No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) ଭୁବନେଶ୍ୱର :- ଓଡିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ବଡ ଦାୟିତ୍ୱ । ପ୍ରଥମ ଓଡିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଭାରତୀୟ ସେନାରେ ୪୨ତମ ଉପମୁଖ୍ୟ ହେବେ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କଠାରୁ ଦାୟିତ୍ୱ ନେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି ।
ଜଗତସିଂହପୁର ଜିଲ୍ଲା ଜୟବଡ ଗାଁରେ ଜନ୍ମଗ୍ରହଣ କରିଥିବା ଜେନେରାଲ ମହାନ୍ତି ୧୯୮୨ ମସିହାରେ ସେନାରେ ଯୋଗ ଦେଇଥିଲେ । ତାଙ୍କ ମା ସାରଦା ମହାନ୍ତି ଜଗତସିଂହପୁର ସଭିଏମ୍ କଲେଜର ଓଡ଼ିଆ ବିଭାଗର ପ୍ରଫେସର ଥିବା ବେଳେ ବାପା ଜିତେନ୍ଦ୍ର ମହାନ୍ତି ଜଣେ ସିଭିଲ ସର୍ଭେଣ୍ଟ । ବାଗାସାହି ସ୍କୁଲରୁ ପାଠ ପଢା ଆରମ୍ଭ କରିଥିବା ଲେଫ୍ଟନାଣ୍ଟ ଜେନେରାଲ ମହାନ୍ତି ଡେରାଡୁନରେ ଥିବା ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ପାଠ ପଢିଥିଲେ । ପରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନ୍ଡିଏ)ରେ ପାଠ ପଢିବା ସହ ମ୍ୟାନେଜମେଣ୍ଟରେ ଏମ୍ଫିଲ ଡିଗ୍ରୀ ହାସଲ କରିôଥଲେ । ସେ ଚୀନ, ଦକ୍ଷିଣ ଏସିଆ ଏବଂ ଉତ୍ତର-ପୂର୍ବ ଭାରତ ଭପରେ ମଧ୍ୟ ପାଠ ପଢିôଥଲେ ।
ଜେନେରାଲ ମହାନ୍ତି ୧୯୮୨ ଜୁନ ୧୨ ତାରିଖରେ ଭାରତୀୟ ଆର୍ମିରେ ସେକେଣ୍ଟ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଜୁନ ୧୯୮୪ରେ ଲେଫ୍ଟନାଣ୍ଟ , ୧୯୮୭ ଜୁନରେ କ୍ୟାପଟେନ, ୧୯୯୩ ଜୁନରେ ମେଜର, ୨୦୦୪ ଡିସେମ୍ବର ୧୬ରେ ଲିୟୁଟେଣ୍ଟ କୋଲୋନେଲ, ୨୦୦୬ ମାର୍ଚ୍ଚରେ କୋଲୋନେଲ, ୨୦୦୯ ଡିସେମ୍ବରରେ ବ୍ରିଗେଡିୟର, ୨୦୧୫ ଜାନୁଆରୀରେ ମେଜର ଜେନେରାଲ ଏବଂ ୨୦୧୭ ମେରେ ଶେଷ ଥର ପାଇଁ ତାଙ୍କ ପଦୋନ୍ନତି ହେବା ସହ ସେ ଲେଫ୍ଟନାଣ୍ଟ ଜେନେରାଲ ଭାବେ କାର୍ଯ୍ୟ କରୁଛନ୍ତି । ଏହି ଖବର ପ୍ରସାରଣ ହେବା ପରେ ଜଗତସିଂହପୁର ଅଞ୍ଚଳରେ ଖୁସୀର ବାତାବରଣ ଦେଖିବାକୁ ମିଳିଛି ।
No Result
View All Result