No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ , ରବିବାର ) ବରଗଡ଼ :- ଆଗକୁ ପୋୖର ଓ ପଂଚୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ଆମ୍ ଆଦମୀ ପାର୍ଟି ର ଏକ ଜିଲ୍ଳା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ପୋୖର ନିର୍ବାଚନରେ ସ୍ବଛ ଛବି ର ପ୍ରାର୍ଥୀ ଙ୍କୁ ପାର୍ଟି ଟିକଟ ଦେବାକୁ ନିଷ୍ପତି ନେଇଛି । ବରଗଡ଼ ର ମୁଖ୍ୟ ସମସ୍ୟା ଯଥା ହସ୍ପିଟାଲ, ହୋଲଡିଂ ଟେକ୍ସ, ବନ୍ଧ କଟା ପୁନରୁଦ୍ଧାର, ଡ୍ରେନ, ରାସ୍ତା, ପିଇବା ପାଣି, ଲାଇଟ ଭଳି ପ୍ରସଙ୍ଗ ରେ ଆପ୍ ଲୋକମାନଙ୍କ ପାଖକୁ ଯିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ସେହିପରି ପଦ୍ମପୁର, ବିଜେପୁର, ଭଟଲି, ଅତାବିରା ବିଧାନସଭା ର ସଙ୍ଘଠନ ଉପରେ ଆଲୋଚନା ହୋଇଥିଲା ।
ଦିଲ୍ଲୀରେ ସମସ୍ତଙ୍କୁ ଦୁଇ ଶହ ୟୁନିଟ ବିଜୁଳି ଫ୍ରି, ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ମାଗଣା ମିଳୁଥିବା ବେଳେ ମହିଳା ମାନକୁ ବସ ଯାତ୍ରା ଫ୍ରି ହୋଇଛି । ତେଣୁ ଓଡିଶାରେ ଆପ୍ ସଂଘଠନ କୁ ବିସ୍ତାର କରିବା ପାଇଁ ନିଷ୍ପତ୍ତି ହୋଉଛି । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମରିୟମ ବାର୍ଳା ମହିଳା ସଂଗଠନ, ଅସିତ ସାହୁ, ଛାତ୍ର ନେତା ପୋଲୁସ୍ତ୍ୟ ସାହ, ପଦ୍ମପୁର ରୁ ଆନନ୍ଦ ସାହୁ, ବିଜେପୁର ରୁ ଗୌରୀ ଶଙ୍କର ଆଚାର୍ଯ୍ୟ, ଭଟଲି ଉଜ୍ଜ୍ୱଳ ସେଠ, ମମତା ବେହେରା, ଅଲିମ ରିଜବି, ଯଶୋବନ୍ତି ପୋଢ଼ ପ୍ରମୁଖ ଉପସ୍ଥିତ ରହି ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result