No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ହିଞ୍ଜିଳିକାଟୁ :- ସାରା ଭାରତ ବର୍ଷରେ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀକ ମହିଳା ଦିବସ ଭାବେ ପାଳନ କରଯୋଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ହିଞ୍ଜିଳିକାଟୁ ସମନ୍ନିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଆନ୍ତର୍ଜାତୀକ ମହିଳା ଦିବସ ପାଳନ କରାଯାଇଛି । ପୂର୍ବାହ୍ନରେ ସ୍ଥାନୀୟ ଅଂଚଳର ବହୁ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ମାନେ ଲିଫଲେଟ, ବ୍ୟାନର ଧରି ସ୍ଳୋଗାନ ଦେଇ ନଗର ପରିକ୍ରମା କରିବା ସହ ଜନସଚେତନତା ସୃଷ୍ଟି କରିଥିଲେ । ପରବର୍ତୀ ସମୟରେ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ସଭା କକ୍ଷ ଗୃହରେ ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ସମାଜରେ ନାରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ମୃତ୍ୟଞ୍ଜୟ ପାଣିଗ୍ରାହୀ ପ୍ରମୂଖ ମଂଚାସୀନ ଥିଲେ । ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଯୋଗୁଁ , ଏହାର ନିରାକରଣ ସକାଶେ ଜନ ସଚେତନ ଏକାନ୍ତ ଆବଶ୍ୟକ ବୋଲି ମଂଚାସୀନ ଅତିଥି ମାନେ କହିଥିଲେ । କାର୍ଯ୍ୟକ୍ରମରେ ମୋ ଗେହ୍ଲା ଝିଅ ଭାବେ ସିକିରି ଅଂଚଳର ଆଦର୍ଶ ମା ଭାବେ ବୁନି ଜେନାଙ୍କୁ ସମ୍ମାନିତ କରାଯିବା ସହ କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ସୁପରଭାଇଜର ବନଜା ବେହେରା, ମଧୁଲିକା ପାତ୍ର, ସୋନାଲି ବେହେରା, ମୁକ୍ତା ଦେବୀ, ସାରଦା ଶତପଥୀ, ପୁଷ୍ପାଲତା ବେହେରା, ୱାଇ. ଶୋଭା ପରିଚାଳନା କରିଥିବା ବେଳେ ବିପିସି ନଳିନି ସିଂ, ପ୍ରିୟଙ୍କା ମହାରଣା, ରାଜଲକ୍ଷ୍ମୀ ପାଢି, ପ୍ରତାପ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । (ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result