂର୍ଣ୍ଣ ଭାବେ ସଚେତନ କରାଯିବା ସ୍ଥିର ହୋଇଛି । ଥାନା ଭାରପ୍ରାପ୍ତ ଅଧିକାରୀଶ୍ରୀ ଦାସଙ୍କ ସହ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ସହରର ମୁଖ୍ୟ ବଜାର ବିଭିନ୍ନ ସ୍ଥାନ ବୁଲି ବୁଲି ଲୋକଙ୍କ ସହ ମିଶି ସେମାନଙ୍କୁ ସଚେତନ କରିବା ସହ ସ୍ଥାନୀୟ ପୌରାଞ୍ଚଳ ବିଜୁପଟ୍ଟନାୟକ ଛକ ଓ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ । ମୁଖ୍ୟତଃ ସାନିଟାଇଜ, ମାସ୍କ ପରିଧାନ, ସାମାଜିକ ଦୂରତା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ । ତୃଣମୂଳ ସ୍ତରରେ ସ୍ଥିତ ପରଖିବା ଉଦ୍ଦେଶ୍ୟରେ ଏପରି ୧୦ଦିନିଆ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜଣାପଡିଛି ।

ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀର ଗମ୍ଭୀରତାକୁ ରଖି ଜନସାଧାରଣ ସତର୍କ ରହିବା ସହ କୋଭିଡ ନିୟମାବଳୀ ପାଳନ କରିବା ଓ ସଂକ୍ରମଣ ନିୟନ୍ତ୍ରଣରେ ସହଯୋଗ କରନ୍ତୁ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ଏହି ଅବସରରେ ବୁଧବାର ସନ୍ଧ୍ୟାରେ ପୁଲିସ୍ ଟିମ୍ ସହରର ବିଜୁପଟ୍ଟନାୟକ ଛକ, ପରିବା ବଜାର, ଲକ୍ଷ୍ମୀ ବଜାର, ବସ୍ ଟର୍ମିନାଲ, କଲେଜ ଛକ, ତହସିଲ, ବ୍ଳକ, ଆରଏମସି ଛକ, ସିନେମାହଲ ଛକ, ରଜାସାହି, ବଇଚବଣିଆ ପ୍ରଭୃତି ସ୍ଥାନରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ କୋଭିଡ କଟକଣାକୁ ପାଳନ କରିବାକୁ ଅନୁରୋଧ କରିଥିଲେ ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ଅନୁରୋଧ କରିଥିଲେ । ଯଦି କେହି କୋଭିଡ୍ ନିୟମକୁ ଅମାନ୍ୟ କରନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଥାନା ଏସଆଇ ମମତା ସାମନ୍ତରାୟ, ପ୍ରଦୀପ୍ତ ଦାଶ, ବାସୁଦେବ ଭୋଇ,ଶରତ ଚନ୍ଦ୍ର ରାୟ, ଗୋପାଳ କୃଷ୍ଣ ଆଗୁ ପାତ୍ର, ଏଏସଆଇ ରାଜନ ବିଷୋୟୀ ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ବସନ୍ତ ଉପାଧ୍ୟାୟ, ମନୋଜ ଗଉଡ,ସଦାନନ୍ଦ ବେହେରା ଓ ପୋଲିସ ଟିମ୍ ଯୋଗ ଦେଇଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result