ଓଡ଼ଗା ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ନଭେମ୍ବର ସୋମବାର ) ରଣପୁର :- ରଣପୁର ବ୍ଲକ କାଣ୍ଡପଡା ପଞ୍ଚାୟତ ର ସୁକଳ ଅଙ୍ଗନବାଡ଼ି କେନ୍ଦ୍ର ଠାରୁ ଗାଁ କଲ୍ୟାଣ ସମିତି ତରଫରୁ କରୋନା ସଚେତନ କରିବା ପାଇଁ ଏକ ଶୋଭାଯାତ୍ରା ର ଆୟୋଜନ କରାଗଲା । ସୁକଳ ଅଙ୍ଗନୱାର୍ଡି କେନ୍ଦ୍ରରେ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି କମିଟିର ସଭାପତି ଶ୍ରୀ ସୁରେନ୍ଦ୍ର ସେଠୀ ଉଦଘାଟନ କରିଥିଲେ ।
ପ୍ରଥମେ ସୁକଳ ଅଙ୍ଗନୱ୍ଵାଡି କେନ୍ଦ୍ରର କର୍ମୀ ଗାୟତ୍ରୀ ଦାସ ଙ୍କ ନେତୃତ୍ଵରେ ଆଶା କର୍ମୀ ରଜନୀଗନ୍ଧା ମଲିକ , ଅନୁଶୟା ଦାସ ଧମଡା ଅଙ୍ଗନୱ୍ଵାଡି କେନ୍ଦ୍ରର କର୍ମୀ ସଞ୍ଜୁଲତା ଦେଇ କଳାମାଟିଆ ଅଙ୍ଗନୱ୍ଵାଡି କେନ୍ଦ୍ରର କର୍ମୀ ଗିତାଞ୍ଜଳି ମହାନ୍ତି କରଡାପଲ୍ଲା ନଦୀଉପର ସାହି ଅଙ୍ଗନୱ୍ଵାଡି କର୍ମୀ ସୀତା ସେଠୀ ଓ ରାଜବଲ୍ଲଭପୁର ଅଙ୍ଗନୱ୍ଵାଡି କର୍ମୀ କୁମୁଦିନି ବେହେରା ଯୋଗଦାନ କରିଥିଲେ
ସମସ୍ତେ ଏକତ୍ରିତ ହୋଇ ଆମ ପଞ୍ଚାୟତର ଆମ୍ଭ ଗ୍ରାମ ର ଏବଂ ଲୋକମାନଙ୍କର ସଚେତନ ପାଇଁ ସୁଭଚିତ୍ତ ପାଇଁ ଆମେ ଆଜି ସୁକଳ ଗାଁ କଲ୍ୟାଣ ସମିତି ଫଣ୍ଡ କୁ ଆସିଥିବା ସରକାରଙ୍କ ତରଫରୁ ୧୦ ହଜାର ଟଙ୍କା । କୋଭିଡ୍ ୧୯ ଫଣ୍ଡ ରୁ ସମସ୍ତଙ୍କୁ ମାସ୍କ , ସାବୁନ୍ ବଣ୍ଟନ କରିଛୁ । ସମସ୍ତ ଆଶାକର୍ମୀ ସହଯୋଗ ରେ ଓ ଅଙ୍ଗନବାଡ଼ି କର୍ମୀ ଙ୍କ ସହାୟତା ରେ ବଣ୍ଟନ କରାଗଲା ସମସ୍ତ ଜନସାଧାରଣଙ୍କୁ ।
ଆବଶ୍ୟକ ପଡିଲେ ଆପଣମାନେ ବାହାରକୁ ଯାଆନ୍ତୁ । ସାଙ୍ଗରେ ମାସ୍କ ସାବୁନ୍ ନିଅନ୍ତୁ ହାତ ଧୁଅନ୍ତୁ। ଏବଂ ଗାଁ ର ସମସ୍ତ ଯାଗାରେ ସାନିଟାଇଜର କରାଯାଇଛି । କରୋନା ବାର୍ତ୍ତା ଆମର ୩ଟା ଜାଗାରେ ଲେଖାଯାଇଅଛି । ଏବଂ ଲୋକମାନଙ୍କୁ ସଚେତନତା କରୋଉଛୁ । ସବୁ ଗ୍ରାମ ରେ ଆମର ରାଲି ହେବ । ସମସ୍ତଙ୍କୁ ସଚେତନ ମଧ୍ୟ କରେଇବୁ । ହାତରେ ସାବୁନ୍ ବ୍ୟବହାର କରନ୍ତୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ।
ମାସ୍କ ବ୍ୟବହାର କରନ୍ତୁ । ଆବଶ୍ୟକ ପଡିଲେ ବାହାରକୁ ଯାଆନ୍ତୁ । ଜନଗହଳି ଯାଗାରେ ରୁଣ୍ଡ ହୋଇ ଏକାଠି ରୁହନ୍ତୁ ନାହିଁ । ଏବଂ ଗର୍ଭବତୀ ମାଆ ମାନଙ୍କୁ , ଡାଇବେଟିସ ରୋଗୀଙ୍କୁ , ହାର୍ଟ ରୋଗୀ , କିଡିନ୍ ପେସେଣ୍ଟ୍ ଏମାନଙ୍କୁ ଆମେ ସଚେତନ କରେଇଛୁ । ଆପଣମାନେ ବେଶୀ ସମୟ ବାହାରେ ବୁଲାବୁଲି କରନ୍ତୁ ନାହିଁ । ନିୟମିତ ଔଷଧ ବ୍ୟବହାର କରନ୍ତୁ। ପରିସ୍କାର ରୁହନ୍ତୁ । ପ୍ରତ୍ୟେକ ସମୟରେ ସାବୁନ୍ ରେ ହାତ ଧୁଅନ୍ତୁ । ଏବଂ ମୁହଁ ରେ ମାସ୍କ ପିନ୍ଧି ସବୁବେଳେ ଘରେ ରୁହନ୍ତୁ । ବାହାରକୁ ବେଶୀ ସମୟ ଯିବେ ନାହିଁ । ସେମାନଙ୍କୁ ସଚେତନ କରାଉଛୁ । ଆଜି କାର୍ଯ୍ୟକ୍ରମ ଏଗୁଡ଼ିକ ସବୁ । ଅଙ୍ଗନବାଡ଼ି କର୍ମୀମାନଙ୍କର ଏପରି କାର୍ଯ୍ୟକ୍ରମ କୁ ଗ୍ରାମବାସୀ ଧନ୍ୟବାଦ ଦେଇଛନ୍ତି । (ଭୁବନେଶ୍ୱର ରିପୋର୍ଟ /ସୋନାଲି)















