No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ବରଗଡ :- ୦୮.୦୩.୨୧ ଆନ୍ତର୍ଜାତିକ ମହିଳା ଦିବସ ସଂଯୁକ୍ତ ଯୁବ ସଂଗଠନ ବରଗଢ ତରଫରୁ ପ୍ରତିବର୍ଷ ପରୀ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଶାନ୍ତି ତପୋବନ ଆଶ୍ରମ ,ମାତୃଛାୟା ,ବାନପ୍ରସ୍ଥ ( ଜରାନିଵାସ ) ଚକରକେନ୍ଦ ଛକ ବରଗଡ଼ ଠାରେ ପ୍ରାକୃତିକ ସୁରମ୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଡଃ ତପସ୍ଵିନୀ ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦିପ ପ୍ରଜ୍ଵଳନ ପୂର୍ବକ ମହିଳା ଦିବସକୁ ଉଦ୍ଘାଟନ କରିଥିଲେ । ଏହା ପରେ ମାତୃଛାୟା ର ଅନ୍ତେବାସିନୀ ମାନଙ୍କୁ ନେଇ ଖେଳ ପ୍ରତିଯୋଗିତା ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରାଥିନୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଆସିଥିବା ଅତିଥି ମାନେ ।
ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ସୁରେଶ୍ଵରୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ତପସ୍ଵିନୀ ମହାପାତ୍ର, କବିତା ରଥ,ମଞ୍ଜୁ ଶତପଥି, ନିରୁପମା ଶତପଥି ଯୋଗ ଦେଇ ମହିଳା ମାନଙ୍କୁ ଆଧ୍ୟାତ୍ମିକ ଓ ଭାରତୀୟ ସ଼ଂକୃତି ଓ ପରମ୍ପରା ମାର୍ଗରେ ନେଇ ପାରିଲେ ମହିଳା ସଶକ୍ତିକରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଉକ୍ତ ସଭାରେ ସୂଶ୍ରୀ ଲବଙ୍ଗ ସାହୁ ସ୍ବେଛାସେବୀକା ସଭାପତିତ୍ବ କରିଥିଲାବେଳେ ସଙ୍ଗୀତା ସାହୁ ଅଧ୍ୟକ୍ଷା ମାତୃଛାୟା ସ୍ବାଗତ ଜଣାଇ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ନନ୍ଦିନୀ ଗଢତୀୟା ସେବିକା ମାତୃଛାୟା ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result