କଟକ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- କଟକ ଜିଲ୍ଲାରେ ଚୋରା ନିଶା କାରବାର ମନା ବୋଲି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅଦମ୍ୟ ପ୍ରୟାସ ଜାରି ମଧ୍ୟ କରାଯାଇଛି । କିନ୍ତୁ ଚୋରା ନିଶା ବେପାରୀ ଏହି ନିର୍ଦ୍ଦେଶକୁ ଖାତିରି କରୁନାହାନ୍ତି । ଯାହା ଫଳରେ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ତିୱାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ ଜଗତପୁର ଥାନା ଅନ୍ତର୍ଗତ ନିମପୁର ଷ୍ଟାଡିୟମ ନିକଟରେ ବ୍ରାଉନ୍ ସୁଗାର ଚାଲାଣ ସମୟରେ ଚଢ଼ାଉ କରିଥିଲା ।

ଉକ୍ତ ଚଢ଼ାଉ ସମୟରେ ଶ୍ରୀ ଆନନ୍ଦ ପୂଜାରୀ ନାମକ ଜଣେ ବ୍ୟକ୍ତି ଗୋଟିଏ ନାଲି ରଙ୍ଗର ଟିଭିଏସ୍ ଆପାଚି ମୋଟର ସାଇକେଲ ରେ ୬୨ ଗ୍ରାମର ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ପ୍ରାୟତଃ ୭ ଲକ୍ଷ ୨୦ ହଜାର ଟଙ୍କା ଚାଲାଣ କରୁଥିବା ସମୟରେ ଚୋରା ବେପାରୀ କୁ ଧରିବା ସହ ଚୋରା ବ୍ରାଉନ ସୁଗାର ଜବତ କରିଛନ୍ତି । ଏହି ବିଷୟରେ ଓଡ଼ିଶା ଅବକାରୀ ଆଇନ ଧାରା ୧୯୮୫ ଉପଧାରା ୨୧(ବି) ଏନ୍.ଡି.ପି.ଏସ୍ ଅଭିଯୁକ୍ତ କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ନାମଞ୍ଜୁର ହେବାରୁ ଜେଲ୍ କୁ ପଠାଇ ଦିଆଯାଇଛି ।
ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ବିଭାଗ ର ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ଭକ୍ତବତ୍ସଳ ବର୍ମା ଙ୍କ ନେତୃତ୍ୱରେ ଏହି ଚଢାଉରେ ଶ୍ରୀ ଅକ୍ଷୟ କୁମାର ଜେନା, ଅବକାରୀ ସହକାରୀ ନିରୀକ୍ଷକ, ଶ୍ରୀ ଜୟପ୍ରକାଶ ବେହୁରିଆ,ଉପ ସହକାରୀ-ନିରୀକ୍ଷକ ଙ୍କ ସହ କର୍ମଚାରୀ ଶ୍ରୀ ଅଜୟ କୁମାର ଜେନା , ଶ୍ରୀ ଦେବବ୍ରତ ଓଝା, ଶ୍ରୀ ଶଙ୍କର ସିଂ , ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀମତୀ ମୋନାଲିସା କର ଓ ଶ୍ରୀମତୀ ଦମୟନ୍ତୀ ନାଥ ତଥା ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।














