• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜିଲ୍ଲା ପ୍ରଶାସନ ନିଷ୍ପତିକୁ ଅପେକ୍ଷା, ଆଶା ଆଶଙ୍କାରେ ଦଣ୍ଡ, ବୈଶାଖ ଓ ହିଞ୍ଜିଳିକାଟୁ ପ୍ରସିଦ୍ଧ ନୃସିହ ଯାତ୍ରା

Proprietor Abhimanyu Maharana by Proprietor Abhimanyu Maharana
March 2, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଜିଲ୍ଲା ପ୍ରଶାସନ ନିଷ୍ପତିକୁ ଅପେକ୍ଷା, ଆଶା ଆଶଙ୍କାରେ ଦଣ୍ଡ, ବୈଶାଖ ଓ ହିଞ୍ଜିଳିକାଟୁ ପ୍ରସିଦ୍ଧ ନୃସିହ ଯାତ୍ରା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ହିଞ୍ଜିଳିକାଟୁ  :- ଆଉ ମାତ୍ର କିଛି ଦିନ ପରେ ଆରମ୍ଭ ହେବ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଏଥି ସହ ଆରମ୍ଭ ହେବ ସ୍ଥାନୀୟ ବ୍ଳକ ବୁରୁପୋଡ଼ା ପଂଚାୟତର ଅଧିଷ୍ଠତ୍ରୀ ଦେବୀ ମା’ ଶ୍ୟାମଳାଇଙ୍କ ଚୈତ୍ର ମଙ୍ଗଳବାର ପର୍ବ । ପରେ ପରେ ବୈଶାଖ ମାସରେ ହିଞ୍ଜିଳିକାଟୁ ଅଂଚଳର ପ୍ରସିଦ୍ଧ ନୃସିଂହ ଠାକୁରଙ୍କ ଯାତ୍ରାତ୍ସୋବ । ଗତବର୍ଷ ମହାମାରୀ କରୋନା ଭୁତାଣୁ ସଂ୍ରକମଣକୁ ପ୍ରତିହିତ କରିବା ଲାଗି ପ୍ରଶାସନ ପକ୍ଷରୁ ଲକଡ଼ାଉନ, ସଟଡ଼ାଉନ, ବଫରଜୋନ ଓ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଫଳରେ ସ୍ଥାନୀୟ ଅଂଚଳର ଦଣ୍ଡଯାତ୍ରା ସାଙ୍ଗକୁ ଚୈତ୍ର ୨ୟ ପାଳି ମଙ୍ଗଳବାର ଠାରୁ ଭକ୍ତଙ୍କ ସମାଗମ ଉପରେ କଟକଣା ଲାଗୁ କରାଯାଇଥିଲା । ଏପରିକି ବୈଶାଖ ମାସରେ ଅନୁଷ୍ଠିତ ହେଉଥିବା ହିଞ୍ଜିଳିକାଟୁ ଅଂଚଳର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବକୁ ମଧ୍ୟ ବନ୍ଦ କରାଯାଇଥିଲା । ପ୍ରଶାସନର ନିଷ୍ପତିକୁ ସମ୍ମାନ ଜଣାଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗତବର୍ଷ ମା’ ଶ୍ୟାମଳାଇଙ୍କ ପୀଠରେ ସେବାୟତ ମାନେ କୋଭିଡ଼ କଟକଣାକୁ ମାନିଚଳିବା ସହ କେବଳ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ । ସେହିପରି ବୈଶାଖ ମାସରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବକୁ ମଧ୍ୟ କେବଳ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇଥିଲା ।

ବର୍ତମାନ ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ତେଲଙ୍ଗାନା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଛତିଶିଗଡ଼, ମଧ୍ୟପ୍ରଦେଶରେ ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିଦେ୍ର୍ଧଶ କ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଗୁଆ ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହ୍ରାସ ହେବା ଯୋଗୁଁ ଗତ କିଛି ମାସ ପୂର୍ବରୁ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ସରକାରଙ୍କ ନିଦେ୍ର୍ଧଶ ଅନୁଯାୟୀ ଖୋଲିବା ପରେ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ଆସନ୍ତା ମାର୍ଚ୍ଚ ମାସରେ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଓ ମାର୍ଚ୍ଚ ୩୦ ତାରିଖ ଠାରୁ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ମାନସିକ ଧାରୀ ଦଣ୍ଡୁଆଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଭକ୍ତ ମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଅଂଚଳରେ କରୋନା ସଂକ୍ରମଣ ଆଦୌନଥିବା ବେଳେ ଦଣ୍ଡଯାତ୍ରା, ମା’ ଶ୍ୟାମଳାଇଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଓ ବୈଶାଖ ମାସରେ ସ୍ଥାନୀୟ ଅଂଚଳର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଯାତ୍ରା ଆୟୋଜନରେ କୌଣସି ପ୍ରକାର ଅସୁବିଧା ନାହିଁ ବୋଲି ଯାତ୍ରାପ୍ରେମୀଙ୍କ ମନରେ ମତ ପ୍ରକାଶ ପାଇଛି । କିନ୍ତୁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନର ନିଷ୍ପତିକୁ ଅପେକ୍ଷା କରାଯାଇଛି । ମା’ ଶ୍ୟାମଳାଇଙ୍କ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମାନସିକ ଧାରୀ ମାନେ ନିଜ ନିଜ ଶିଶୁଙ୍କ ମୁଣ୍ଡନ କରିବା ସହ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ସାମ୍ଭାବ୍ୟ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ଦଣ୍ଡଯାତ୍ରାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ମାସିକଧାରୀ ଦଣ୍ଡୁଆ ମାନେ ନିଜର ମାନସିକ ପୁର୍ଣ୍ଣ କରି ପାରିନଥିଲେ । ହିଞ୍ଜିଳି ଅଂଚଳର ୨ଟି ଦଣ୍ଡ ଦଳ ସମେତ ନିକଟବର୍ତି ବୁରୁପୋଡ଼ା, ସମରଝୋଳ, ପୋଚିଲିମା, ମକରଝୋଳ, ବେଲଗାଁ, ରାଳବ, କୋଳିଦାସପୁର , ଆଲପୁର ପ୍ରମୁଖ ଗ୍ରାମରେ ଦଣ୍ଡକାଳୀଙ୍କ ଯାତ୍ରାତ୍ସୋବ ପ୍ରତିବର୍ଷ ପାଳନ କରାଯାଇଥାଏ । ଗତବର୍ଷ ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡଯାତ୍ରାରେ ସାମିଲ ହୋଇପାରିନଥିବା ବେଳେ ଚଳିତ ବର୍ଷ ଦଣ୍ଡଯାତ୍ରାରେ ସାମିଲ ହୋଇ ନିଜର ମାନସିକ ପୁରଣ କରିପାରିବେ ବୋଲି ଆଶାବାଦୀ ରହିଛନ୍ତି । ଅନୁରୂପ ଭାବେ ଗତ ୧୯୪୨ ମସିହାରେ ହିଞ୍ଜିଳିକାଟୁ ଅଂଚଳରେ ମ୍ୟାଲେରିଆ ଓ ହଇଜା ରୋଗ ବ୍ୟାପି ବହୁ ଲୋକେ ମୃତ୍ୟବରଣ କରିଥିଲେ । ସ୍ଥାନୀୟ ଅଂଚଳବାସୀ ଅନ୍ୟ ଉପାୟ ନପାଇ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ଗ୍ରାମ ପରିକ୍ରମା କରିବା ପରେ ଆପଣାଛାଏଁ ସ୍ଥାନୀୟ. ଅଂଚଳରୁ ରୋଗ ଉଭେଇ ଯାଇଥିଲା । ସେହିଦିନ ଠାରୁ ସ୍ଥାନୀୟ ଅଂଚଳର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ପ୍ରତିବର୍ଷ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ପାଳନ କରାଯାଇ ଆସୁଛି । ଚଳିତ ବର୍ଷ ଦଣ୍ଡଯାତ୍ରା, ଚୈତ୍ରଯାତ୍ରା ଓ ନୃସିଂହ ଯାତ୍ରା ସକାଶେ ଅନିଶ୍ଚିତତା ଲାଗି ରହିଥିବା ବେଳେ ଉପରୋକ୍ତ ସମସ୍ତ ଯାତ୍ରା କମିଟି ଯାତ୍ରା ପାଳନ କରିବାକୁ ଆଶାବାଦୀ ରହିଛନ୍ତି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

ଲବଣଗିରି ପାହାଡ଼ରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଯାଇଛି

July 27, 2026
ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା

July 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

ସ୍ୱଦେଶୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବା ଳକ୍ଷ ନେଇ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ଏବଂ ଲୋହମ୍‌ ମଧ୍ୟରେ ଶିଳ୍ପ ସହଭାଗିତା

July 27, 2026
CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

CSIR-IMMT strengthens industry partnerships with Engineers India Limited and LOHUM to accelerate indigenous critical minerals technologies

July 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version