No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ଡିସେମ୍ବର ରବିବାର ) କଟକ :- ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ,କଟକସଦର ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କଟକ କିଶନନଗର ତହସିଲ ଅନ୍ତର୍ଗତ ଶିର୍ଲୋ ବରହମପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଅନୁଷ୍ଠିତହୋଇଯାଇଛି । ଅଧୁନା କରୋନା ସମୟରେ କିଭଳି ଭାବେ ସାଧାରଣ ଜନତା ନିଜର ତଥା ନିଜ ଅଞ୍ଚଳର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା କରାଇବା ଓ ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରାଇବା ପାଇଁ ଉତ୍ସାହିତ କରାଯିବା ଏହି ବିଷୟରେ ଆଲୋଚନାଚକ୍ର ଏବଂ ନିଶୁଳ୍କ ଡାକ୍ତରି ପରାମର୍ଶ ସେଵାଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଆଲୋଚନା ଶିବିରରେ ପ୍ରସିଦ୍ଧ ଗବ୍ଯସିଦ୍ଧ ଚିକିତ୍ସକ ବିରଞ୍ଚି ନାରାୟଣ କୁଣ୍ଡୁ ଓ ପ୍ରସିଦ୍ଧ ଆୟୁର୍ବେଦିକ ଚିକିତ୍ସକ ପର୍ଶୁରାମ ରାଉତ ଯୋଗଦେଇ ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ଉପରେ ଆଲୋକପାତ କରିଥିଲା ବେଳେ ଉଭୟ ସଂଗଠନ ପକ୍ଷରୁ ରଘୁନାଥ ଚୌଧୁରୀ, ଅଭିମନ୍ୟୁ ସାହୁ,ରଂଜନ ବିଶୋଇ, ଜୟନ୍ତ ଦାଶ, ଚନ୍ଦନ ସେନାପତି,ସରିତ ମହାପାତ୍ର, ଗନ୍ଧର୍ବ ଆଚାର୍ଯ୍ୟ, ପ୍ରଦୀପ୍ତ ଆଚାର୍ଯ୍ୟ, ସୁବାଷ ଆଚାର୍ଯ୍ୟ, ବିଷ୍ଣୁ ମାଦେଳି, କୃଷ୍ଣ ସାହୁ, ପ୍ରଦୋଷ ଚୌଧୁରୀ, ନିରଞ୍ଜନ ଭୋଇ, ଶ୍ରୀକାନ୍ତ ସିଂହ, ପଞ୍ଚାନନ ସିଂହ, ପ୍ରିନ୍ସ ଚୌଧୁରୀ, ପ୍ରସନ୍ନ ଚୌଧୁରୀ, ସଂଜୟ ସେଠୀ, ଶ୍ରୀମନ୍ତ ସିଂହ, ଚନ୍ଦନ ମଲ୍ଲିକ, ବିଶ୍ୱଜିତ ସିଂହ, ଦୁଲାଲ ବେହେରା, ସନାତନ ବେହେରା, ଚନ୍ଦନ ସେନାପତି, ରଘୁନାଥ ଚୌଧୁରୀ ଏବଂ ବହୁ କାର୍ଯ୍ୟକର୍ତା ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଦି କରୋନା କଟକଣା ପାଳନ ପୂର୍ବକ ସମାପିତ ହୋଇଯାଇଛି !
No Result
View All Result