No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ବରଗଡ଼ :- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧୀନସ୍ତ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୁବ ସଂସଦ କାର୍ଯ୍ୟକ୍ରମ ଓ ୭୫ତମ ଭାରତର ମୁକ୍ତି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଶନିବାର ଦିନ ଗଜପତି ଜିଲ୍ଲା ରାୟଗଡ ବ୍ଲକର ମାର୍ଲବା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ନେହେରୁ ଯୁବ କେନ୍ଦ୍ର ତରଫରୁ ଯୁବ ସଂସଦ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ ତହସିଲଦାର ଲିଲାବତୀ ଆଚାର୍ଯ୍ୟ, ଜିଲ୍ଲା କର୍ମ ନିୟୋଜିତ ଅଧିକାରୀ ସୌଭାଗ୍ୟ ସ୍ମୃତି ରଂଜନ ତ୍ରିପାଠୀ, ମର୍ଲବା ସରପଞ୍ଚ ସୁନୀନ୍ଦା ମଣ୍ଡଳ, ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର, ପ୍ରମୁଖ ମଞ୍ଚାସୀନଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଉର୍ଦ୍ଧ ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ବୃନ୍ଦମାନେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜୋଳନ କରି ଶୁଭାରମ୍ଭ କରି ନିଜ ନିଜ ବକ୍ତବ୍ୟରେ ବିଭିନ୍ନ ପ୍ରକାରର ପରାମର୍ଶ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ପ୍ରଶିକ୍ଷିକା ମୋହିନୀ ପ୍ରଧାନ, ସ୍ୱେଚ୍ଛାସେବୀ ପୋଲାକି ପ୍ରଶାନ୍ତ, ଝୁମୁରି ଭୂୟାଁ, ଏନ୍.ମୋହନ ବାବୁ, ବିଜୟ କୁମାର ସାହୁ, ଶ୍ରୀକାନ୍ତ ଦୋରା ପ୍ରମୁଖ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ଜିଲ୍ଲା ଦକ୍ଷତା ସଂଯୋଜକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ଡିଏଲ୍ଟିର ଦିଲିପ କୁମାର ରାଉଳ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ । ( ସଞ୍ଜୀବ କୁମର ପାଣି ରାୟଗଡ ଗଜପତି )
No Result
View All Result