No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୦ ମାର୍ଚ୍ଚ , ବୁଧବାର )ବ୍ରହ୍ମପୁର :- ଆଜି ଶହିଦ୍ ଲକ୍ଷ୍ମଣ ନାୟକ ହଲ ଠାରେ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ସମର୍ଥନରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସମେତ ବିଭିନ୍ନ ବ୍ଲକ, ତହସିଲ,ପଞ୍ଝାୟତ ସ୍ତରରେ ଲଗାତର ପ୍ରତିବାଦ ଓ ଅନ୍ଦୋଳନ ଚାଲିଛି । କୃଷି ଓ କୃଷକ ବିରୋଧି ତିନି କୃଷି ଆଇନ ପ୍ରତ୍ୟାହାର ଦାବୀରେ ଏକ ରାଜ୍ୟସ୍ତରୀୟ କୃଷକ ଅଧିକାର ଯାତ୍ରା ମାର୍ଚ୍ଚ ୧୨ରୁ ୨୨ ପର୍ଯ୍ୟନ୍ତ ପରିକ୍ରମା କରି ଆସନ୍ତା ୨୩ ମାର୍ଚ୍ଚରେ ଶହିଦ୍ ଭଗତ ସିଂ ବଳିଦାନ ଦିବସରେ ରାଜଧାନୀ ଭୂବନେଶ୍ୱରରେ ଏକ ରାଜ୍ୟସ୍ତରିୟ ସମାବେଶ ଆୟୋଜନ କରିବାକୁ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି / ସଂଯୁକ୍ତ କୃଷକ ମୋର୍ଚ୍ଚା ଓଡିଶା ପକ୍ଷରୁ ନିଷ୍ପତି ନିଆଯାଇଥିବା ପ୍ରେସ୍ ଇସ୍ତାହରରେ ଜଣାଇଛନ୍ତି ।
ଆସନ୍ତା ମାର୍ଚ୍ଚ ୧୨ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଖଲିକୋଟ, କୋଦଳା , ବେଗୁନିଆପଡା , ବୁଢାମ୍ ବ, ପୁରୁଷୋତମପୁର , ଖଣ୍ଡଦେଉଳି , ହୁମା , ଗଞ୍ଜାମ , ଛତ୍ରପୁର , ଚମାଖଣ୍ଡି ଏବଂ ଆଙ୍କୁଲି ଇତ୍ୟାଦି ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ଚାଲିଛି । ବ୍ରହ୍ମପୁରରେ କିଷାନ ଯାତ୍ରା ପହଞ୍ଝିଲା ପରେ ଏକ ମଟର ସାଇକେଲ ରାଲି ଜରିଆରେ ରାମଲିଙ୍ଗ ଟେଙ୍କ ରୋଡ ଠାରେ ସନ୍ଧ୍ୟା ୬ ଘଂଟା ସମୟରେ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଛି । ମାର୍ଚ୍ଚ ୧୩ ତାରିଖ ଦିନ ସକାଳ ୯ ଘଂଟା ସମୟରେ କୃଷି ଅଧିକାର ଯାତ୍ରା ବ୍ରହ୍ମପୁରରୁ ବାହାରି ଫାଷ୍ଟଗେଟ ଦେଇ ଗଣିଆନାଳ, ଦିଗପାହଣ୍ଡି, ପୋଡାମାରି ଦେଇ ଗଜପତିରେ ପହଞ୍ଝିବ । ଏହି ସାମ୍ବାଦିକ ସମ୍ମିଳନିରେ ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହି, ଶଙ୍କର ସାହୁ , ପି.ପାର୍ବତି , ସୁଦର୍ଶନ ସ୍ୱାଇଁ ଓ ରଙ୍କନାଥ ସ୍ୱାଇଁ ଉପସ୍ଥିତ ଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result