No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜାନୁଆରୀ ବୁଧବାର ) ବୁଗୁଡା :- ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଠାରେ ଘୁମୁସର ତାଲୁକାର ବାଲିପଦର ପନ୍ଦରା ସମାଜ ପଞ୍ଚାୟତର ସାଧାରଣ ବୈଠକ ଅନୁଷ୍ଟିତ ହୋଇଯାଇଛି । ତାଲୁକା ସହସଂପାଦକ କାହ୍ନୁ ଚରଣ ବାଡତ୍ୟାଙ୍କ ପୌରହିତ୍ୟରେ ବାଲିପଦର ପନ୍ଦରା ସମାଜ ପଞ୍ଚାୟତର ୫୦ ରୁ ଉର୍ଦ୍ଧ୍ବ ପନ୍ଦରା ପରିବାରର ସଦସ୍ୟବୃନ୍ଦ ଅଂଶ ଗ୍ରହଣ କରିଥିଲେ । ଆଗାମୀ ପାଞ୍ଚ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ସୁବାଷ କୁମାର ବାଡତ୍ୟା (ସଭାପତି) , ପ୍ରଦୀପ କୁମାର ବାଡତ୍ୟା (ଉପସଭାପତି) ,
ଯୋଗିନ୍ଦ୍ର ବାଡତ୍ୟା (ସଂପାଦକ), ଜଗନ୍ନାଥ ବାଡତ୍ୟା (ସହସଂପାଦକ) , ଗଣେଶ ବାଡତ୍ୟା (କୋଷାଧ୍ୟକ୍ଷ) , ପ୍ରତାପ କୁମାର ବାଡତ୍ୟା (ଉପଦେଷ୍ଟା) ଓ ଗୋପିନାଥ ବାଡତ୍ୟା (ପାଇକ) ଭାବେ ବାଲିପଦର ପନ୍ଦରା ସମାଜ ପାଞ୍ଚାୟତର କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ । ନିର୍ବାଚିତ ନୂତନ କର୍ମକର୍ତ୍ତା ବୃନ୍ଦ କୁଳ ସମାଜର ଶୃଙ୍ଖଳା ତଥା ସାଧୁତା ରକ୍ଷା ପାଇଁ ଶପଥପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ପାଣ୍ଡବ ବାଡତ୍ୟା, ବିଶ୍ୱନାଥ ବାଡତ୍ୟା ଓ ଭିକା ବାଡତ୍ୟା ପ୍ରମୁଖ ସହଯୋଗ କରିଥିଲେ । ( ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result