No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର ) କେନ୍ଦ୍ରାପଡା :- କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା କରିଲୋପାଟଣା ପାଞ୍ଚୟତ ପରିଦର୍ଶନ କରିଛନ୍ତି ,ପ୍ରଥମେ ଜୟରାମ ଉଚ୍ଚ ବିଦ୍ୟାଳୟ ପରିସରରେ ହୋଇଥିବା ବୃକ୍ଷ ରୋପଣ ,ବିଦ୍ୟାଳୟର ଖେଳ ପଡ଼ିଆ , ନିର୍ମାଣ ରତ ଲାଇବ୍ରେରୀ ଗୃହ ପରିଦର୍ଶନ କରିବା ସହିତ ବିଲୁଅପଡା ଦୁର୍ଗା ମଣ୍ଡପ ନିକଟରେ ଅଟକିଥିବା ପାର୍କ କାମ ,କଲ୍ୟାଣ ମଣ୍ଡପ ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହିତ ବିଡ଼ିଓ ଙ୍କ ପରାମର୍ଶ କ୍ରମେ କାମ ଆରମ୍ଭ କରିବା ପାଇଁ ସରପଞ୍ଚ ସୁକାନ୍ତ କୁମାର ସାହୁ ଙ୍କୁ ପରାମର୍ଶ ଦେଇଥିଲେ ,

ଦୂର୍ଗା ମନ୍ଦିର ଯାଇକି ଦୂର୍ଗା ମା ଙ୍କ ଦର୍ଶନ କରିବା ସହିତ ମନ୍ଦିରର ଉର୍ଣ୍ଣତି ମୂଳକ କାର୍ଯ୍ୟ ନିମନ୍ତେ ଜୟଦୁର୍ଗା ଉନ୍ନୟନ ପରିଷଦ କରିଲୋପାଟଣା ର ସଭାପତି ଶ୍ରୀଯୁକ୍ତ ଦୀପକ କୁମାର ରାଉତରାୟ ,ସଂପାଦକ ଅରକ୍ଷିତ ସାମନ୍ତରାୟ ଙ୍କ ସହିତ ଆଲୋଚନା କରିଥିଲେ । ପବ୍ଲିକ୍ ରାଇଟ୍ ଆସୋସିଏସନ ର ସଭାପତି କେଦାରନାଥ ସାମନ୍ତରାୟ ରାସ୍ତାର ଉଭୟ ପାର୍ଶ୍ଵରେ ହୋଇଥିବା ବୃକ୍ଷ ରୋପଣ ବିଷୟରେ ଆଲୋଚନା କରିଥିଲେ ,

ମୃତ୍ୟୁଞ୍ଜୟ ରାଉତରାୟ, ଜିତେନ୍ଦ୍ର ସାମନ୍ତରାୟ, ପ୍ରଦୀପ ମହାନ୍ତି, ଧୀରେନ ମଲ୍ଲ ,ସରପଞ୍ଚ ସୁକାନ୍ତ କୁମାର ସାହୁ ଉପସ୍ଥିତ ଥିଲେ,ଏବଂ ଅରକ୍ଷିତ ସାମନ୍ତରାୟ, ଦୀପକ ରାଉତରାୟ ପାଞ୍ଚୟତ ରେ ଅଟକିଥିବା ଉର୍ଣ୍ଣତି ମୂଳକକାମ କୁ ଦୃଷ୍ଟି ଆକର୍ଷଣ କରିବା ସହିତ ଆଗକୁ ହେବାକୁ ଥିବା ଉର୍ଣ୍ଣତି ମୂଳକ କାମ ବିଷୟରେ ଆଲୋଚନା ମଧ୍ୟ୍ୟ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିଥିଲେ ।(କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )
No Result
View All Result