No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ଜାନୁଆରୀ ଶନିବାର ) କେନ୍ଦ୍ରାପଡ଼ା :- ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳରେ ଶହୀଦ ଦିବସ ପାଳନ । ଶହୀଦ ଦିବସ ହେଉଛି ଦେଶର ସାର୍ବଭୌମତ୍ବ ରକ୍ଷା କରି ପ୍ରାଣ ହରାଇଥିବା ଶହୀଦ ସୈନିକ ମାନଙ୍କୁ ଅଭିବାଦନ କରିବାର ଦିନ। ଶହୀଦ ଦିବସ ଅବସରରେ , ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନକୁ ପାଳନ କରିବା ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର କାର୍ଯ୍ୟାଳୟ ଏବଂ ବିଭିନ୍ନ ରେଳ ଷ୍ଟେସନରେ କାର୍ଯ୍ୟରତ ଅନେକ ରେଲୱେ ଅଧିକାରୀ ଏବଂ କର୍ମଚାରୀ ମାନେ ଆଜି ଦୁଇ ମିନିଟ୍ ନୀରବତା ପାଳନ କରିଥିଲେ ।

ଏହି ଅବସରରେ ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧା ରୋଡ ର ସଦସ୍ୟମାନେ ଜଟଣୀ ର ” ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ର ” ର 50 ରୋଗୀଙ୍କୁ ଖାଦ୍ୟ ପ୍ୟାକେଟ ଏବଂ ବେଡସିଟ୍ ବଣ୍ଟନ କରିଥିଲେ ।

କୁଷ୍ଠରୋଗରେ ପୀଡିତ ରୋଗୀଙ୍କ ପାଇଁ “ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ର” ହେଉଛି ଏକ ସେବା ସହିତ ଚିକିତ୍ସା କେନ୍ଦ୍ର । ରୋଗୀ ମାନଙ୍କ କଲ୍ୟାଣ ପାଇଁ ଆରୋଗ୍ୟ କେନ୍ଦ୍ର ସର୍ବଦା ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସ°ଗଠନ ରୁ ନୈତିକ ସମର୍ଥନ ପାଇଥାଏ । (ଜଟଣୀ ରୁ ଇଫତେଖାର ଅଲ୍ଲୀ )
No Result
View All Result