No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଜାନୁଆରୀ ସୋମବାର ) ପାରଳାଖେମୁଣ୍ଡି :- ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଦୁଇ ଗୋଟି ସ୍କୁଲ କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପୂର୍ତ୍ତ ବିଭାଗ ସଚିବ ଡ.କ୍ରିଷନ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ୧୮୫୭ ମସିହାରେ ଏବଂ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୧୯ ମସିହାରେ ପାରଳାଖେମୁଣ୍ଡି ମହାରାଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଅନେକ ବର୍ଷ ମହାରାଜାଙ୍କ ଦ୍ୱାରା ପରିଚାଳିତ ଦୁଇଟି ହାଇସ୍କୁଲ ପରବର୍ତ୍ତୀ ସମୟରୁ ଏହା ସରକାରଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଛି । ଶତାୟୁ ପୁରାତନ ଏହି ଦୁଇ ଗୋଟି ହାଇସ୍କୁଲରେ ଅଧ୍ୟୟନ ଛାତ୍ରଛାତ୍ରୀ ଓଡିଶା ସମେତ କେନ୍ଦ୍ରରେ ବହୁ ଉଚ୍ଚ ପଦବୀ ଅଳଂକୃତ ହୋଇ ପାରିଛନ୍ତି ।

ଏପରିକି ବିଦେଶରେ ମଧ୍ୟ ଅନେକେ ବହୁ ଉଚ୍ଚ ପଦବୀ,ବୈଜ୍ଞାନିକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ମୋଟ ଉପରେ କହିବାକୁ ଗଲେ ଏହି ଦୁଇଟି ହାଇସ୍କୁଲ ଉନ୍ନତମାନର ମଣିଷ ତିଆରି କାରଖାନା ଅଟେ । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟ ର ବିକାଶରେ ସାମିଲ ହୋଇଥିବା ବେଳେ ଏବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହାକୁ ପୋଷ୍ୟ ଭାବେ ଗ୍ରହଣ କରିବା ଖବର ସମଗ୍ର ଜିଲ୍ଲାରେ ଏବଂ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି । ଏହା ଗଜପତି ଜିଲ୍ଲା ପାଇଁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପାରଳାଖେମୁଣ୍ଡି ସହରରେ ବୁଦ୍ଧିଜୀବୀ ମହଲରେ ଆଲୋଚନା ର ପାତ୍ର ହୋଇଥିବା ଦେଖିବାକୁ ମିଳିଛି । (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result