No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ନଭେମ୍ବର ସୋମବାର ) ପାରଳଖେମୁଣ୍ଡି : – ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ୩୧ ତମ ପ୍ରତିଷ୍ଠା ଦିବସ ଉତ୍ସବ ଗତ ୨୮ ତାରିଖ ଦିନ ବ୍ରହ୍ମପୁର ଧର୍ମ ନଗରସ୍ଥିତ ୩ୟ ଲାଇନରେ ଥିବା କ୍ଳବର ନିଜସ୍ୱ ସଭାଗୃହରେ ମହା ସମାରୋହରେ ପାଳିତ ହୋଇଯାଇଛି ।ଏଥିରେ ରୋଟାରୀ ଜିଲ୍ଲା- ୩୨୬୨ ର ଗଭର୍ଣ୍ଣର ସୌମ୍ଯ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ପୂର୍ବତନ ଗଭର୍ଣ୍ଣର ଡଃ ନାରାୟଣ ମିଶ୍ର, ଶିବବ୍ରତ ଦାଶ ଓ ରୋଟାରୀ ଜିଲ୍ଲା-୩୨୬୧ ର ପୂର୍ବତନ ଗଭର୍ଣ୍ଣର ଶଶି ଭରଭନ୍ଦକର୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ଳବର ପ୍ରତିଷ୍ଠା ଦିନଠାରୁ ଏଯାବତ୍ ବିଭିନ୍ନ ଜନହିତ କାରୀ କାର୍ଯ୍ୟକ୍ରମ ଗୁଡିକର ଭୂୟଶି ପ୍ରଶଂସା କରିଥିଲେ ।ଉତ୍ସବରେ ସଭାପତି ରଞ୍ଜିତ କୁମାର ପାତ୍ର ସଭାପତିତ୍ବ କରିଥିବା ବେଳେ ପୂର୍ବତନ ସଭାପତି ଫୋରମ ର ଚେୟାରମ୍ୟାନ୍ ଜବାହାରଲାଲ ପାଳ ସଂଯୋଜନା କରିଥିଲେ ।
କ୍ଳବର ପ୍ରତିଷ୍ଠାତା ସଭାପତି ଭଗବାନ ପାଢୀଙ୍କ ସମେତ ପୂର୍ବତନ ସଭାପତି ମାନଙ୍କ କାର୍ଯ୍ୟକାଳ ମଧ୍ୟରେ ସଂଗଠିତ ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ ପୂର୍ବତନ ସଭାପତି ପି.ସତ୍ୟ ନାରାୟଣ ରାଓ ,ପିତାମ୍ବର ପାତ୍ର ଓ ଗଦାଧର ରାଉଳ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ।କ୍ଳବର ସଂପାଦକ କାମରାଜୁ ମହାରଣା କ୍ଳବର ଚଳିତ ବର୍ଷର ବିଭିନ୍ନ ଜନହିତ କାରୀ କାର୍ଯ୍ୟକ୍ରମ ଗୁଡିକର ବିବରଣୀ ପ୍ରଦାନ କରିଥିଲେ ।
ଅତିଥି ମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇ ଉଦ୍ ବୋଧନ ଦେଇ ଥିବା ବେଳେ ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା, ଆଇ. ରାଜେଶ୍ବର ରାଓ, ଅସିତ ଦତ୍ତ, ବିଜୟ କୁମାର ପରିଡା, ସୁଧାଂଶୁ କୁମାର ଖଡଗରାୟ,ବାଳକୃଷ୍ଣ ଦୀକ୍ଷିତ, ପ୍ରଦୀପ କୁମାର ପଟ୍ଟନାୟକ, ଦେବକାନ୍ତ ପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । (ପାରଳଖେମୁଣ୍ଡି : ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result