No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୩୧ ମାର୍ଚ୍ଚ , ବୁଧବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଉଚ୍ଚ ବିଦ୍ୟାଳୟର ୧୯୭୧ ମସିହା ମାଟ୍ରିକ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ବନ୍ଧୁ ମିଳନ ଉତ୍ସବ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୈାରଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ହରିହର ମହାରଣା ,

ଚନ୍ଦ୍ରମଣି ଜେନା , ହାଡୁବନ୍ଧୁ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୁରାତନ ଛାତ୍ର ମନୋରଞ୍ଜନ ମିଶ୍ର ସଭାପତିତ୍ବ କରିଥିଲେ ଏବଂ କୁରାଳ ଉଚ୍ଚ ବିଦ୍ୟାଳୟ ର ସାମଗ୍ରିକ ଉନ୍ନତି ପାଇଁ ସଂକଳ୍ପ ନିଆ ଯାଇଥିଲା । ବହୁଦିନ ପରେ ଛାତ୍ରମାନେ ଏକାଠି ହୋଇଥିବାରୁ ସମସ୍ତେ ଖୁସି ଅନୁଭବ କରିବା ସହ ଭାବର ଆଦାନ ପ୍ରଦାନ କରିଥିଲେ ।

ଅତୀତରେ ସଂଘର୍ଷମୟ ଜୀବନକୁ ମନେପକାଇ ଆଜିର ସଫଳତା କୁ ନେଇ ଗର୍ବ ଅନୁଭବ କରିଛନ୍ତିି । ରଜତ କୁମାର ମହାପାତ୍ର ସଭା ସଂଯୋଜନା କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result