No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଫେବୃଆରୀ ବୁଧବାର) କଟକ :- ସମସ୍ତଙ୍କୁ ଉତମ ଜୀବନଜୀବିକା ପ୍ରଦାନ କରିବାର ନିରନ୍ତର ଉଦ୍ୟମ ସ୍ୱରୂପ ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ (ଡିସିବିଏଲ୍) ପକ୍ଷରୁ ସ୍ଥାନୀୟ ସମାଜକୁ ସହାୟତା ପ୍ରଦାନ କରିବା ଲାଗି ବିଭିନ୍ନ ପ୍ରକାର ଅଭିଯାନର ଶୁଭାରମ୍ଭ କରାଯାଇଛି, ଫଳରେ କଟକର ଟାଙ୍ଗି ସ୍ଥିତ ଡିସିବିଏଲ୍ର କପିଳାସ ସିମେଂଟ୍ ମାନୁଫାକ୍ଚରିଂ ୱାର୍କସ (କେସିଏମ୍ଡବ୍ଲୁ)ର ପାରିପାଶ୍ୱର୍ରେ ଭିତିଭୂମି ବିକାଶ ସୁଦୃଢ଼ ହୋଇପାରିଛି । କଂପାନି ନିକଟରେ ଏହି ଅଂଚଳର ଗୋଷ୍ଠୀ କେନ୍ଦ୍ର, ଶୌଚାଳୟ ବ୍ଲକ୍ ନିର୍ମାଣ ଏବଂ ମନ୍ଦିର ଓ ଧାର୍ମିକ ସ୍ଥଳୀର ମରାମତି ପାଇଁ ସିଏସ୍ଆର୍ ଅଭିଯାନ ଅଂଶସ୍ୱରୂପ ୧୨ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ କରାଯାଇଛି । “କଟକ ଓ ଯାଜପୁର ଜିଲ୍ଲାର ସ୍ଥାନୀୟ ଗୋଷ୍ଠୀର ସେବା ପାଇଁ ଆମେ ପ୍ରତିବଦ୍ଧ ଏବଂ ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲାଗି ଏହି ଅଂଚଳରେ ଅନେକ ପ୍ରକାର ସିଏସ୍ଆର୍ ଅଭିଯାନ ହାତକୁ ନେଇଛୁ । ଆମେ ଗୋଷ୍ଠୀ କେନ୍ଦ୍ର, ମଣ୍ଡଳ ଆଦି ବିକଶିତ କରୁଛୁ ଏବଂ ବିଭିନ୍ନ ମନ୍ଦିରର ମରାମତି କରାଯାଉଛି ଓ ଏହାର ପାରିପାଶ୍ୱିର୍କ ପରିବେଶକୁ ସ୍ୱଚ୍ଛ ରଖିବା ଲାଗି ଶୌଚାଳୟ ବ୍ଲକ୍ ନିର୍ମାଣ କରାଯାଇଛି ।
ଆମେ ଲୋକମାନଙ୍କୁ ଆମର ସହାୟତା ଦେବା ଜାରି ରଖିବୁ ଏବଂ ଏହି ଅଂଚଳରେ ଭିତିଭୂମି ବିକାଶରେ ଉନ୍ନତି ଆଣିବୁ ବୋଲି ଶ୍ରୀଯୁକ୍ତ ରାମଅବତାର ଶର୍ମା, ୟୁନିଟ୍ ମୁଖ୍ୟ, କପିଳାସ ସିମେଂଟ୍ ମାନୁଫାକ୍ଚରିଂ ୱାର୍କସ୍, ସୋଲାର ଗ୍ରାମରେ ବୃଦ୍ଧାଶ୍ରମ ପରିଚାଳନା କରୁଥିବା ସ୍ୱଚ୍ଛାସେବୀ ସଂଗଠନ ସେବକର ସହଯୋଗରେ ଡିସିବିଏଲ୍ ତରଫରୁ ନିର୍ମାଣ କରାଯାଇଥିବା ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ଅବସରରେ କହିଛନ୍ତି ।’’ ଗୋଷ୍ଠୀ କେନ୍ଦ୍ର ଯେକୌଣସି ଗ୍ରାମ ପାଇଁ ଆବଶ୍ୟକ । ଗାରୁଡାଗାଁର ସରପଂଚ ଓ ଗ୍ରାମବାସୀଙ୍କ ଏକ ମୌଳିକ ଅନୁରୋଧକ୍ରମେ ଡାଲମିଆ ସିମେଂଟ୍ ପକ୍ଷରୁ ହଳଦୀବସନ୍ତ ଗ୍ରାମରେ ଏହି କେନ୍ଦ୍ର ନିର୍ମାଣ କରିବା ଲାଗି ଡାଲମିଆ ସିମେଂଟ୍ ସହାୟତା ପ୍ରଦାନ କରିଛି । ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସମାରୋହକୁ ସୁବିଧାରେ ଆୟୋଜନ କରିବାରେ ଏହି କେନ୍ଦ୍ର ସହାୟକ ହେବ । ଏକ ସ୍ୱଚ୍ଛ ଭାରତ ଗଠନ କରିବା ଲାଗି ଡିସିବିଏଲ୍ ସ୍ୱଚ୍ଛ ଭାରତ ମିସନ ଅନୁସାରେ କାମ କରୁଛି । ତେଣୁ ସ୍ଥାନୀୟ ଗୋଷ୍ଠୀ ସାମ୍ନା କରୁଥିବା ସ୍ୱାସ୍ଥ୍ୟ ଓ ପରିମଳ ଆହ୍ୱାନର ସମାଧାନ କରିବା ଲାଗି କଂପାନି ପଦକ୍ଷେପ ଗ୍ରହଣ କରିଛି । ଯେହେତୁ ଖୋଲାରେ ମଳମୂତ୍ର ତ୍ୟାଗ କରିବା ଏହି ଅଂଚଳର ଏକ ପ୍ରମୁଖ ସମସ୍ୟା, କଂପାନି ତରଫରୁ ଉପଯୁକ୍ତ ପରିମଳକୁ ନିଶ୍ଚିତ କରିବା ଏବଂ ରୋଗ ବ୍ୟାପିବା ରୋକିବା ଲାଗି ହଜରତ ଅଲ୍ଲୀ ପୀଠରେ ଏକ ସାର୍ବଜନୀନ ଶୌଚାଳୟ ବ୍ଲକ୍ ନିର୍ମାଣ କରାଯାଇଛି । ଓଡ଼ିଶାର ଲୋକମାନଙ୍କ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଜୀବନରେ ମନ୍ଦିର ଓ ମଣ୍ଡପର ବେଶ ଗୁରୁତ୍ୱ ରହିଛି ।
ଏକ ଦାୟିତ୍ୱବାନ କର୍ପୋରେଟ୍ ଭାବେ ଡିସିବିଏଲ୍ ତରଫରୁ ଏହି ଢ଼ାଂଚାଗୁଡ଼ିକୁ ଦରକାର ସମୟରେ ମରାମତି କରି ସ୍ଥାନୀୟ ସମାଜକୁ ସହାୟତା ପ୍ରଦାନ କରାଯାଉଛି । ଭଗତପୁରରେ ଥିବା ଜଗନ୍ନାଥ ମନ୍ଦିର ହେଉଛି ଏହି ଅଂଚଳର ଏକ ପୁରୁଣା ମନ୍ଦିର । ମାତ୍ର ଏହାର ସ୍ଥିତି ଭଲ ନଥିଲା ଏବଂ ମନ୍ଦିରର ସାମ୍ନା ପାଶ୍ୱର୍ ଢ଼ାଂଚା ଭାଙ୍ଗିଯିବା ଭଳି ଅବସ୍ଥାରେ ଥିଲା । ଗ୍ରାମବାସୀମାନଙ୍କ ଅନୁରୋଧକ୍ରମେ କଂପାନି ପକ୍ଷରୁ ମନ୍ଦିରର ରୁଫ୍ ସ୍ଲାବ୍ କାଷ୍ଟିଂ ପାଇଁ ସହାୟତା ଦିଆଯାଇଥିଲା । ପୁନଶ୍ଚ, ଭରତପୁର ଗ୍ରାମର ସାହୁ ସାହି ବାସୀମାନେ ଏକ ପୂଜା ମଣ୍ଡପ ଦରକାର କରୁଥିଲେ କାରଣ ତାହା ଯେକୌଣସି ପ୍ରକାର ରୁତୁରେ ସୁବିଧା ଓ ସହଜ ହେବା ସହ ସାମଗ୍ରିକ ଭାବ ବ୍ୟବହାର କରିହେବ । ଗାଁର ସରପଂଚଙ୍କ ଅନୁରୋଧକ୍ରମେ ଡିସିବିଏଲ୍ ରାଜି ହୋଇଥିଲା ଏବଂ ଗାଁରେ ପୂଜା ମଣ୍ଡପ ନିର୍ମାଣ କରିବା ଲାଗି ସହାୟତା ପ୍ରଦାନ କରିଥିଲା । ଲଜିଷ୍ଟିକ ମୁଖ୍ୟ, ରାଜ କୁମାର ମିଶ୍ର, ସରଂଚପ, କହ୍ନେଇପୁର ଓ ସ୍ଥାନୀୟ ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ଏହାର ଉଦଘାଟନ କରାଯାଇଥିଲା । ଅଧିକନତୁ, ସପାନପୁର ଗ୍ରାମରେ ଡିସିବିଏଲ୍ ସହାୟତାରେ ଶିବ ମଣ୍ଡପ ଓ ଶିବ ମନ୍ଦିର ନିକଟରେ ଏକ ରୋଷ ଘର ଓ ଫ୍ଲୋରିଂର ନିର୍ମାଣ କରାଯାଇଥିଲା ଯେଉଁଥିପାଇଁ ଗାରୁଡାଗାଁର ସରପଂଚ ଓ ଗ୍ରାମବାସୀମାନେ ଅନୁରୋଧ କରିଥିଲେ ।
No Result
View All Result