ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀକୁ ସହିବେ ନାହିଁ ଓଡ଼ିଶାବାସୀ : ଡ. ଯତୀନ ମହାନ୍ତି
ସାମ୍ବାଦିକ ବୋଲି ପରିଚୟ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଥିବା ଶ୍ରୀ ସୁନୀଲ ଜେନାଙ୍କ ବିରୋଧରେ ସାଇବର ଥାନାରେ ଏତଲା
ସାମାଜିକ ଗଣମାଧ୍ୟମରେ ଅପପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ
ସାମ୍ବାଦିକତାର ମୂଲ୍ୟବୋଧ ଜାଣି ନଥିବା ବ୍ୟକ୍ତି ସମାଜରେ କେବଳ ଅପ୍ରୀତିକର ବାତାବରଣ ସୃଷ୍ଟି କରୁଛନ୍ତି
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ଆପତିଜନକ ମନ୍ତବ୍ୟକୁ ଓଡ଼ିଶାବାସୀ କଦାପି ସହ୍ୟ କରିପାରିବେ ନାହିଁ । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରୁଥିବା ଶ୍ରୀ ସୁନୀଲ ଜେନା ନାମକ ବ୍ୟକ୍ତିଜଣକ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କୁ ବଦ୍ନାମ କରିବା ଉଦ୍ଦେଶ୍ୟରେ ସାମାଜିକ ଗଣମାଧ୍ୟମରେ ଅନେକ ଅପଶବ୍ଦ ବ୍ୟବହାର କରି ଗାଳିଗୁୁଲଜ କରୁଛନ୍ତି ।

ଅସାମ୍ବିଧାନିକ ଶବ୍ଦ ସହ ଅପମାନଜନକ ଓ ଅଶ୍ଳୀଳ ମନ୍ତବ୍ୟ ଦେଇ ମିଥ୍ୟା ଓ ବିଭ୍ରାନ୍ତୀକର ତଥ୍ୟ ସବୁ ପୋଷ୍ଟ କରୁଛନ୍ତି, ଯାହା ଏକ ଦଣ୍ଡନୀୟ ଅପରାଧ । ସାମ୍ବାଦିକତାର ମୂଲ୍ୟବୋଧ ଜାଣି ନଥିବା ଏଭଳି ବ୍ୟକ୍ତିଜଣକ ସାମାଜିକ ଗଣମାଧ୍ୟମରେ ଅସାମ୍ବିଧାନିକ, ଅପମାନଜନକ, ଅଶ୍ଳୀଳ ଏବଂ ମିଥ୍ୟା ଓ ବିଭ୍ରାନ୍ତୀକର ତଥ୍ୟ ପୋଷ୍ଟ କରି ସମାଜରେ ଅପ୍ରୀତିକର ବାତାବରଣ ସୃଷ୍ଟି କରୁଛନ୍ତି । ଆଜିର ଡିଜିଟାଲ ଯୁଗରେ ଏଭଳି କାର୍ଯ୍ୟ ଆଦୈା ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି ।















