No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଡିସେମ୍ବର ବୁଧବାର )ଗଜପତି,ରାୟଗଡ :- ରାୟଗଡ ଠାରେ ଆଜି ମହେନ୍ଦ୍ର ଗିରି ଟ୍ରାକ୍ଟର ସଙ୍ଘ ପକ୍ଷରୁ ଏକ ମଟର ଗାଡ଼ି ରାଲି ନଦିରୁ ବାଲି ଉଠାଣ ଦାବିରେ ନାରା ବାଜିକରି ତହସିଲ କାର୍ଯ୍ୟାଳୟ,ପହଂଚି ଦାବିପତ୍ର ପ୍ରଦାନ କରିଥିଲେ l ପରେ ରାୟଗଡ ସହରପରିକ୍ରମା କରି ଥାନାକୁ ଯାଇ ଦୀର୍ଘ ସମୟଯାଏ ଥାନାଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହି ଗାଡ଼ି ଜବତ, କରିବା ଡ୍ରାଇଭର ଙ୍କୁ ଗିରଫ ପ୍ରତିବାଦରେ ଟ୍ରାକ୍ଟର ସଙ୍ଘପକ୍ଷରୁ ସଭାପତି. ସମ୍ପାଦକ, ଆଖ ପାଖ ଅଞ୍ଚଳରୁ ଆସିଥିବା ଗାଡ଼ି ଟ୍ରାକ୍ଟର ମାଲିକ ମିସି ବହୁସମୟ ଧରି ପ୍ରତି ବାଦ କରିଥିବା ଦେଖିବାକୁମିଳିଥିଲା l
ଏହି ସମୟ ମଧ୍ୟରେ ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ ଆମେ ଟ୍ରାକ୍ଟର ସଙ୍ଘ ପକ୍ଷରୁ ଥାନା କୁ ପ୍ରତି ମାସରେ ମାସିଆରିବଟି ଦେଉଥିବା ବେଳେ ମଧ୍ୟ ଆମକୁ ଏପରି ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରୁଥିଲେ ! କିନ୍ତୁ ସଙ୍ଘର ସଭାପତିଙ୍କ ପ୍ରତିକ୍ରୟା ଥିଲା ଲାଞ୍ଚ କରବାର ବିଷୟରେ ମୋ ନଜରକୁ ଆସିନୀ ବୋଲି କହିଥିଲେ l ସଭାପତିଙ୍କ ଓ ସମ୍ପାଦକଙ୍କ
ମଧ୍ୟରେ ମିଡ଼ିଆ ପ୍ରତିନିଧି ସମୁଖରେ ଦେଇଥିବା ମନ୍ତବ୍ୟ ତାଳମେଳ ରହୁନଥିବା ଦେଖିବାକୁ ମିଳିଥିଲା ଉପସ୍ଥିତ ଗାଡ଼ିମାଲିକ ମାନେ ଏକପ୍ରକାର ନିରବ ରହିଥିଲେ ! ଉକ୍ତ ବିଷୟରେ ରାୟଗଡ଼ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣାଙ୍କୁ ପଚାରି ବାରୁ ମାସିଆରି ଦେବା ନେବା ସମ୍ପୂର୍ଣ୍ଣ ମିଥ୍ୟାବୋଲି କହିଥିଲେ ଯଦି ହୋଇଥାଏ ତେବେ ମୋ ପୂର୍ଵରୁ ହୋଈଥାଇପାରେ ବୋଲି ପ୍ରକାଶ କରିଛନ୍ତି l (ରିପୋର୍ଟ – ସଂଜୀବ କୁମାର ପାଣି )
No Result
View All Result