No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ବରଗଡ଼ :- ବରଗଡ ଜିଲ୍ଲା ରେ ଆଜି ପଞ୍ଚାୟତ ସ୍ତରୀୟ ବରିଷ୍ଠ ନଗରିକଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଉପାନ୍ତ ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ ଶୁଭାରମ୍ଭ ହୋଇଛି । ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସର ପଧାନ ଏବଂ ଭୁକ୍ତା ରୋଗୀ କଲ୍ୟାଣ ସମିତି ର ସଭ୍ୟ ସୋମନାଥ ବେହେରା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

ଏହି କେନ୍ଦ୍ର ରେ ଦିନ କୁ ଶହେ ଜଣ ବରିଷ୍ଠ ନାଗରିକ ଙ୍କୁ ଟୀକାକରଣ କରାଯିବ । ଏଥିରେ ୭ଟି ପଞ୍ଚାୟତ ଲଖନପୁର, କର୍ଲା, ଖୋଲ, ଉତ୍ତମ , ବୁଙ୍ଗାପାଲି , ଡୁଙ୍ଗରୀ , ବାଞ୍ଜିପାଲିର ବରିଷ୍ଠ ନାଗରିକ ମାନେ ଉପକୃତ ହୋଇପାରିବେ। ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାଶ, ଡାକ୍ତର ନମିତା ମିଶ୍ର, ନନ୍ଦିନୀ ସୁନା, ରୋହିତ ସାହୁ , ଶରତ କୁମାର ସ୍ବାଇଁ , ସଂପ୍ରତା ପଧାନ, ଆଙ୍ଗନ ବାଡି ଓ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result