No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ମାର୍ଚ୍ଚ ଶନିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ କାର୍ଯ୍ୟାଳୟ ରେ ଆଜି ଗୁରୁ ଭଗବାନ ସାହୁ ଶ୍ମୃତି କମିଟୀ ର ଆବାହକ ଉତ୍ପନ୍ନ ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ଡ.ହଲଧର ନାଗ, ଅଧ୍ୟାପକ ମୋହନ ସାହୁ, ସଂପାଦକ ପ୍ରଦୀପ ଦେବତା,କାର୍ୟକାରୀ ସଭାପତି କେଦାର ମିଶ୍ର, ମଞ୍ଚାସିନ ଥିଲେ ! ପଶ୍ଚିମ ଓଡିଶା ର ମହାନ ନାଟ୍ଯକାର ଲୋକକଳା,ସଂସ୍କୃତି, ଲୋକଭାଷା, ଲୋକନୃତ୍ଯ ଓ ଶବ୍ଦ ନୃତ୍ୟ ର ପ୍ରଚାରକ କୋଷଲୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ ଶ୍ମୃତି କମିଟି ର ପୂର୍ଣାଙ୍ଗ କର୍ମକର୍ତ୍ତାଙ୍କ ପ୍ରଥମ ଅଧିବେଶନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ! ପଦ୍ମଶ୍ରୀ ଡ ହଳଧର ନାଗ ଏହି ବୈଠକ କୁ ବିଧି ବନ୍ଧ ଭାବରେ ଉଦଘାଟନ କରି ଗୁରୁ ଭଗବାନ ସାହୁ ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ !
କମିଟି ର ମୁକ୍ଷ ସଂଯୋଜକ ଉତ୍ପନ୍ନ କୁମାର ଭୋଇ ନବ ଗଠିତ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରି ନୂତନ ସଭାପତି ମୋହନ ସାହୁ, ସଂପାଦକ ପ୍ରଦୀପ ଦେବତା,କାର୍ୟକାରୀ ସଭାପତି କେଦାର ମିଶ୍ର ଓ ପଦ୍ମଶ୍ରୀ ହଳଧର ନାଗ ଙ୍କୁ ମଞ୍ଚ କୁ ଆମନ୍ତ୍ରଣ କରିଥିଲେ ! ସଭାପତି ଙ୍କ ସ୍ବାଗତ ଭାଷଣ ପରେ ସଂପାଦକ ପ୍ରଦୀପ ଦେବତା ବିବରଣୀ ପାଠ କରିଥିଲେ ! କୋଷାଧ୍ୟକ୍ଷ ସଂନ୍ତୋଷ ଦାଶ କମିଟି ର ଅର୍ଥ ବ୍ୟବସ୍ଥା ଉପରେ ପ୍ରସ୍ତାବ ରଖିଥିଲେ ! ଏହା ପରେ ଡ, ତପସ୍ବିନୀ ଗୁରୁ ଭଗବାନ ସାହୁ ଙ୍କ ଉପରେ ବିଦ୍ୟାଳୟ ସ୍ତରରେ ପରିଚିତ କରାଯିବାକୁ ପ୍ରସ୍ତାବ ରଖିଥିଲେ ! ଅଧ୍ୟାପକ ଟେକଚାନ୍ଦ ଦୁଆନ ଭଗବାନ ସାହୁ ଙ୍କ ବୀର ସୁରେନ୍ଦ୍ର ସାଏ ନାଟକ କୁ ପ୍ରକାଶନ କରିବାକୁ ପ୍ରସ୍ତାବ ରଖିଥିଲେ ! ଅଧ୍ୟାପକ ନାରାୟଣ ଭୋଇ ମନୋହର ସାସ୍କୃତିକ ସଂସଦ କରି ଏହି କମିଟି ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଭଗବାନ ସାହୁ ଙ୍କ ଜନ୍ମ ଜୟନ୍ତୀ ପାଳନ କରିବାକୁ ପ୍ରସ୍ତାବ ରଖିଥିଲେ !
ଶ୍ରୀ ପ୍ରଭାତାଦିତ୍ୟ ମିଶ୍ର ବରଗଡ଼ ର ଅବକ୍ଷୟି କଳା ପ୍ରତିଭା ଙ୍କ ଉପରେ କ୍ଷୋଭ ପ୍ରକାଶ କରି ଏହି ସଂଗଠନ ତାର ପୁନରୁଦ୍ଧାର କରୁବୋଲି ମତ୍ତ ରଖିଥିଲେ ! ଠିକ୍ ସେହିପରି ସର୍ବ ଶ୍ରୀ ଦିଲ୍ଲୀପ ଦେବତା, ବୈରାଗି ସାହୁ, ପ୍ରୀତମ ସିଂ, ଅଧ୍ୟାପକ ସୁଶାନ୍ତ ମିଶ୍ର, ଅଶୋକ ପୂଜାହାରୀ, ରୋହିତ ଦାଶ, ପଞ୍ଚାନନ ବାରିକ, ମାନଭଞ୍ଜନ କର, ମୋହନ ସିଂ କହ୍ନେଇ, ପ୍ରମୋଦ ଦେବତା, ମାମରାଜ ସ୍ବାଇଁ, ଭୂବନ ଭୋଇ ପ୍ରମୁଖ ନୂଆଁ ନୂଆଁ ପ୍ରସ୍ତାବ ରଖିଥିଲେ ! କାର୍ୟକାରୀ ସଭାପତି କେଦାର ମିଶ୍ର ବୈଠକ ର ସମୀକ୍ଷା କରିବା ପରେ ସହ ସଂପାଦକ ତେଜୁରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ! (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result