No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ମଙ୍ଗଳବାର ) ନୂଆଗାଁ :- ରାଜ୍ୟ ସରକାରଙ୍କ ଦ୍ଵାରା ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ଵ ହୀନତା ଯୋଗୁଁ ଲୋକମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।ଏପରିକି ପାନୀୟ ଜଳ ପାଇଁ ଲୋକ ମାନେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଥିବା ଦେଖିବାକୁ ମିଳିଛି।ଏଭଳି ଏକ ସ୍ପଷ୍ଟ ଚିତ୍ର ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରି ପଞ୍ଚାୟତ ଅଧିନରେ ଥିବା ଭାଲିଆ ପଦର ଗ୍ରାମ ରେ ଦେଖିବାକୁ ମିଳିଛି । ଭାଲିଆ ପଦର ଗ୍ରାମ ରେ ୪୫ ଟି ପରିବାରରେ ପାଖାପାଖି ଦୁଇଶହ ଲୋକ ବସବାସ କରନ୍ତି । ଗ୍ରାମ ରେ ଥିବା ଗୋଟିଏ ମାତ୍ର ନଳକୂପ ସୋଲାର ସଂଯୋଗିକରଣ ହୋଇଥିବାରୁ ବାଲ୍ଟିଏ ପାଣି ପାଇଁ ଲୋକ ମାନେ ଘଣ୍ଟା ଘଣ୍ଟା ଧରି ଠିଆ ହୁଅନ୍ତି ।
ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଗ୍ରାମବାସୀ ମାନେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ନପଡିବା ପରିତାପର ବିଷୟ ପାଲଟିଛି । କେବଳ ଭାଲିଆ ପଦର ଗ୍ରାମ ନୁହେଁ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାର ଲାଗିଛି।ଏପଟେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ବୃଦ୍ଧି ହେଉଥିବା ବେଳେ ସେପଟେ ଗ୍ରାମ ଗୁଡିକରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବା ଯୋଗୁଁ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଜନ ସାଧାରଣ ରେ ଦାବୀ ହେଉଛି । ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )
No Result
View All Result