No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ସୋମବାର ) ଜଗନ୍ନାଥ ପ୍ରସାଦ :- ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଭୂଷଣ୍ଢପାଳ ଛକ ରାସ୍ତା କଡ ଜମି ରୁ ଡିସେମ୍ବର 2 ତାରିଖରେ ଯୁବତୀର ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ସେହି ହତ୍ୟା ଘଟଣାରେ ଆଜି ସ୍ୱାମୀ ସ୍ତ୍ରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମୃତ ଦେହ ଟି ସ୍ଥାନୀୟ ଅଂଚଳର ହୋଇନଥିବା କାରଣରୁ ପରିଚୟ ଜାଣିବା ପାଇଁ ପୋଲିସ କୁ ପ୍ରାୟ 40 ଦିନରୁ ଉର୍ଦ୍ଧ ସମୟ ଲାଗିଯାଇଥିଲା । ଘଟଣାର ତଦନ୍ତ କରିବା ପାଇଁ ଭଞ୍ଜନଗର ଏସ ଡ଼ି ପି ଓ ଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ ଗଠିତ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୃତଦେହ ନିକଟ ରୁ ମିଳିଥିଲା ଏକ ମୋବାଇଲ ନମ୍ବର ସେହି ନମ୍ବର ଟିକୁ ଟ୍ରାକିଂ କରି ପୋଲିସ ହତ୍ୟାକାରୀ ପାଖରେ ପହଂଚି ବା ପାଇଁ ଖୋଳତାଡ ଆରମ୍ଭ କରିଥିଲା । ମୃତ ଯୁବତୀଙ୍କ ପରିଚୟ ଜାଣିବା ପାଇଁ ପୋଲିସ 1000ରୁ ଅଧିକ ହୁଆଟ ସପ ନମ୍ବର କୁ ଯୁବତୀର ଫୋଟ କୁ ଛାଡିଥିଲା । ଭୁବନେଶ୍ୱର ର ଜଣେ ବ୍ୟକ୍ତି ମୃତ ଯୁବତୀଙ୍କୁ ଚିହ୍ନଟ କରିବା ପରେ ପୋଲିସ ହତ୍ୟାକାରୀ ପାଖରେ ପହଞ୍ଚିବା ପାଇଁ ସୁରାକ ମିଳିଥିଲା ।

ସେହି ଯୁବତୀ ଜଣକ ବାଲେଶ୍ୱର ରୁ ଆସି ଭୁବନେଶ୍ୱର ଭାରତପୁର ଅଂଚଳର ଜଣେ ବ୍ୟବସାୟୀଙ୍କ ଘରେ ସହାୟିକା ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ସେଠାରେ ଅଧିକା ଘର କାମ କରିବାକୁ ବାଧ୍ୟ କରୁଥିଲେ ଘର ମାଲିକ।ଯୁବତୀ ଜଣକ କାମ କରିବା ପାଇଁ ଅରାଜି ପ୍ରକାଶ କଲେ ତାକୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ଦମ୍ପତି । ହଠାତ ନିର୍ଯ୍ୟତନା ଦେଉଥିବା ସମୟରେ ଝିଅଟିର ମୃତ୍ୟୁ ହୋଇଯାଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ଏକ ଓଲା କାର ବ୍ୟବହାର କରି ଆଣି ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଭୂଷଣ୍ଡପାଳ ଛକ ଠାରେ ଝିଅର ଶବକୁ ଫୋପାଡି ଚାଲିଯାଇଥିଲେ । ମୃତ ଯୁବତୀର ପରିଚୟ ମିଳିବା ପରେ ତାର ବାପା ଙ୍କୁ ଡକାଇ ଶବର ଫୋଟ ଗୁଡିକୁ ଦେଖାଇବା ପରେ ଶବ ଚିହ୍ନଟ ହୋଇଥିଲା । ସେହି ଘଟଣାରେ ପୋଲିସ ତଦନ୍ତ କରି ଦମ୍ପତ୍ତି କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦମ୍ପତି ହେଲେ ମାନସ ରଞ୍ଜନ ପାଇକରାୟ,ସରୋଜିନୀ ସାହୁ । ସେମାନଙ୍କ ଠାରୁ ଛଅ ଟି ମୋବାଇଲ ,ଓଲା କାର କୁ ଜବତ କରିଛି ପୋଲିସ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result