No Result
View All Result

ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ର ୮ ଟି ସ୍ଥାନରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଚକା ଜାମ ଆନ୍ଦୋଳନ କରାଯାଇଥିଲା । ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନ କ୍ରମେ ଆଜି ମଧ୍ୟାହ୍ନ ୧୨ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ରାଜରାସ୍ତାରେ ଧାରଣା ଦେଇଥିଲେ । ଓଡ଼ିଶା ଛତିଶଗଡ କୁ ସଂଯୋଗ କରୁଥିବା ୫୨ ନମ୍ବର ଜାତୀୟ ରାଜପଥ ଉପରେ ଏବଂ ପଦ୍ମପୁର ନୂଆପଡ଼ା ବିଜୁ ଏକ୍ସପ୍ରେସ ଓ୍ବେର ଗୋଡ ଭଗା, ଅତାବିରା, ରେଙ୍ଗାଲି କେମ୍ପ ,ବରାହ

ଗୋଡା କେନାଲ ଛକ,ଦଶ ମାଇଲ, ସୋହେଲା,ପାଇକମାଳ ସାଲେ ପାଲି,ବରତୁଣ୍ଡା ଠାରେ ଚାଷୀ ମାନେ ବିକ୍ଷୋଭ ଆନ୍ଦୋଳନ କରିଥିଲେ । ଫଳରେ ଦୀର୍ଘ ସମୟଧରି ରାସ୍ତା ଅବରୋଧ ହୋଇ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ଏହି ଆନ୍ଦୋଳନ ରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି,ଜୟ କିଷାନ ଆନ୍ଦୋଳନ,ନବ ନିର୍ମାଣ କୃଷକ ସଂଗଠନ, ଜିଲ୍ଲା ଚାଷୀ ସଙ୍ଗଠନ ସମନ୍ବୟ ସମିତି ପ୍ରମୁଖ ସମିଲ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result