No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ମାର୍ଚ୍ଚ ଗୁରୁବାର ) ବରଗଡ଼ :- ମାର୍ଚ୍ଚ ମାସ ର ଆଳ ଦେଖାଇ ୱେସ୍କୋ ଏବେ ଉପଭୋକ୍ତାଙ୍କ ଠାରୁ ଟଙ୍କା ଅସୁଲି କରିବା ସହ ପୈଠ ନକଲେ ବିଦ୍ୟୁତ ସଂଯୋଗ କାଟ୍ କକରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ୧୫ ଦିନର ନୋଟିସ ନଦେଇ ଜୋରଜବରଦସ୍ତ ବିଦ୍ୟୁତ କାଟ୍ କୁ ଜନ ସାଧାରଣ ସହ୍ୟ କରି ପାରୁନଥିବା ବେଳେ ବିଲ୍ ଗୁଡିକୁ ରିଭାଇଜ ନକରି ଅତ୍ୟଧିକ ଟଙ୍କା ଦେବାକୁ ବାଧ୍ୟ କରୁଥିବା ଜିଲ୍ଲା ଆବାହକ ଭାବନୀ ସାହୁ ଅଭିଯୋଗ କରିଛନ୍ତି ।
ଏହି ବେଆଇନ ଅସୁଲି କୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି ଦେଇଛି । କରୋନା ସମୟରେ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ପଡିଥିବା ବେଲେ ଏପରି ଅସୁଲି ଠିକ ନୁହେଁ ବୋଲି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର କହିଛନ୍ତି । ଦିଲ୍ଲୀ ରେ ଯେପରି ଦୁଇ ଶହ ୟୁନିଟ ବିଜୁଳି ମାଗଣା ଦିଆଯାଉଛି ସେହିପରି ଓଡ଼ିଶାର ପ୍ରତ୍ୟେକ ପରିବାର କୁ ଦିଆଯାଉ ବୋଲି ଆପ୍ ଦାବି କରିଛି । ଏଥିରେ ଅସିତ ସାହୁ, ମରିୟମ ବାର୍ଳା, ମମତା ବେହେରା, ପୋଲୁସ୍ତ୍ୟ ସାହା, ସତ୍ୟ ପ୍ରକାଶ ମହାପାତ୍ର, ଜିତେନ୍ଦ୍ର ଷଡ଼ଙ୍ଗୀ , ସୁଭମ ଅଗ୍ରୱାଲ, ସ୍ଵାମୀ ଧ୍ୟାନ ଦୀପକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result