No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୬ ଜାନୁଆରୀ ଶନିବାର )ବ୍ରହ୍ମପୁର :- ସମଗ୍ର ଭାରତ ବର୍ଷରେ ଅଯୋଧ୍ୟାରେ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲାଗି ରାଜ୍ୟର ସହର ଠାରୁ ଆରମ୍ଭ କରି ପୁରପଲ୍ଲୀର ସମସ୍ତ ପରିବାର ଠାରୁ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇସାରିଛି । ଅନୁରୂପ ଭାବେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଚଳିତ ସଂକ୍ରାନ୍ତି ଠାରୁ ଏହି ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ବାଜପେୟୀ ରିସର୍ଚ୍ଚ ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ ଡା.ଭବାନୀ ଶଙ୍କର ଦାସ ମଧ୍ୟ ସାମିଲ ହୋଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନିଧି ଅର୍ପଣ ସ୍ୱରୂପ ଏକ ଲକ୍ଷ ଏକ ହଜାର ଏକ ଶହ ଆଠ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି ।
ଗଞ୍ଜାମ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ କାର୍ଯ୍ୟାଳୟ ପରିସରରେ ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ଶ୍ରୀ ଆନନ୍ଦ ଜି ପାଣ୍ଡେଙ୍କ ଉପସ୍ଥିତିରେ ଏହି ଚେକ୍ ପ୍ରଦାନ କରାଯାଇଛି । ଚେକ୍ ପ୍ରଦାନ ବେଳେ ଶ୍ରୀ ଦାସଙ୍କ ସହ ଧର୍ମିଣୀ ସାରିକା ଦାସ, ପୁତ୍ର ଶୁଭାଶିଷ ଦାସ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାର ବିଶ୍ବହିନ୍ଦୁ ପରିଷଦର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣ ସକାଶେ ସମସ୍ତ ସହରବାସୀଙ୍କୁ ଯଥା ସମ୍ଭବ ଅର୍ଥରାଶି ଦାନ କରିବା ଲାଗି ଶ୍ରୀ ଦାସ ନିବେଦନ କରିଛନ୍ତି । ଏହାସହ ଏଭଳି ଭବ୍ୟ ମନ୍ଦିର ନିର୍ମାଣ ଲାଗି ଅର୍ଥ ସାହାର୍ଯ୍ୟ କରି ପରିବାର ଆଜି ଧନ୍ୟ ଅନୁଭବ କରିଥିବା କହିଛନ୍ତି । (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)
No Result
View All Result