• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପେଶାଦାର ସାମ୍ବାଦିକ ସଂଘର ୫ମ ସ୍ୱନକ୍ଷତ୍ର ଦିବସ ପାଳିତ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
December 4, 2020
in ଓଡ଼ିଶା, କଟକ, ହୋମ୍
0
ପେଶାଦାର ସାମ୍ବାଦିକ ସଂଘର ୫ମ ସ୍ୱନକ୍ଷତ୍ର ଦିବସ ପାଳିତ – ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୪ ଡିସେମ୍ବର,ଶୁକ୍ରବାର )କଟକ :-  କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଲେବର ଟେନାମେଣ୍ଟ ସ୍ଥିତ ଯଯାତିକେଶରୀ କ୍ଲବ ପରିସରରେ ଆଂଚଳିକ ପେଶାଦାର ସାମ୍ବାଦିକ ସଂଘର ୫ମ ସ୍ୱନକ୍ଷତ୍ର ଉତ୍ସବ କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦୀପକ କୁମାର ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ରାଜ୍ୟ ସରକାର ସର୍ବଦା ଗଣମାଧ୍ୟମ ପ୍ରତିନିଧିଙ୍କ କଲ୍ୟାଣ ପାଇଁ ଯତ୍ନଶୀଳ ଅଛନ୍ତି ବୋଲି ପ୍ରକାଶ କରିଥିଲେ ।

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମି ତଥା ସାମ୍ବାଦିକତାର ଆଦ୍ୟଭୂମି ଚୌଦ୍ୱାରରେ ଏହି ଉତ୍ସବ ଅବସରରେ ପଦାର୍ପଣ କରି ନିଜକୁ ଧନ୍ୟମନେ କରିବା ସହ ଆଗାମୀ ଦିନରେ ଏହି ଅଂଚଳର ଯେ କୌଣସି ବିକାଶମୂଳକ କାର୍ଯ୍ୟରେ ଆଲୋଚନା କରି ସହଯୋଗ କରିବେ ବୋଲି କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ କୋଭିଡ୍‌ରେ ମୃତ୍ୟୁ ବରଣ କରିଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପରିବାରଙ୍କୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉଥିବା ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଆଂଚଳିକ ପେଶାଦାର ସାମ୍ବାଦିକ ସଂଘ ତରଫରୁ କରାଯାଉଥିବା କାର୍ଯ୍ୟକ୍ରମ ସଂପର୍କରେ ପ୍ରଶଂସା କରି ସେମାନଙ୍କର ଦାବୀ ମିଡିଆ କମିଶନ ଓ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଆଇନ୍ ପ୍ରଣୟନ ଉପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ଅବସରରେ ସଂଘ ତରଫରୁ ପ୍ରକାଶିତ ସ୍ମରଣିକା “ଫୁଲ ବଉଳବେଣୀ”ର ଶୁଭ ଉନ୍ମୋଚନ କରାଯାଇଥିଲା ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତ ଶରୀର ଓ ଅଙ୍ଗଦାନ ସମିତିର ସଭାପତି ଡଃ. ପ୍ରଭାସ ଆଚାର୍ଯ୍ୟ ତଥା ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ଯୋଗଦେଇ କୋଭିଡ୍ ମହାମାରୀ ସ୍ଥିତିରେ ସାମ୍ବାଦିକମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରକାଶ କରିବା ସହିତ ସାମ୍ବାଦିକତାର ଆଦ୍ୟଭୂମି ଏହି ଅଂଚଳରୁ ବିଶ୍ୱର ସର୍ବ ପ୍ରଥମ ହାତଲେଖା ସମ୍ବାଦ ପତ୍ର ପ୍ରକାଶ କରିଥିବା କୁଜୀବର ସ୍ଥିତ ମହାତ୍ମା ସୁନ୍ଦରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଏଥି ସହିତ ସେ ବର୍ତମାନ ପରିସ୍ଥିତିରେ ପେଶାଦାର ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ସଂପର୍କରେ ଆଲୋକପାତ କରିିଥିଲେ । ସମ୍ମାନନୀୟ ଅତିଥି ଭାବେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଂଜନ ବିଶ୍ୱାଳ ଯୋଗଦେଇ ସାମ୍ବାଦିକମାନଙ୍କର ରହିଥିବା ବିଭିନ୍ନ ଦାବୀକୁ ସମାଧାନ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନେ ସତ୍ୟ ଓ ନିଷ୍ଠାପର ଭାବେ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ସମଗ୍ର ରାଜ୍ୟରେ ସାମ୍ବାଦିକମାନଙ୍କର ସ୍ଥାନ ସ୍ୱତନ୍ତ୍ର ବୋଲି ପ୍ରକାଶ କରିବା ସହିତ ଅସହାୟକୁ ନ୍ୟାୟ ପ୍ରଦାନ ଦିଗରେ ଓଡିଶାର ସାମ୍ବାଦିକମାନେ ସେମାନଙ୍କର କଲମ ଚାଳନା ତଥା ଲେଖା ପ୍ରକାଶନ ମାଧ୍ୟମରେ ଦେଶରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ବୋଲି କହିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସାମୁହିକ କଲ୍ୟାଣ ଓ ଜନମଙ୍ଗଳକାରୀ ସମ୍ବାଦ ପରିବେଷଣ ଉପରେ ଅନୁରୋଧ କରିଥିଲେ । ଅନ୍ୟତମ ଅତିଥି ଭାବେ କଟକ ଜିଲ୍ଲା ଯୋଜନା ବୋର୍ଡର ପୂର୍ବତନ ସଦସ୍ୟ ତଥା ପୂର୍ବତନ କାଉନ୍‌ସିଲର ଶୁଭେନ୍ଦୁ ସାମଲ ଯୋଗଦେଇ କୋଭିଡ୍‌ ମହାମାରୀ ସମୟରେ ଚୌଦ୍ୱାର ଅଂଚଳର ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଯେପରି ଭାବେ ସମ୍ବାଦ ପରିବେଷଣ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସାମ୍ବାଦିକମାନଙ୍କ ମଧ୍ୟରେ ସର୍ବଦା ଏକତାଭାବ ବଜାୟ ରଖିବାକୁ କହିଥିଲେ । ଚୌଦ୍ୱାର ବିଜେଡି ନଗର ସଭାପତି ଶ୍ରୀ ବିଷ୍ଣୁ ଚରଣ ପରିଡା ଯୋଗଦେଇ ବିଭିନ୍ନ ସାମ୍ବାଦିକ ସଂଗଠନ ମଧ୍ୟରେ ପାରସ୍ପରିକ ଏକତା ରକ୍ଷା ହେଲେ ଅଂଚଳରେ ତଥା ଜିଲ୍ଲାରେ ଭଲ କାମ ହୋଇପାରିବ ବୋଲି କହିଥିଲେ ।

ବିଜୁ ଜନତା ଦଳର ଯୁବ ରାଜ୍ୟ ଉପ ସଭାପତି ଜ୍ୟୋତ୍ସ୍ନାମୟୀ ପରିଡା ମହିଳାମାନଙ୍କର କଲ୍ୟାଣ ଓ ସେମାନଙ୍କର ସୁରକ୍ଷା ପାଇଁ ସାମ୍ବାଦିକ ସଂଘ ଆଗେଇ ଆସିବାକୁ କହିଥିଲେ । ଏହି ଅବସରରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଦକ୍ଷତା ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତାପସ ରଂଜନ ମଲ୍ଲିକ, ତାପସ ରଂଜନ ସାହୁ, ମଧୁସ୍ମିତା ମହାନ୍ତି, ଡଃ. ଜୟଶ୍ରୀ ଧଳ, ଲାଲମୋହନ ପରିଡା, କୃଷ୍ଣଚନ୍ଦ୍ର ଦାସ ପ୍ରମୁଖକୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଂଗଠନର ସାଧାରଣ ସଂପାଦକ ଶ୍ରୀ ଅଜିତ୍ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସଂଘର ସଭାପତି ଶ୍ରୀ ମଙ୍ଗରାଜ ଚୌଦ୍ୱାର ଅଂଚଳରେ ସକ୍ରିୟ ଥିବା ସମସ୍ତ ସାମ୍ବାଦିକମାନଙ୍କୁ ଅଂଚଳର ବିକାଶ ପାଇଁ ଏକତ୍ର କାର୍ଯ୍ୟ କରିବାକୁ ନିବେଦନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ଶ୍ରୀ ସୁଧାକର ମହାପାତ୍ର, ପଦ୍ମଲାଭ ବରାଳ, ପ୍ରଦୀପ ନାୟକ, ସଂପାଦକ ଶ୍ରୀ ବିଶ୍ୱଜିତ୍ ଭଞ୍ଜ, ସହ ସଂପାଦକ ସୁରେନ୍ଦ୍ର ସାହୁ, ଯୁଗ୍ମ ସଂପାଦକ ରୁଦ୍ରାଶୀଷ ନାଥ, କୋଷାଧ୍ୟକ୍ଷ ସ୍ୱାଧୀନ ଦାଶ, ସଂଯୋଜକ ବଳରାମ ଲେଙ୍କା, ବରିଷ୍ଠ ସଭ୍ୟ ହେମନ୍ତ କୁମାର ରାଉତ, ପ୍ରଣବ କୁମାର ବିଶ୍ୱାଳ, ସନ୍ତୋଷ ବାରିକ, ସୀତାଂଶୁ ମାହାଳି, ଜୟଲକ୍ଷ୍ମୀ ସେଠୀ, ପ୍ରଦୀପ ରାଜ୍‌, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପ୍ରଭାତ ରାଉତ,ଲୋକନାଥ ମାଝି, ସୁଶାନ୍ତ କୁମାର ବାରିକ, ସୁଜାତା ଗୋସ୍ୱାମୀ,ମାନସ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

September 8, 2026
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

September 8, 2026
ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ

September 8, 2026
Strengthening Odisha’s Power Transmission Infrastructure: A New Era of Confidence in Power System of Odisha

Strengthening Odisha’s Power Transmission Infrastructure: A New Era of Confidence in Power System of Odisha

September 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ

September 8, 2026
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ

September 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version