No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର )ବ୍ରହ୍ମପୁର :- ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ରେ ନୂତନ ଏଜେନ୍ସି ର ନିଯୁକ୍ତି ପ୍ରକ୍ରିୟା କୁ ନେଇ ଚାଲିଥିବା ବିବାଦ ଅପାତତଃ. ସମାଧାନ ଆଡ଼କୁ ଯାଇଛି , ଫଳରେ କର୍ମଚାରୀ ମାନଙ୍କ ଧାରଣା କିଛିଦିନ ପାଇଁ ସ୍ଥଗିତ ରହିଛି I ଗତକାଲି ପୁର୍ବ ଏଜେନ୍ସି ଗଞ୍ଜାମ ସିକ୍ୟୁରିଟି ଓ ବର୍ତ୍ତମାନ ର ଏଜେନ୍ସି ର ଉପସ୍ଥିତି ରେ ସଂଘ ର କର୍ମକର୍ତ୍ତା ଆଲୋଚନା କରିଥିଲେ, ଟେଣ୍ଡର ପ୍ରକ୍ରିୟା ରେ ୨୬୨ ଜଣ ଥିବା କର୍ମଚାରୀ ସଂଖ୍ୟା ମଧ୍ୟରୁ ନିଯୁକ୍ତି ନ ପାଇ ରହିଯାଉଥିବା ୩୨ ଜଣ ପିଲା ଙ୍କୁ ଛୁଟି ରେ ରହିଯାଉଥିବା ପିଲାଙ୍କ ସ୍ଥାନ ରେ ଥଇଥାନ କରିବାକୁ ନିଷ୍ପତି ହୋଇଥିଲା I କିନ୍ତୁ ମେଡିକାଲ ର ସୁପରସ୍ପେସିଆଲିଷ୍ଟ ନୂତନ କୋଠା କାର୍ଯ୍ୟକ୍ଷମ ହେଲା ପରେ ସମସ୍ତ ଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ଲିଖିତ ପ୍ରତିଶୃତି ମିଳିଥିଲା I
କିନ୍ତୁ ବକେୟା ଥିବା ୧୧ ମାସର ବର୍ଦ୍ଧିତ ରାଶି, କାର୍ଯ୍ୟ ସମୟ,ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯାଇଛି I ଆଜିର ଆଲୋଚନା ରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ପରିଛା, ସଂଘ ର ସଭାପତି ସୁନୀଲ ପାତ୍ର, ରାଜଲକ୍ଷ୍ମୀ ସାହୁ, ପି. ଜୟରାମ ରାଓ, ନିରଞ୍ଜନ ପାତ୍ର, ପି. ରମେଶ ରାଓ, ଓ ସଂଘ ର ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଥିଲେ (ରିପୋର୍ଟ:ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)
No Result
View All Result