• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୧୭୭ ଅଣଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଉପରେ ସରକାରଙ୍କ ଶୁଭ ଦୃଷ୍ଟି କେବେ ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାକୁ ଯାଇ ନିଜେ ଭାଙ୍ଗି ପଡ଼ିଛନ୍ତି ଶିକ୍ଷକ କର୍ମଚାରୀ

Proprietor Abhimanyu Maharana by Proprietor Abhimanyu Maharana
December 21, 2020
in Uncategorized, ଓଡ଼ିଶା, ଗଞ୍ଜାମ, ହୋମ୍
0
୧୭୭ ଅଣଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଉପରେ ସରକାରଙ୍କ ଶୁଭ ଦୃଷ୍ଟି କେବେ ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାକୁ ଯାଇ ନିଜେ ଭାଙ୍ଗି ପଡ଼ିଛନ୍ତି ଶିକ୍ଷକ କର୍ମଚାରୀ

CREATOR: gd-jpeg v1.0 (using IJG JPEG v62), quality = 82

Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୦ଡିସେମ୍ବର ରବିବାର )ବ୍ରହ୍ମପୁର :-  ବ୍ରହ୍ମପୁର ଶିକ୍ଷା ବ୍ୟବସ୍ଥାକୁ ସାର୍ବଜନୀନ କରିବା ପାଇଁ ଅହରହ ପ୍ରଚେଷ୍ଟା କରୁଥିବା ସରକାର କିନ୍ତୁ ପଥର ପାଲଟି ଯାଇଛନ୍ତି ଓଡ଼ିଶାର ୧୭୭ଟି ଅଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ କର୍ମଚାରୀଙ୍କ ପାଇଁ I ଏହି ବିଦ୍ୟାଳୟ ଗୁଡିକରେ ଦୀର୍ଘ ୨୫ ରୁ ୩୦ ବର୍ଷ ଧରି କାର୍ଯ୍ୟ କରୁ୍ଥିବା ଶିକ୍ଷକ କର୍ମଚାରୀମାନେ ଅପରାହ୍ଣ ବୟସରେ ପହଞ୍ଚି ସାରିଥିଲେ ମଧ୍ୟ ନିଜର ସେବା ବଦଳରେ କୌଣସି ପ୍ରକାର ଅନୁଦାନ ନ ପାଇ ଅତି ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି I ସେହିପରି ଅଭାବ ଅନଟନ ଭିତରେ ନିଜର ଦୁର୍ବଳ ମାନସିକତା ଭିତରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରିବାରେ ଅସମର୍ଥ ହେବା ଫଳରେ ଏହାର କୁପରିଣାମ ଭୋଗୁଛନ୍ତି ବିଦ୍ୟାଳୟରେ ପଢୁଥିବା ନୀରିହ ଛାତ୍ରଛାତ୍ରୀ I ଅନୁଦାନ ଅଭାବରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର କୌଣସି ଊନ୍ନତି ହୋଇ ନ ପାରିବା ଯୋଗୁଁ ପାଠ ପଢା ନିମିତ୍ତ କୌଣସି ମୌଳିକ ସୁବିଧା ନ ପାଇ ଗ୍ରାମାଞ୍ଚଳ ଗୁଡ଼ିକରେ ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ଛାଡୁଛନ୍ତି ଯାହା ସରକାର ଜାଣୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜି ରହିବା ଶିକ୍ଷା ବ୍ୟବସ୍ଥା ପ୍ରତି କୁଠାରଘାତ ସଦୃଶ ହୋଇଛି I ସୂଚନା ଥାଉ କି ୧୯୯୪ ଶିକ୍ଷାନୀତିରେ ତତ୍କାକାଳୀନ ସୁନାମଧନ୍ୟ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶାର ପ୍ରତି ପଞ୍ଚାୟତରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇ ଅନୁଦାନ ଦେବା ପାଇଁ ଘୋଷଣା କରିଥିଲେ I

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଓଡ଼ିଶାର ବହୁ ପଞ୍ଚାୟତରେ ସ୍ଥାନୀୟ ଜନସାଧାରଣ ନିଜ ନିଜର ପ୍ରଚେ଼ଷ୍ଟାରେ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିବା ସହ ଉଚ୍ଚ ଡିଗ୍ରୀ ଧାରୀ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ଯ ନିଯୁକ୍ତି କରି ସରକାରୀ ଅନୁଦାନରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଆଶା କରି ବସିଥିଲେ I କିନ୍ତୁ ୧୯୯୯ ମହାବାତ୍ୟା ପରେ ମାନ୍ୟବର ଓଡ଼ିଶା ସରକାର ଆର୍ଥିକ ସମସ୍ୟାର ଆଳ ଦେଖାଇ ସମସ୍ତ ଅନୁଦାନ ବନ୍ଦ କରିଦେଲେ I ଫଳରେ ବିଦ୍ୟାଳୟ ଗୁଡ଼ିକର ହଜାର ହଜାର ଶିକ୍ଷକ କର୍ମଚାରୀ ବାରମ୍ବାର ରାଜ ରାସ୍ତାକୁ ଓହ୍ଳାଇବା ପରେ ୨୦୦୪ ମସିହାରେ ବିଦ୍ୟାଳୟ ଗୁଡିକ ପାଇଁ ବ୍ଳକ୍ ଗ୍ରାଣ୍ଟ୍ ବ୍ୟବସ୍ଥା କରି ଦୀର୍ଘ ଦିନ ଧରି ଶିକ୍ଷକ ମାନଙ୍କୁ ଭୁଆଁ ବୁଲାଇଲେ I ୨୦୧୫ ମସିହାରେ ରାଜ୍ୟ ସରକାର ୫୬୬ ଟି ବିଦ୍ୟାଳୟ ମଧ୍ୟରୁ ୩୯୯ ଟି ଉଚ୍ଚ ବିଦ୍ୟାଲୟକୁ ଅନୁଦାନ ଘୋଷଣା କରିଥିଲେ ମଧ୍ୟ ଏହା ଶିକ୍ଷକ କର୍ମଚାରୀଙ୍କୁ ଲଲିପପ୍ ଦେବା ଭଳି କାର୍ଯ୍ୟ ଥିଲା I ଏହି ଅନୁଦାନରେ ନା ଅଛି ଶିକ୍ଷକ କର୍ମଚାରୀଙ୍କ ଚାକିରୀ ସର୍ତ୍ତାବଳୀ ନା ଅଛି ଅବସର ପରବର୍ତ୍ତୀ କୌଣସି ସୁବିଧା ସୁଯୋଗ I ତଥାପି ଚାକିରୀ ଜୀବନର ଶେଷ ସମୟରେ ଅନ୍ୟ ଉପାୟ ନ ପାଇ ସରକାରଙ୍କ ଏହିଭଳି ପକ୍ଷପାତି ଯୋଜନା ଏବଂ ସରକାରଙ୍କ ହ୍ଁ ରେ ହ୍ଁ ମାରୁଥିବା କିଛି ନେତାଙ୍କ ନୀରବତାକୁ ସହି ଯାଇଥିଲେ ଶିକ୍ଷକମାନେ I

କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ ସରକାର ୨୦୧୫ ରେ ୩୯୯ ଟି ବିଦ୍ୟାଳୟକୁ ଅନୁଦାନ ଦେଇଥିଲେ ମଧ୍ଯ ଆହୁରି ୧୬୭ ଟି ବିଦ୍ୟାଳୟକୁ ବିଭିନ୍ନ ଆନୁସଙ୍ଗିକ ତଥା ଭିତ୍ତିଭୂମି ଅଭାବର ଆଳ ଦେଖାଇ ଅନୁଦାନ ପାଇବାରୁ ବଞ୍ଚିତ କରିଥିଲେ ଯାହାର ସଂଖ୍ୟା ବର୍ତ୍ତମାନ ୧୭୭ ରେ ପହଞ୍ଚିଛି I ଫଳରେ ଆଜି ପର୍ଯ୍ୟନ୍ତ ସେହି ବିଦ୍ୟାଳୟର ଛାତ୍ର ଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବା ସହ ଶିକ୍ଷକ କର୍ମଚାରୀ ମାନେ ମଧ୍ୟ ନିଜର ମାନସିକ ଭାରସାମ୍ୟ ହରାଇ ସାରିଲେଣି I ସୂଚନା ଥାଉ କି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଝାଡବନ୍ଧ,  କୁମ୍ଭାରୀ, ଡାବିକିଗୋଛା , ମୁଜାଗଡ, ସାତପହଣ୍ଡିଆ,ପଥରା, ଅନ୍ତରିଗାଁ, ବାଲାନ୍ତର,ଆମ୍ବ ପୁଆ,ଏବଂ ବ୍ରହ୍ମପୁରର ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଳି ଦଶଟି ଉଚ୍ଚ ବିଦ୍ୟାଳୟ ଅନୁଦାନ ପାଇବାରୁ ବଞ୍ଚିତ ହୋଇଛି I ସରକାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ କରୁଛନ୍ତି କିନ୍ତୁ ସେହି ପଞ୍ଚାୟତ ଗୁଡ଼ିକରେ ପୂର୍ବରୁ ଥିବା ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ଧ୍ୟାନ ନଦେବା ଫଳରେ ବିଦ୍ୟାଳୟ ଗୁଡ଼ିକ ଅବହେଳିତ ଅବସ୍ଥାରେ ନିଜର ସତ୍ତା ହଜାଇବାକୁ ବସିଲେଣି I

ବିଶେଷ କରି ଗ୍ରାମାଞ୍ଚଳର ବହୁ ଆର୍ଥିକ ଅନଗ୍ରସର ଜନ ସାଧାରଣ ନିଜ ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ଏହି ୧୭୭ ଉଚ୍ଚ ବିଦ୍ୟାଳୟ ଉପରେ ନିର୍ଭର କରୁ୍ଥିବା ବେଳେ ବର୍ତ୍ତମାନ ବିଦ୍ୟାଳୟ ଗୁଡ଼ିକର ଶୋଚନୀୟ ଅବସ୍ଥା ଯୋଗୁଁ ସେହି ଗ୍ରାମର ଗରୀବ ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯିବାର ଦେଖା ଦେଇଛି I ତେଣୁ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ବୃହତ୍ ସ୍ଵାର୍ଥ ଦୃଷ୍ଟିରୁ ସରକାର ସେହି ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ଅନୁଦାନ ଦେଇ ଭିତ୍ତିଭୂମି ସଜାଡ଼ିବାକୁ କିଛି ସମୟ ସୀମା ଦେବାକୁ ଦାବି ହୋଇଛି I ଯଦି ସରକାର ଆଗାମୀ ବଜେଟ୍ ଅଧିବେଶନ ପୂର୍ବରୁ ଏ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସମସ୍ତ ୧୭୭ ବିଦ୍ୟାଳୟରେ ତାଲା ପଡ଼ିବାର ଅଧିକ ସମ୍ଭାବନା ରହିଛି ବୋଲି ବହୁ ବିଦ୍ୟାଳୟର ସଭାପତି ଏବଂ ସମ୍ପାଦକ ମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି I ଏବେ ଦେଖିବାକୁ ବାକି ରହିଲା ନୀରିହ ଛାତ୍ର ଛାତ୍ରୀଙ୍କ ନିଷ୍ପାପ ମୁହଁ ଆଉ ଶିକ୍ଷକ କର୍ମଚାରୀଙ୍କ ଭୋକିଲା ପେଟ ସରକାରଙ୍କ ଉପରେ କେତେ ପ୍ରଭାବ ପକାଇ ପାରୁଛି I (ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ : ରଣନୈତିକ ଆଲୋଚନା ଓ ସହଭାଗିତା ପାଇଁ ଶିଳ୍ପ ନେତାଙ୍କ ଆହ୍ୱାନ

March 19, 2026
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

March 19, 2026
ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 19, 2026
ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା : ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

March 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

ସିଆଇଆଇ ଓଏମସିଇ ୨୦୨୬ ଉଦ୍‌ଘାଟିତ : ରଣନୈତିକ ଆଲୋଚନା ଓ ସହଭାଗିତା ପାଇଁ ଶିଳ୍ପ ନେତାଙ୍କ ଆହ୍ୱାନ

March 19, 2026
CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

CII OMCE 2026 Inaugurated; Industry Leaders Convene for Strategic Dialogue and Collaboration

March 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version