No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଫେବୃଆରୀ ଗୁରୁବାର ) ହିଞ୍ଜିଳିକାଟୁ :- ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ପ୍ରଦୀପ୍ତ କୁମାର ମହାପାତ୍ର ଓ ରାଜନୈତିକ ପରାମର୍ଶଦାତା ଡ଼ଃ. ଗୋପବନ୍ଧୁ ଦାଶ ଗୁରୁବାର ଅପରାହ୍ନରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପ୍ରଥମଥର ସକାଶେ ହିଞ୍ଜିଳି ଓ ଶେରଗଡ଼ ବ୍ଳକ ଗ୍ରସ୍ତରେ ଆସିଛନ୍ତି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପିଠ ମା’ ତରାତାରିଣୀଙ୍କ ଦର୍ଶନ ସାରି ସ୍ଥାନୀୟ ବ୍ଳକ ପୁଟିଆପଦର ଓ ନନ୍ଦିକ ପଂଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ସେଠାରୁ ହିଞ୍ଜିଳିକାଟୁ ପୌରାଂଚଳ ହିଞ୍ଜିଳି ଗ୍ରାମ ଦେଉଳବନ୍ଧର ସୌନ୍ଦର୍ଯ୍ୟକରଣ ବୁଲି ଦେଖିବା ପରେ ସେଂଟର ଅଫ୍ ଏକ୍ସିଲେନ୍ସରେ ସାମିଲ ଥିବା ସରକାରୀ ବୃନ୍ଦାବନ ବିଦ୍ୟାଳୟର ସ୍ମ୍ରାର୍ଟ ଶ୍ରେଣୀ ପ୍ରକୋଷ୍ଠ ବୁଲି ଦେଖିବା ସହ ଶିକ୍ଷାଦାନ ପ୍ରସଙ୍ଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ଅନ୍ୟାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ହିଞ୍ଜିଳିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟରେ ପଂହଚି ସ୍ଥାନୀୟ ବ୍ଳକ ଓ ପୌରାଂଚଳର ବହୁ ଜନ ପ୍ରତିନିଧି ମାନଙ୍କ ସହ ପରିଚିତ ହେବା ପରେ ଅଂଚଳର ବିଭିନ୍ନ ଉନ୍ନୟନ ପ୍ରସଙ୍ଗର ଆବଶ୍ୟକତାକୁ କାର୍ଯ୍ୟାନୁୟନ ସକାଶେ ଆଲୋଚନା କରିଥିଲେ । ବିଶେଷତଃ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣାଙ୍କ ଗ୍ରସ୍ତ ସମୟରେ ପଂଚାୟତ ପ୍ରତିନିଧି ମାନେ ପ୍ରଦାନ କରିଥିବା ଉନ୍ନୟନ ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।
ଏଥିସହ ପଂଚାୟତ ସ୍ତରରେ ଉନ୍ନୟନ କାର୍ଯ୍ୟ ଗୁଡ଼ିକ ଲୋକଙ୍କ ଆବଶ୍ୟକତାକୁ ପୁରଣ କରିପାରିବ ସେ ନେଇ ପଂଚାୟତ ସ୍ତରକୁ ସୁଦୃଢ କରିବା ପାଇଁ ଜନ ପ୍ରତିନିଧି ମାନଙ୍କ ସହ ବିସ୍ତୁତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଉନ୍ନୟନ ପ୍ରକଳ୍ପରେ ଯେପରି ପ୍ରତିବନ୍ଧକ ସୃଷ୍ଟି ନହୁଏ ସେଥି ପ୍ରତି ଜନପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ନିଜ ନିର୍ବାଚନ ମଣ୍ଡଳୀର ବିକାଶ ପ୍ରକ୍ରିୟା ଯେଭଳି ଅନ୍ୟ ନିର୍ବାଚନ ମଣ୍ଡଳୀ ପ୍ରତି ଏକ ରୋଲ ମଡ଼େଲ ସାବ୍ୟସ୍ତ ହେବ ସେଥିପ୍ରତି ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପ୍ରତିନିଧି ମାନଙ୍କ ସମ୍ବନୟ ଉପରେ ଗୁରୁବାର ହିଞ୍ଜିଳି ଗ୍ରସ୍ତରେ ଆସିଥିବା ଦୁଇ ଅଧିକାରୀ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଓଏସଡ଼ି ଓ ରାଜନୈତିକ ପରାମର୍ଶ ଦାତାଙ୍କ ଗ୍ରସ୍ତ ସମୟରେ ଉପ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ବ୍ଳକ ଉପାଧ୍ୟକ୍ଷା ଗିତାଂଜଳି ପଣ୍ଡା, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା,ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହ. ସରଂପଚ ଭାଣ୍ଡି ରବିନ୍ଦ୍ର, ସୁଧାଂଶୁ ଶେଖର ସାହୁ, ରଘୁନାଥ ବେହେରା,
ଏ. ସୁଦର୍ଶନ, ମନୋଜ ସାବତ, ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗା ମାଧବ ମହାନ୍ତି, ପ୍ରମୋଦ ମହାନ୍ତି, ଅଜିତ କୁମାର ପାତ୍ର, କୃଷ୍ଣ ପାଣିଗ୍ରାହୀ, ଅନୁପମା ବେହେରା, ରାମହରି ଶର୍ମା, ଲଡ଼ୁକିଶୋର ବେହେରା, କେ. ଦୁର୍ଗା ପ୍ରସାଦ ରାଓ, ଡ଼ି. ବିଶ୍ୱନାଥ, ପୂର୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ଏସଡ଼ିଓ ଦିଲ୍ଲିପ କୁମାର ମିଶ୍ର, ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ଲଡ଼ୁକିଶୋର ପଣ୍ଡା, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତ୍ରିଲୋଚନ ସାହୁ, ସହାକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ପାଢି, ସହକାରୀ ଯନ୍ତ୍ରୀ ସରୋଜ ମିଶ୍ର, ବିଦ୍ୟୁତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନରୋତମ ପଟ୍ଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ନାରାୟଣ ମିଶ୍ର, ସତ୍ୟ ନାରାୟଣ ଦାଶ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା, ପ୍ରସନ୍ନ ଦଳାଇ, ରବିନ୍ଦ୍ର ନାୟକ, କ୍ଷୁଦ୍ର ଜଳସେଚନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଦାଶ, ଡ଼େପୁଟି ଇଂଜିନିୟର ନଳିନି ମହାପାତ୍ର, ଜଳସମ୍ପଦ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଜୟଦେବ ପଣ୍ଡା, ଏସଡ଼ିଓ ସନ୍ତୋଷ କୁମାର ଚୌଧୁରୀଙ୍କ ସମେତ ବିଭିନ୍ନ ବିଗଭାଗୀୟ ଅଧିକାରୀ ଓ ବ୍ଳକ ଓ ପୌରାଂଚଳର ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ( ରିପୋର୍ଟ ସୁଶାନ୍ତ ପ୍ରଧାନ )
No Result
View All Result