No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ଆର.ଉଦୟଗିରି ଉପ-କାରାଗାର ମଧ୍ୟରୁ ଆଜି ଦୁଇ କଏଦୀ ଚମ୍ପଟ ମାରିଛନ୍ତି ! ସୂଚନା ପ୍ରକାରେ ସକାଳ ସମୟରେ ଦୁଇ ଜଣ କଏଦୀ ପାଚେରି ଡେଇଁ ଫେରାର ହୋଇ ଯାଇଥିଲେ ! ସେମାନେ ହେଲେ ପୁରି ବ୍ରହ୍ମଗିରି ଅଞ୍ଚଳର ସରତ କୁମାର ଦେ (୨୮) ଅନ୍ୟଜଣେ ହେଲେ ଅଡବା ଅଞ୍ଚଳର କରୁଣା ଗମାଙ୍ଗ (୨୫) !

ତେବେ ଦୁଇ କଏଦୀ ଫେରାର ଘଟଣା ଜାଣିବା ପରେ ଆର.ଉଦୟଗିରି ଉଭୟ ସବଜେଲ ଓ ପୋଲିସ ଥାନାର ମିଳିତ ଉଦ୍ୟମରେ କଏଦୀ ମାନଙ୍କୁ ଖୋଜା ଖୋଜି ଜାରିରହିଥିବା ସମୟରେ ତୁମନ ପାହାଡ଼ ଉପରେ ବ୍ରହ୍ମଗିରି ଅଞ୍ଚଳର ସରତ କୁମାର ଦେ କାବୁ ହୋଇଥିଲା ! ଏବଂ ଅନ୍ୟଜଣେ କଏଦୀ ଅଡବା ଥାନା ଅଞ୍ଚଳର କରୁଣା ଗମାଙ୍ଗର ବର୍ତ୍ତମାନ ସୁଦ୍ଧା ଖୋଜ ଖବର ମିଳିନାହିଁ l (ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result