No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୬ ଜାନୁଆରୀ ଶନିବାର )ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲାରେ କାର୍ଯ୍ୟରତ ୩ଶହରୁ ଉର୍ଦ୍ଧ୍ୱ ମହିଳା,ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଆଜି କଳାବ୍ୟାଜ୍ ପରିଧାନ କରିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା କରୋନା ଟିକା କରଣ କାର୍ଯ୍ୟକ୍ରମରେ ମଧ୍ୟ ଏମାନେ ନିଜେ ଟିକା ଗ୍ରହଣ କରିବେ ନାହିଁ । କିନ୍ତୁ କଳାବ୍ୟାଜ୍ ପରିଧାନ କରି ଟିକାକରଣ କାର୍ଯ୍ୟକ୍ରମ ସହ ସମସ୍ତ କାର୍ଯ୍ୟ ଗୁଡିକୁ ଶୃଙ୍ଖଳାର ସହିତ ତୁଲାଇବୁ ବୋଲି ସଙ୍ଘର ସମ୍ପାଦିକା ଶାନ୍ତିଲତା ବିଶ୍ୱାଳଙ୍କ ସମେତ ମହିଳା ସ୍ୱାସ୍ଥ୍ୟକର୍ମୀ ଅନୁସୂୟା ପଣ୍ଡା, ସୁଜାତା ପାଢୀ, ରାଧାରାଣୀ ଜେନା,ରଞ୍ଜିତା ପଟ୍ଟନାୟକ,ଲଳିତା ମହାନ୍ତି,କାଞ୍ଚନ ପାଣ୍ଡି,ପଦ୍ମଜା ପାଣିଗ୍ରାହୀ ପ୍ରମୁଖ ପ୍ରକାଶ କରି କହିଛନ୍ତି ଯେ, ସୁସ୍ଥ ଓଡିଶା ଓ କରୋନା ମୁକ୍ତ ଓଡିଶା ପାଇଁ
ପ୍ରତିଜ୍ଞାବଦ୍ଧ ହୋଇ ଦିବାରାତ୍ର ନିଷ୍ଠାର ସହ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଓଡିଶାର ୧୫ହଜାର ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମାନଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି । ସରକାର କ୍ଲିନିକାଲ୍ ଷ୍ଟାଫ୍ ଯଥା, ଡାକ୍ତର,ଷ୍ଟାଫ୍ନର୍ସ ସମସ୍ତଙ୍କୁ ଚାକିରୀ କାଳ ମଧ୍ୟରେ ୫/୭ ଟି ପଦୋନ୍ନତି ଦେଇ ଆସୁଛନ୍ତି । ହେଲେ ଦୀର୍ଘ ୧୦ବର୍ଷ ହେଲା ମହିଳା,ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକମାନଙ୍କ ବାରମ୍ବାର ଅନୁରୋଧ ଓ ଦାବି ସତ୍ୱେ ସରକାର କୌଣସି ପଦୋନ୍ନତି ବ୍ୟବସ୍ଥା ଗ୍ରହଣ କରୁନାହାଁନ୍ତି । ତେଣୁ ଏହାକୁ ଆମେ ଅତ୍ୟନ୍ତ ଦୁଃଖର ସହ ପ୍ରତିବାଦ ଜଣାଇ ଆଜି ଠାରୁ କଳାବ୍ୟାଜ୍ ପରିଧାନ କରିଲୁ । ଆଜି ଠାରୁ ଆରମ୍ଭ ହୋଇଥିବା କରୋନା ଟିକାକରଣରେ ଆମେ ଦାବି ପୂରଣ ପର୍ଯ୍ୟନ୍ତ ଟିକା ଗ୍ରହଣ କରିବୁ ନାହିଁ । ଏଥି ନେଇ ଏମାନେ ସମ୍ବଳିତ ଦାବିପତ୍ରକୁ ସ୍ଥାନୀୟ ଏଡିଏମଓ ପ୍ରମୋଦ କୁମାର ପଣ୍ଡାଙ୍କୁ ପ୍ରଦାନ କରିଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result