No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) ଭୁବନେଶ୍ୱର :- ସାରା ବିଶ୍ୱକୁ ଭାରତର ଉପହାର ଯୋଗ , ମହାମାରୀ ସମୟରେ କେବଳ ଲୋକମାନଙ୍କୁ ଶାରିରୀକ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ପରିଚାଳନାରେ ସହାୟକ ହୋଇଥିଲା ବୋଲି କେନ୍ଦ୍ର ଆୟୁଷ ମନ୍ତ୍ରୀ ୱାଇ ନାଏକ କହିଛନ୍ତି । କୋଭିଡ୍- ୧୯ ମହାମାରୀ ସମ୍ପର୍କିତ ଅଭିଯାନ ଓ ସମାଜ ଓ ଲୋକ ମାନଙ୍କ ପ୍ରତି ୧୦୨ ବର୍ଷର ଉତ୍ସର୍ଗୀକୃତ ସେବା ପାଇଁ ଦି ଯୋଗ ଇନଷ୍ଟିଚ୍ୟୁଟ୍ ମୁମ୍ବାଇକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି । ଦି ଯୋଗ ଇନଷ୍ଟିଚ୍ୟୁଟ୍, ମୁମ୍ବାଇର ୧୦୨ତମ ବର୍ଷ ପୂର୍ତୀ ପାଳନ କରିବା ଲାଗି ଆୟୋଜନ କରାଯାଇ ଥିବା ଭର୍ଚୁଆଲ୍ ମିଟ୍ରେ ଶ୍ରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିୱାଇଆଇ ମେଡିଟେସନ୍ ଓ ନିସ୍ପଦକୁ ଉନ୍ମୋଚନ କରାଯାଇଥିଲା ଏବଂ ସେ ଇନଷ୍ଟିଚ୍ୟୁଟ୍ର ବିଭିନ୍ନ କୋଭିଡ୍ ସମ୍ପର୍କିତ ଅଭିଯାନକୁ ପ୍ରଶଂସା କରିଛନ୍ତି ।
ଶ୍ରୀଯୁକ୍ତ ଶ୍ରୀପଦ ୱାଇ ନାଏକ, ମନ୍ତ୍ରୀ, ଆୟୁଷ, ଭାରତ ସରକାର କହିଛନ୍ତି ଯେ, “ସାରା ଦୁନିଆର ମାନବ ସମାଜ ପ୍ରତି ୧୦୨ ବର୍ଷର ଊତ୍କର୍ଷ ସେବା ପ୍ରଦାନ କରିଥିବାରୁ ମୁଁ ଦି ଯୋଗ ଇନଷ୍ଟିଚ୍ୟୁଟ୍ର ସମସ୍ତ ଟିମ୍କୁ ଅଭିନନ୍ଦନ ଜଣାଉଛି । ଆପଣ ମାନଙ୍କ ଉତ୍ସର୍ଗୀକୃତ ମନୋଭାବ, ନିଷ୍ଠା ଏବଂ ସଂହତି ପାଇଁ ମୂଲ୍ୟବାନ ଭାରତୀୟ ପରମ୍ପରା ଯୋଗ ସଂରକ୍ଷିତ ରହିଛି ଏବଂ ପ୍ରତିଦିନ ସାରା ନିଶ୍ୱରେ ଲୋକମାନଙ୍କ ଜୀବନରେ ପରିବର୍ତନ ଆଣୁଛି । ଏହା ବିଶ୍ୱ ଶାନ୍ତି ପାଇଁ ଯୋଗଦାନ ପ୍ରଦାନ କରୁଛି । ଯୋଗ ହେଉଛି ଦୁନିଆକୁ ଭାରତର ଉପହାର । ଲୋକମାନଙ୍କୁ ଯତ୍ନ ସହକାରେ ତାହା ପ୍ରଦାନ କରିବାରେ ଦି ଯୋଗ ଇନଷ୍ଟିଚ୍ୟୁଟ୍ ବହୁତ ଭଲ କାର୍ଯ୍ୟ କରୁଛି ।’’ ଡକ୍ଟର ହଂସ ଜେ ଯୋଗେନ୍ଦ୍ର, ନିର୍ଦେଶକ, ଦି ଯୋଗ ଇନଷ୍ଟିଚ୍ୟୁଟ୍ କହିଛନ୍ତି ଯେ, “ସମାଜ, ଦେଶ ଓ ସାରା ଦୁନିଆ ପ୍ରତି ଦି ଯୋଗ ଇନଷ୍ଟିଚ୍ୟୁଟ୍ ପ୍ରଦାନ କରିଥିବା ସେବାର ୧୦୨ ବର୍ଷପୂର୍ତୀ ଅବସରରେ ଯୋଗ ଦେଇଥିିବାରୁ ମୁଁ ମାନ୍ୟବର ମନ୍ତ୍ରୀ ଶ୍ରୀମାନ ଶ୍ରୀପଦ ୱାଇ ନାଏକ ଜୀ ଓ ଅନ୍ୟ ସମସ୍ତ ସମ୍ମାନାସ୍ପଦ ଅତିଥିଙ୍କୁ ଧନ୍ୟବାଦ ପ୍ରଦାନ କରୁଛି । କୋଭିଡ୍ -୧୯
ମହାମାରୀରୁ ଆଶ୍ୱସ୍ତି ପ୍ରଦାନ କରିବା ଏବଂ ସହାୟତା ସେବା ଲାଗି ଆମର ହାଉସହୋଲଡର ଯୋଗ ଦେବା ତରଫରୁ ଅନେକ ପ୍ରକାରର ଅଭିଯାନ ଯୋଗ କରାଯାଇଛି । ଦେଶ ଦୁନିଆର ଅଧିକରୁ ଅଧିକ ଲୋକଙ୍କ ପାଖରେ ହାଉସ ହୋଲଡର ଯୋଗ ପହଂଚାଇବା ପାଇଁ ଦି ଯୋଗ ଇନଷ୍ଟିଚ୍ୟୁଟ୍ ସର୍ବଦା ପ୍ରତିବଦ୍ଧ ଏବଂ ଏହି ଲକ୍ଷ୍ୟ ଆମର ପ୍ରତିଷ୍ଠାତା ଗୁରୁ ଶ୍ରୀ ଯୋଗେନ୍ଦ୍ର ଜୀ ଓ ତିନି ପିଢ଼ିର ଯୋଗୀମାନେ ଏବଂ ଗତ ଶତାବ୍ଦୀଠାରୁ ଦି ଯୋଗ ଇନଷ୍ଟିଚ୍ୟୁଟ୍ ପରିବାରର ଅଂଶ ହୋଇଥିବା ହଜାର ହଜାର ଲୋକ ମାନଙ୍କ ଯୋଗୁ ସମ୍ଭବ ହୋଇଛି । ଆଜି ଆମେ ୧୦୩ତମ ବର୍ଷରେ ପ୍ରବେଶ କରିଥିବା ବେଳେ ନିସ୍ପଦ ଧ୍ୟାନ ଆପ୍କୁ ଉନ୍ମୋଚନ କରିଛୁ ଏବଂ ଯୋଗ ଗୁରୁ ଯୋଗେନ୍ଦ୍ର ଜୀଙ୍କ ଲକ୍ଷ୍ୟକୁ ଆହୁରି ଶତାଧିକ ବର୍ଷ ପର୍ଯ୍ୟନ୍ତ ନେବାକୁ ଆମେ ପ୍ରତିବଦ୍ଧ ରହିଛୁ ।’’
No Result
View All Result