No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର ) ନୟାଗଡ :- ମାର୍ଗଶୀର ମାସ ଗୁରୁବାର ଓଡ଼ିଆ ଘରର ଏକ ପ୍ରମୁଖ ବ୍ରତ ବା ଓଷା ଭାବେ ପାଳିତ ହେଉଥିବାବେଳେ ଆଦିତ୍ୟ ଭାରତ ପ୍ରକାଶନୀ ସଂସ୍ଥା ତରଫରୁ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ମହାପୁରୁଷ ବଳରାମ ଦାସଙ୍କ ରଚିତ “ଲଷ୍ମୀପୁରାଣ”ପୁସ୍ତକ ଲୋକାର୍ପିତ ହୋଇଯାଇଛି |

ନୟାଗଡ ସଦର ମହକୁମାସ୍ଥିତ ପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ମାଆ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି ଉର୍ମିଳାବାଳା ମିଶ୍ର, ଜୟଶ୍ରୀ ଦେବୀ, ସୌଦାମିନୀ ସ୍ୱାଇଁ, କ୍ଷଣାପ୍ରଭା କର, ସୂଚୀସ୍ମିତା ମିଶ୍ର, ସସ୍ମିତା ଆଚାର୍ଯ୍ୟ, ପ୍ରମୁଖ ଗୃହିଣୀ, ସାହିତ୍ୟିକା, କଣ୍ଠଶିଳ୍ପୀ | ଉନ୍ମୋଚନ କାର୍ଯ୍ୟକ୍ରମକୁ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପରିଚାଳନା କରିଥିବାବେଳେ ସାମ୍ବାଦିକ ଓ ସାହିତ୍ୟିକ ରାମକୃଷ୍ଣ ରଥ, ସ୍ଵାତିଲଗ୍ନା ସମ୍ପାଦକ ସୁଶାନ୍ତ ପାତ୍ର, ସଙ୍ଗୀତଜ୍ଞ ପ୍ରଭାତ କୁମାର ଦାଶ, ଯୁବ କବି ଜିତୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

ଲଷ୍ମୀ ପୁରାଣକୁ ସମସ୍ତ ଓଡ଼ିଆଙ୍କ ଘରେ ପହଂଚାଇବା ସହ ଏହାର ମହାତ୍ମ୍ୟ ବଳରାମ ଦାସଙ୍କ କୃତି ବିଷୟରେ ପ୍ରଚାର ପ୍ରସାର କରିବା ପ୍ରଧାନ ଆଭିମୁଖ୍ୟ ବୋଲି ଆଦିତ୍ୟ ଭାରତର ପ୍ରତିଷ୍ଠାତା ନିର୍ଦେଶକ ଦେବାଶିଷ ସାମନ୍ତରାୟ ପ୍ରକାଶ କରିଥିଲେ | ପୁସ୍ତକର ମୁଖବନ୍ଧରେ ବିସ୍ତୃତ ବ୍ୟାଖ୍ୟା କରିବା ସହ ଏହାର ସାମାଜିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଛନ୍ତି ଖ୍ୟାତନାମା ସାହିତ୍ୟିକ ପ୍ରଫେସର ବୈଷ୍ଣବ ଚରଣ ସାମଲ | ପୁସ୍ତକ୍ତଟି ଉନ୍ମୋଚନ କରିବା ପରେ ସମବେତ ଭାବେ ଏହାକୁ ଆବୃତ୍ତି କରଥିଲେ ଅତିଥିମାନେ | (ନୟାଗଡ ଜିଲ୍ଲା ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result