No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ହିଞ୍ଜିଳିକାଟୁ :- ଜିଲ୍ଲା ଜଳ ଓ ପରିମଳ ମିଶନ ଗଞ୍ଜାମ ଆନୁକୂଲ୍ୟରେ ସାରା ଗଞ୍ଜାମ ଜିଲ୍ଲାରେ ସୋମବାର ପାଳିତ ହୋଇଛି ଜଳ ସ୍ୱଚ୍ଛତା ଦିବସ । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଳକ ଦୁର୍ବନ୍ଧ ଓ ସ୍ଥାନୀୟ ପୌରାଂଚଳ ହିଞ୍ଜିଳିରେ ଜଳ ସ୍ୱଚ୍ଛତା ଦିବସ ଓ ପରିମଳ ସଚେତତନା ଅଭିଯାନ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସେମାବାର ପୂର୍ବାହ୍ନରେ ହିଞ୍ଜିଳି ଗ୍ରସ୍ତରେ ଆସି ପ୍ରଥମେ ସ୍ଥାନୀୟ ବ୍ଳକ ଦୁର୍ବନ୍ଧ ଗ୍ରାମ ପଂଚାୟତରେ ପଂହଚି ଗ୍ରାମ୍ୟ ପରିମଳ ଓ ପରିବେଶ ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ ବୋଲି ଉପସ୍ତିତ ଜନସାଧରଣଙ୍କୁ ଉଦବୋଧନ ଦେଇଥିଲେ । ରାସ୍ତା ଉପରେ ଅଳିଆ ଆବର୍ଜନାକୁ ନଫୋପାଡ଼ି ଡ଼ଷ୍ଟବିନ ବ୍ୟବହାର କରିବା ସକାଶେ ପରାମର୍ଶ ଦେବା ସହିତ ସ୍ୱଚ୍ଛ ଦୁର୍ବନ୍ଧ – ସୁନ୍ଦର
ଦୁର୍ବନ୍ଧ ଗ୍ରାମ ଭାବେ ଗଢି ତୋଳିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଳାଙ୍ଗେ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ । ପରେ ଗ୍ରାମ ନୁଆଁବନ୍ଧ ପୋଖରୀ ପ୍ୱାଶ୍ୱର୍ରେ ପଡ଼ିଥିବା ଅଳିଆ ଆର୍ବଜନାକୁ ଜିଲ୍ଲାପାଳଙ୍କ ସହ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ରାମହରି ଶର୍ମା ମିଳିତ ଭାବେ ପୋଖରୀ ଚର୍ତୁପ୍ୱାଶ୍ୱର୍କୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଏହାପରେ ଗ୍ରାମନ୍ନୋତି ପାଠାଗାର ପରିଦର୍ଶନ କରିବା ସହ ଗ୍ରାମ ଶ୍ମଶାନ ସ୍ଥଳରେ ଚାଲିଥିବା ମନରେଗା ଯୋଜନାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ମୁଖ୍ୟତଃ ଉନ୍ନୟନ ମୂଳକ ପ୍ରକଳ୍ପ ସମ୍ପାଦନା କ୍ଷେତ୍ରରେ ଉନ୍ନତ ମାନର ସିମେଂଟ ଓ ଅନ୍ୟନ ସାମଗ୍ରୀ ବ୍ୟବହାର କରି ଉତମ ମାନର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ପିଇଓ ରାଜେନ୍ଦ୍ର କୁମାର ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ପ୍ରସନ କୁମାର ଦଳାଇ, ରବିନ୍ଦ୍ର ନାୟକ, ବୃନ୍ଦାବନ ଗଉଡ଼, ସତ୍ୟ ପଟ୍ଟନାୟକ, ସଞ୍ଜୟ କୁମାର ସୁବୁଦ୍ଧିଙ୍କ ସଂପୃକ୍ତ ଗ୍ରାମର ବହୁ ଜନସାଧାରଣ ଉପସ୍ତିତ ଥିଲେ । ଅନୁରୂପ ଭାବେ ଦୁର୍ବନ୍ଧ ପଂଚାୟତ କାର୍ଯ୍ୟକ୍ରମ ଶେଷ ପରେ ସ୍ଥାନୀୟ ପୌରାଂଚଳ ହିଞ୍ଜିଳି ଗ୍ରାମରେ ପଂହଚି କାଳୀ ମନ୍ଦିର ନିକଟସ୍ଥ ଦେଉଳ ବନ୍ଧ ନିକଟରେ ପଂହଚି ସ୍ୱଚ୍ଛତା ନେଇ ପରିଦର୍ଶନ କରିଥିଲେ । ପରେ ଏକ ବେଠକରେ ଯୋଗ ଦେଇ ସ୍ୱଚ୍ଛତା ସର୍ମ୍ପକରେ ଲୋକ ମାନଙ୍କୁ ସଚେତନ କରିଥିଲେ ।
ପୋଖରୀ ନିକଟରେ ରହିଥିବା ଜିମ୍ ଓ କେନାଳ ବୁଲି ଦେଖିବା ସହ ସଂପୃକ୍ତ ସ୍ଥାନରେ ଆବଶ୍ୟକ ପରିଷ୍କାର ପରିଚ୍ଛନ୍ନା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପୌର ନିର୍ବାହୀ ଅଧିକାରୀଙ୍କୁ କହିଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କନିଷ୍ଠ ଯନ୍ତ୍ରୀ ମାନଓ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ସରୋଜ ପଣ୍ଡା, ଶରତ ସାବତ, ସ୍ୱଚ୍ଛ ସୁପର ଭାଇଜର, ସ୍ୱଚ୍ଛ ସାଥୀଙ୍କ ସମେତ ବହୁ ପୌର କର୍ମଚାରୀ ଉପସ୍ଥିତ ଥିଲେ । ( ରିପୋର୍ଟ – ଶେଷଦେବ ସାହୁ )
No Result
View All Result