No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ବୁଗୁଡା :- ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଠାରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ବନ୍ଧୁ ମିଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ସଭାପତି କେ.କୃଷ୍ଣମୂର୍ତ୍ତି ଆଚାରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବାଲିପଦର ପୋଲିସ୍ ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସୁସ୍ଥ ତଥା ସୁରକ୍ଷିତ ଜୀବନ କାମନା କରିଥିଲେ । ମୁଖ୍ୟବକ୍ତା ଭାବେ କଲେଜ ଅଧ୍ୟକ୍ଷ ଡଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର ଅଂଶ ଗ୍ରହଣ କରିଥିବା ବେଳେ ବୁଗୁଡା ମଞ୍ଚ ସଭାପତି ଗଙ୍ଗାଧର ବିଷୋୟୀ, ବୁଗୁଡା ମଞ୍ଚ ସଂପାଦକ ଟି.ସତ୍ୟନାରାୟଣ ପାତ୍ର, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ଓ ସମିତିସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମଞ୍ଚର ଶୁଭ କାମନା କରିଥିଲେ ।
ସଂପାଦକ ପ୍ରକାଶ ରଥ ବିବରଣୀ ପଠନ କରିବା ସହ ନୂତନ ସଭ୍ୟ ବଂଶିଧର ବିଷୋୟୀ , ପି. କ୍ରୀଷ୍ଣାରା ଓ ଦୋରା , କେ. ଦେବେନ୍ଦ୍ର ପାତ୍ର ଓ କବିରାଜ ପରିଡା ପ୍ରମୁଖଙ୍କ ପରିଚୟ ପ୍ରଦାନ କରି ମଞ୍ଚ ପକ୍ଷରୁ ସ୍ୱାଗତ ଓ ଅନୁମୋଦନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉପଦେଷ୍ଟା ବିଶ୍ୱନାଥ ରଣା, ପୁରୁଷୋତ୍ତମ ସାହୁ, ସହସଂପାଦକ ପଞ୍ଚାନନ ପୋଲାଇ , କୋଷାଧ୍ୟକ୍ଷ ନରସିଂହ ପାତ୍ର ଓ ମଙ୍ଗୁଳୁ ପାତ୍ର ସହଯୋଗ କରିଥିଲେ । ଆଗାମୀ ଦିନ ରେ ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖିଥିବା ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ମଞ୍ଚ ପକ୍ଷରୁ ସମ୍ୱର୍ଦ୍ଧିତ କରାଯିବା ପାଇଁ ସ୍ଥିର କରାଯାଇଛି । ଶେଷ ରେ ଉପ ସଭାପତି ରାଜଗୋପାଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ( ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result